କ’ଣ ଭାଇରାଲ ଫୋଟରେ ଥିବା ଏହି ସେତୁ ମୁମ୍ବଇ ସହରର ଅଟେ? ଜାଣନ୍ତୁ ସତ୍ୟତା। 

False Social

ଏକ ସୁନ୍ଦର ଲମ୍ବା ସେତୁର ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଉପଭୋକ୍ତାମାନେ ଦାବି କରୁଛନ୍ତି ଯେ ଏହା ମୁମ୍ବଇ ସହରରେ ଅବସ୍ଥିତ ଅଟେ। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ମୁମ୍ବଇର ନୁହେଁ ବରଂ ଚୀନ ଦେଶର ଏକ ସେତୁର ଫୋଟୋ ଅଟେ। 

ଫୋଟୋ ସେୟାର କରି ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, “ଆମେରିକା ବା ଚୀନର ନୁହେଁ – ମୁମ୍ବାଇର ସମୁଦ୍ର ମଧ୍ୟରେ ହାଇୱେ ….. ନୟାଭାରତ

Facebook | Archive

ଆମ ଅନୁସନ୍ଧାନ: 

ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିବା ପରେ ଆମକୁ ଏକ ଛୋଟ ଭିଡିଓ ମିଳିଲା ଯେଉଁଥିରେ ସମାନ ସେତୁ ଦେଖିବାକୁ ମିଳିଛି। ଭିଡିଓ ସହିତ ସୂଚନାରେ କୁହା ଯାଇଛି ଯେ ଏହା ଚୀନ ଦେଶର ଶାଣ୍ଡୋଙ୍ଗ ପ୍ରାନ୍ତରେ ଅବସ୍ଥିତ କୁଇଙ୍ଗଡାଓ ସେତୁ ଅଟେ। 

ଏହାକୁ ନଜରରେ ରଖି ଆମେ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଫୋଟୋ ଏକ ୱେବସାଇଟରେ ପ୍ରକାଶିତ ହେଇଥିବା ମିଳିଲା। ଫୋଟୋ ସହିତ କୁହା ଯାଇଛି ଯେ ଅନେକ ଲୋକ ଏହି ଦେତୁକୁ ମୁମ୍ବଇର ଏବଂ ଅନ୍ୟ କିଛି ଲୋକେ ଏହାକୁ ନାଇଜେରିଆ ଦେଶ ବୋଲି କହୁଛନ୍ତି। କିନ୍ତୁ ଏହା ଚୀନ ଦେଶର ଶାଣ୍ଡୋଙ୍ଗ ପ୍ରାନ୍ତରେ ଅବସ୍ଥିତ କୁଇଙ୍ଗଡାଓ ସେତୁ ଅଟେ ଯାହାର ନାମ ହେଉଛି ‘ଜିଆଓଜୌ ବେ ବ୍ରିଜ୍।’

ଏହା ପରେ ଆମେ ଗୁଗୁଲ ମ୍ଯାପ୍ ବ୍ୟବହାର କରି ଏହି ସେତୁକୁ ସର୍ଚ୍ଚ କରିଲୁ ଯାହା ଫଳରେ ଆମେ ସେତୁରେ ଥିବା ସମାନ ସ୍ତମ୍ଭର ଫୋଟୋ ପାଇଲୁ। ନିମ୍ନରେ ଆପଣ ମାନେ ଭାଇରାଲ ଏବଂ ଗୁଗୁଲ ମ୍ଯାପ୍ ରୁ ମିଳିଥିବା ଫୋଟୋ ମଧ୍ୟରେ ତୁଳନା ଦେଖି ପାରିବେ। 

Google Maps 

ସମାନ ସେତୁର ଏକ ଫୋଟୋ ଆମକୁ ଆଲାମି ୱେବସାଇଟରେ ମଧ୍ୟ ମିଳିଲା। ସୂଚନା ଅନୁଯାୟୀ, ଏହି ସେତୁକୁ କୁଇଙ୍ଗଡାଓ ସେତୁ ବା ଜିଆଓଜୌ ବେ ବ୍ରିଜ୍ ମଧ୍ୟ କୁହା ଯାଏ। ଏହା ଚୀନର ପୂର୍ବ ଦିଗରେ ଥିବା ଶାନଡୋଙ୍ଗ ପ୍ରାନ୍ତରେ ଅବସ୍ଥିତ ଯାହାର ନିର୍ମାଣ ୨୭ ଜୁନ୍ ୨୦୧୧ ରେ ହୋଇଥିଲା। 

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଭାଇରାଲ ଫୋଟୋରେ ଥିବା ସେତୁ ମୁମ୍ବଇର ନୁହେଁ ବରଂ ଚୀନ ଦେଶର ଅଟେ।

Avatar

Title:କ’ଣ ଭାଇରାଲ ଫୋଟରେ ଥିବା ଏହି ସେତୁ ମୁମ୍ବଇ ସହରର ଅଟେ? ଜାଣନ୍ତୁ ସତ୍ୟତା। 

Written By: Siddharth Sahu 

Result: False

Leave a Reply

Your email address will not be published. Required fields are marked *