କ’ଣ ଶ୍ଵାସ ନେବା ଏବଂ ୧୦ ସେକେଣ୍ଡ ଅଟକେଇ ରଖିବା ପ୍ରକ୍ରିୟା ଦ୍ଵାରା କରୋନା ଚିହ୍ନଟ ହେବା ସମ୍ଭବ? ଜାଣନ୍ତୁ ସତ୍ୟ।

False Medical

କରୋନାର ଦ୍ଵିତୀୟ ତରଙ୍ଗ କାୟା ବିସ୍ତାର କରିଲା ପରେ ଲୋକଙ୍କ ମନରେ ଭୟ ଆସି ଯାଇଅଛି। ଏହି ରୋଗର ପ୍ରତିକାର ନେଇ ଲୋକେ ଅନେକ ଉପଚାର ଉପରେ ବିନା ତାହାର ତଥ୍ୟ ଜାଣି ବିଶ୍ଵାସ କରିବାକୁ ଲାଗୁଛନ୍ତି। ଏହା ମଧ୍ୟରେ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେବାକୁ ଲାଗିଛି ଯେଉଁଥିରେ ଦାବି କରା ଯାଇଅଛି ଯେ ନିଜ ନିଶ୍ଵାସ କିଛି ସମୟ ଅଟକାଇ ରାଖୀ ଏହା ଜାଣିବାକୁ ସମ୍ଭବ ଯେ ଜଣେ ବ୍ୟକ୍ତି କରୋନା ଆକ୍ରାନ୍ତ ଅଟେ କିମ୍ବା ନାହିଁ। 

ଫେକ୍ଟ କୃସେଣ୍ଡୋ ଭାଇରାଲ ଭିଡିଓର ଦାବିକୁ ମିଥ୍ୟା ବୋଲି ପାଇଲା। 

କ’ଣ ଦାବି ଏହି ପୋଷ୍ଟର? 

୨୮ ଏପ୍ରିଲରେ ଜଣେ ଶେୟାର ଚାଟ୍ ୟୁଜର ଗୋଟିଏ ଭିଡିଓ ପୋଷ୍ଟ କରିଛନ୍ତି ଯେଉଥିରେ ଦାବି କରା ଯାଇଅଛି “ଆପଣଙ୍କ ଫୁସଫୁସର ଅମ୍ଳଜାନ ସ୍ତର ଯାଞ୍ଚ କରନ୍ତୁ। ଯଦି ଆପଣ “ଏ” ବିନ୍ଦୁ ରୁ “ବି” ବିନ୍ଦୁ ପର୍ଯ୍ୟନ୍ତ ନିଜ ନିଶ୍ଵାସ ଅଟକାଇ ପାରନ୍ତି ତେବେ ଆପଣ କରୋନା ମୁକ୍ତ ହୋଇପାରିବେ।”

ShareChat | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ୱେବସାଇଟରେ ଯାଇ ସର୍ଚ କରିଲୁ। ସର୍ଚ କରିଲା ପରେ ଆମେ ଜାଣିବାକୁ ପାଇଲୁ ଏହି ଦାବି ଗତ ବର୍ଷରୁ ଭାଇରାଲ ହେଉଛି। ଏହି ଦାବିକୁ ଖଣ୍ଡନ କରି ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ସ୍ପଷ୍ଟ କରିଛି ଯେ କାଶ କିମ୍ବା ଅସ୍ଵାଭାବିକତା ଅନୁଭବ ନକରି ୧୦ ସେକେଣ୍ଡ କିମ୍ବା ଅଧିକ ସମୟ ପାଇଁ ଆପଣ ନିଶ୍ଵାସ ଧରି ରଖିଥିବାରେସକ୍ଷମ ହେବା ଏହାର ଅର୍ଥ ନୁହେଁ ଯେ ଆପଣ କରୋନା ଭାଇରସ ରୋଗ କିମ୍ବା ଅନ୍ୟ କୌଣସି ଫୁସଫୁସ ରୋଗରୁ ମୁକ୍ତ ଅଟନ୍ତି। 

MB_breathing exercice

WHO | Archive

ଏହି ବିଷୟ ନେଇ ୨ ଏପ୍ରିଲ ୨୦୨୦ ରେ ୟୁନେସ୍କୋ ମଧ୍ୟ ନିଜ ଟୁଇଟର ହେଣ୍ଡେଲରେ ଟୁଇଟ କରି କହିଛି ଯେ ଏହ ଗଭୀର ନିଶ୍ଵାସ ନେବା ଆରାମଦାଯକ ହେଇ ପାରେ କିନ୍ତୁ କାଶ ନକରି ଏହାକୁ ୧୦ ସେକେଣ୍ଡରୁ ଅଧିକ ସମୟ ଧରି ରଖିବା ଅର୍ଥ ନୁହେଁ ଯେ ଆପଣଙ୍କୁ କରୋନା ଭାଇରସ ହେଇ ନାହିଁ।

Archive

ଏହା ପରେ ଫେକ୍ଟ କୃସେଣ୍ଡୋ ହିନ୍ଦୀ ଦଳ କୋଲକାତାର ଫୋର୍ଟିସ ହସ୍ପିଟାଲର ଡାକ୍ତର ରାଜ ଧରଙ୍କ ସହ ଯୋଗାଯୋଗ କରିଲା ପରେ ସେ ସୂଚନା ଦେଇଥିଲେ ଯେ ଏହି ନିଶ୍ଵାସ ପରୀକ୍ଷା ସହିତ କରୋନା ଭାଇରସ ନିଶ୍ଚିତ କରିବାର କୌଣସି ସମ୍ବନ୍ଧ ନାହିଁ।  ସେ ଏହା ମଧ୍ୟ କହିଥିଲେ ଯେ ଏହି ଦାବି ନିଶ୍ଚିତ ଭାବରେ ବିଭ୍ରାନ୍ତକାରୀ କାରଣ ଏକ ଏସିମ୍ପ୍ଟୋମେଟିକ କୋଭିଡ ରୋଗୀ ମଧ୍ୟ ଲାମ୍ବା ନିଶ୍ଵାସ ନେଇ ଅଟକେଇ ରଖିବାରେ ସକ୍ଷମ ଥାନ୍ତି। ତେଣୁ ଏହି ପରୀକ୍ଷା ଦ୍ଵାରା କୋଭିଡ-୧୯ ଚିହ୍ନଟ ହେବା ଦାବି ମିଥ୍ୟା ଅଟେ। 

ଶେଷକଥା:

ତଥ୍ୟ ଯାଞ୍ଚ କରିବା ପରେ ଆମେ ଭାଇରାଲ ହେଉଥିବା ପୋଷ୍ଟକୁ ମିଥ୍ୟା ବୋଲି ଜାଣିଲୁ। ନିଶ୍ଵାସ ଧରି ରଖିବାର କ୍ଷମତା ସହିତ ଜଣେ ବ୍ୟକ୍ତିର କରୋନା ରୋଗୀ ହେବାର କୌଣସି ସମ୍ବନ୍ଧ ନାହିଁ। ଏହି ଉପାୟ ଦ୍ଵାରା କରୋନା ପରୀକ୍ଷା କରିବାର କୌଣସି ବୈଜ୍ଞାନିକ ପ୍ରମାଣ ମଧ୍ୟ ନାହିଁ।

Avatar

Title:କ’ଣ ଶ୍ଵାସ ନେବା ଏବଂ ୧୦ ସେକେଣ୍ଡ ଅଟକେଇ ରଖିବା ପ୍ରକ୍ରିୟା ଦ୍ଵାରା କରୋନା ଚିହ୍ନଟ ହେବା ସମ୍ଭବ? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *