କ’ଣ ମନମୋହନ ସିଂହଙ୍କ ଜନ୍ମଦିନ ଦିବସ ରେ ରାହୁଲ ଗାନ୍ଧୀ ତାଙ୍କୁ କେକ୍ କାଟିବାର ଅବସର ନ ଦେଇ ନିଜେ କେକ୍ କାଟୁଛନ୍ତି? ଜାଣନ୍ତୁ ସତ୍ୟ।

False Social
image.jpg

କଂଗ୍ରେସ ଶାସନକାଳରେ ସେ ସମୟ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପ୍ରତି କଂଗ୍ରେସ ପାର୍ଟିର ବ୍ୟବହାର ଖୁବ ଚର୍ଚାରେ ଥିଲା। ଚର୍ଚା କିଛି ଏପରି ଥିଲା ଯେ ଯଦିଓ ପ୍ରଧାନମନ୍ତ୍ରୀ ମନମୋହନସିଂହ ଥିଲେ କିନ୍ତୁ ତାଙ୍କୁ ସେ ସବୁ କରିବା ପାଇଁ ବାଧ୍ୟ ହେବା କୁ ପଡ଼ୁଥିଲା ଯେଉଁଟା ସୋନିୟା ଗାନ୍ଧୀ ବା ରାହୁଲ ଗାନ୍ଧୀ ଚାହୁଁ ଥିଲେ। ବର୍ତମାନ ମଧ୍ୟ କିଛି ଲୋକେ ଏହି କଥା କୁ ବିଶ୍ଵାସ କରୁଛନ୍ତି। 2 ଅଗଷ୍ଟରେ ଜଣେ ଫେସବୁକ ୟୁଜର ବିଜେପି ଓଡିଶା ନାମକ ପେଜରେ ଗୋଟିଏ ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ ଦେଖିବା କୁ ମିଳିଛି ଯେ ମନମୋହନ ସିଂହ ଏବଂ ରାହୁଲ ଗାନ୍ଧୀଙ୍କ ସହିତ କିଛି କଂଗ୍ରେସ ନେତା ଉପସ୍ଥିତ ଅଛନ୍ତି। ମନମୋହନ ସିଂହଙ୍କ ସାମନାରେ କେକ୍ ରକ୍ଷା ହେଇଛି କିନ୍ତୁ ରାହୁଲ ଗାନ୍ଧୀ ସେହି କେକ୍ କାଟୁଛନ୍ତି। ପୋଷ୍ଟରେ ଦାବି କରା ଯାଇଅଛି ଯେ ରାହୁଲ ଗାନ୍ଧୀ ମନମୋହନ ସିଂହଙ୍କ ଜନ୍ମଦିନରେ ମଧ୍ୟ ତାଙ୍କୁ କେକ୍ କାଟିବା ପାଇଁ ଦେଉ ନାହାନ୍ତି। ଫେକ୍ଟ କୃସେଣ୍ଡୋ ଓଡ଼ିଆ ଅନୁସନ୍ଧାନ କରିଲା ପରେ ଏହା କୁ ମିଥ୍ୟା ବୋଲି ପାଇଲା। ଆସନ୍ତୁ ଜାଣିବା ସତ୍ୟ କଣ। 

https://www.facebook.com/lipu.samal1/videos/3015913468531676/

Archive

ଏହି ଭିଡିଓକୁ ଆମେ ଟୁଇଟରରେ ମଧ୍ୟ ଭାଇରାଲ ହେଇଥିବା ପାଇଲୁ। 

Archive

ଆମ ଅନୁସନ୍ଧାନ:

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ୟୁଟ୍ୟୁବରେ ଯାଇ ଏହି ଭିଡିଓ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ଇଣ୍ଡିଆନ ନେସନାଲ କଂଗ୍ରେସର ୟୁଟ୍ୟୁବ ଚ୍ୟାନାଲରେ ୨୭ ଡିସେମ୍ବର ୨୦୧୮ ମସିହାରେ ଏହି ଭିଡିଓ ପ୍ରସାରିତ କରା ଯାଇଥିଲା। ଏହି ଭିଡିଓରେ ଲେଖା ଯାଇଅଛି ଯେ କଂଗ୍ରେସ ପାର୍ଟିର ସ୍ଥାପନା ଦିନ ଅବସରରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ ରାହୁଲ ଗାନ୍ଧୀ କେକ୍ କାଟୁଛନ୍ତି। 

ଏହା ପରେ ଆମେ ଗୁଗୁଲରେ ଯାଇ ଏହି ବିଷୟରେ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ  ୨୮ ଡିସେମ୍ବର ୨୦୧୮ ମସିହାରେ ଲାଇଭ୍ ହିନ୍ଦୁସ୍ଥାନ ପତ୍ରିକାରେ ପ୍ରକାଶିତ ହେଇଥିବା ଗୋଟିଏ ଆଉଛେଦ ମିଳିଲା। ଏହି ଅନୁଛେଦରେ କୁହା ଯାଇଅଛି ଯେ କଂଗ୍ରେସ ପାର୍ଟିର ୧୩୪ ବର୍ଷ ସ୍ଥାପନା ଅବସରରେ ପାର୍ଟି ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ଅନ୍ୟ କଂଗ୍ରେସ ବରିଷ୍ଠ ନେତା ମାନେ କେକ୍ କାଟି ଉତ୍ସବ ପାଳନ କରିଲେ।

Avatar

Title:କ’ଣ ମନମୋହନ ସିଂହଙ୍କ ଜନ୍ମଦିନ ଦିବସ ରେ ରାହୁଲ ଗାନ୍ଧୀ ତାଙ୍କୁ କେକ୍ କାଟିବାର ଅବସର ନ ଦେଇ ନିଜେ କେକ୍ କାଟୁଛନ୍ତି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *