
ରକ୍ତାକ୍ତ ହୋଇଥିବା ଏକ ସ୍ଥାନର ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭାଇରାଲ୍ ଭିଡିଓରେ ଜଣେ ମହିଳା ବଙ୍ଗଳା ଭାଷାରେ କିଛି କହୁଥିବାର ଶୁଣିବାକୁ ମିଳିଛି। ସେ କହୁଛନ୍ତି, ପ୍ରାୟ 10 ଟି ଘର ଲୋକମାନେ ୨୦୦ ରୁ ଅଧିକ ଗୌ ବଳି ଦେଉଛନ୍ତି। ଭିଡିଓ ସହିତ ଦାବି କରାଯାଉଛି ଯେ ବକରୀଦ ଦିନ ପଶ୍ଚିମବଙ୍ଗର ଏକ ସ୍ଥାନରେ ୨୦୦ ରୁ ଅଧିକ ଗୌ ବଳିଦାନ ଦିଆ ଯାଉଥିବାର ଏହା ଏକ ଦୃଶ୍ୟ ଅଟେ।
ଭିଡିଓ ସହିତ ଜଣେ ଫେସବୁକ ୟୁଜର ଲେଖିଛନ୍ତି, “ବଙ୍ଗାଳ ରେ ବକରୀଦ ପାଳନ କରା ଯାଉଥିବାର ଦୃଶ୍ୟ। ୨୦୦ ରୁ ଉର୍ଦ୍ଧ ଗୋମାତାଙ୍କ ଶରୀର ଚିରି ପକେଇ ଦେଲେ। ସେ ପୁଣି residential ଜାଗାରେ ଖୁଲମଖୁଲା“
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ଟୁଇଟର ରେ ଏକ ଭିଡିଓ ୧ ଜୁଲାଇ ୨୦୨୩ ରେ ପୋଷ୍ଟ ହେଇଥିବା ମିଳିଲା ଯାହା ଦ୍ଵାରା ସ୍ପଷ୍ଟ ହେଉଛି ଯେ ଭାଇରାଲ ଫୋଟୋର ଘଟଣା ପୁରୁଣା ଏବଂ ଏହାର ନିକଟରେ ପାଳନ କରା ଯାଇଥିବା ବକରୀଦ ସହିତ କୌଣସି ସମ୍ପର୍କ ନାହିଁ।
ଟୁଇଟରେ ଦିଆ ଯାଇଥିବା ସୂଚନା ଅନୁଯାୟୀ ଏହି ଘଟଣା ବାଂଲାଦେଶ ଦେଶର ଢାକା ସହର ବକରୀଦ ପର୍ବ ପାଳନର ଭିଡିଓ।
ଅନୁସନ୍ଧାନରେ, ଆମେ ୟୁଟ୍ୟୁବ୍ ଚ୍ୟାନେଲରେ ଭାଇରାଲ୍ ଭିଡିଓ ପରି ଏକ ସ୍ଥାନ ପାଇଲୁ। ଏହି ସ୍ଥାନକୁ ବାଂଲାଦେଶର ଢାକା ବୋଲି ବର୍ଣ୍ଣନା କରାଯାଇଛି ଯାହା ଭାଇରାଲ୍ ଭିଡିଓ ସହିତ ପ୍ରାୟ ମେଳ ଖାଉଛି। ଯେତେବେଳେ ଭିଡିଓର କ୍ୟାପସନ୍ ଅନୁବାଦ କରାଯାଇଥିଲା, ସେତେବେଳେ ଏହା ଲେଖାଯାଇଥିଲା – ଦ୍ରଷ୍ଟିନନ୍ଦନ ମିରପୁରର ଡ୍ରିମ୍ ନାଗର ଆବାସିକ ପ୍ରକଳ୍ପ |
ଏହା ପରେ ଆମେ ଭାଇରାଲ ଭିଡିଓ ଏବଂ ଉପରୋକ୍ତ ୟୁଟ୍ୟୁବ ଭିଡିଓର ତୁଳନା କରିଲୁ ଯାହା ଆପଣ ମାନେ ନିମ୍ନରେ ଦେଖି ପାରିବେ।
ନିମ୍ନରେ ଆପଣ ମାନେ ଗୁଗୁଲ ମ୍ୟାପ୍ସ ରେ ମଧ୍ୟ ସମାନ ସ୍ଥାନ ଦେଖି ପାରିବେ।
ଆପଣ ମାନେ ଭାଇରାଲ ଭିଡିଓ ଏବଂ ଗୁଗୁଲ ମ୍ୟାପ୍ସରୁ ମିଳିଥିବା ସ୍ଥାନ ମଧ୍ୟରେ ତୁଳନା ନିମ୍ନରେ ଦେଖି ପାରିବେ।
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଭାଇରାଲ ଭିଡିଓ ବାଂଲାଦେଶର ଏକ ପୁରୁଣା ଘଟଣାର ଅଟେ ଏବଂ ଏହାର ପଶ୍ଚିମବଙ୍ଗାଳ ସହିତ କୌଣସି ସମ୍ପର୍କ ନାହିଁ।

Title:କ’ଣ ବକରୀଦ ଦିନ ଗୋ ହତ୍ୟା ପରେ ରାସ୍ତା ରକ୍ତାକ୍ତ ହୋଇଥିବା ଏହି ଫୋଟୋ ପଶ୍ଚିମବଙ୍ଗାଳର କି? ଜାଣନ୍ତୁ ସତ୍ୟତା
Written By: Siddharth SahuResult: False
