
ବର୍ତ୍ତମାନ ସୋସିଆଲ ମିଡିଆରେ ଜଣେ ବୟସ୍କ ଲୋକକୁ କିଛି ଲୋକମାନେ ମାଡ ମାରୁଥିବା ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ସେହି ବୟସ୍କ ଲୋକ ଭାରତ ମାତା କି ଜୟ କହିବା ପରେ ନିକଟରେ ଥିବା ଲୋକମାନେ ଏପରି ପ୍ରତିକ୍ରିୟା ଦେଇଛନ୍ତି। ଦାବି କରା ଯାଉଛି ଯେ ଭାରତ ମାତା କି ଜୟ କହିବା ପରେ ମୁସ୍ଲିମ ଲୋକମାନେ ଏପରି ମାରୁଛନ୍ତି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ଭ୍ରମାତ୍ମକ ବୋଲି ପାଇଲା। ଏହା କୌଣସି ସାମ୍ପ୍ରଦାୟିକ ମାମଲା ନୁହେଁ। କିଛି ଲୋକଙ୍କ ମଧ୍ୟରେ ଯୁକ୍ତି-ତର୍କ ହେବା ଫଳରେ ଲୋକମାନେ ବୟସ୍କ ବ୍ୟକ୍ତିକୁ ମାରିଥିଲେ।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ, “ଭାରତ ମାତା କି ଜୟ କହିଲେ ଏମିତି ପରିସ୍ଥିତି, ଏଇଟା କଣ ଇସଲାମ ଦେଶ ? ଭାଇଚାରା ତମ ପାଳି ଆସୁଛି“
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଗୁଗୁଲରେ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ୨୦୧୯ ମସିହାରେ ବିଜେପି ନେତା ମନିନ୍ଦର ସିଂ ସିରସାଙ୍କ ଫେସବୁକ ଏକାଉଣ୍ଟରେ ପୋଷ୍ଟ ହେଇଥିବା ପାଇଲୁ। ପୋଷ୍ଟ ସହିତ ସେ ଲେଖିଛନ୍ତି ଯେ ଏହା ରାଜସ୍ଥାନର ଭିଲୱାଡାର ଆଜାଡ ଛକ ମାରକେଟର ଘଟଣା ଅଟେ। କିଛି ଲୋକମାନେ ଗୋଟିଏ ଛୋଟ କଥା ନେଇ ଜଣେ ବୟସ୍କ ଲୋକଙ୍କ ସହିତ ଝଗଡା କରିଥିଲେ। ସେ ଏହା ମଧ୍ୟ ଲେଖିଛନ୍ତି, “ମୁଁ ରାଜସ୍ଥାନ ପୋଲିସ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଛି ଯେ ଏହି ଯୁବକଙ୍କ ବିରୁଦ୍ଧରେ ମାମଲା ରୁଜୁ କରା ଯାଉ ଏବଂ ସେମାନଙ୍କୁ ଗିରଫ କର ଯାଉ।”
ଏହା ପରେ ଆମେ ରାଜସ୍ଥାନ ପୋଲିସ ସହିତ ସମ୍ପର୍କ କରିଲୁ। ରାଜସ୍ଥାନ ପୋଲିସ ଆମକୁ ସୂଚନା ଦେଲେ ଯେ ଏହି ଘଟଣା ରାଜସ୍ଥାନର ଭିଲୱାଡାର ଆଜାଦପୁର ଛକର ଘଟଣା ଅଟେ ଯେତେବେଳେ କିଛି ଲୋକମାନେ ଜଣେ ବୟସ୍କ ସିନ୍ଧି ଲୋକକୁ ମାରିଥିଲେ। ଏହି ବିଷୟ ପାରସ୍ପରିକ ବିବାଦ ସହିତ ଜଡିତ ଥିଲା। ଭିଲୱାଡା କୋତୱାଲୀ ଇନଚାର୍ଜ ଦୀନେଶ କୁମାର ସ୍ପଷ୍ଟ କରିଛନ୍ତି ଯେ ଏହି ବ୍ୟକ୍ତିଙ୍କ ନାମ ହୋତଚନ୍ଦ ସିନ୍ଧୁ ଯିଏ ସିନ୍ଧି ସମ୍ପ୍ରଦାୟର ଥିଲେ। ଏହି ବ୍ୟକ୍ତି ପ୍ରତ୍ୟେକ ଦିନ ଯାତ୍ରୀମାନଙ୍କୁ ଅପଶବ୍ଦ କହୁଥିଲେ। ଏଥିରେ ହତାଶ ହୋଇ କିଛି ଲୋକ ତାଙ୍କୁ ପିଟିଥିଲେ। ଏହି ବ୍ୟକ୍ତିଙ୍କୁ ପିଟିଥିବା ଲୋକମାନେ ମଧ୍ୟ ମୁସଲମାନ ନଥିଲେ। ଏହି ଘଟଣା ଏକ ସିନ୍ଧି କଲୋନୀରେ ଘଟିଥିଲା।
ଅଧିକ ସର୍ଚ୍ଚ କରିବା ପରେ ଆମକୁ ମନିନ୍ଦର ସିଂ ସିରସାଙ୍କ ଏକ ଟୁଇଟ ମିଳିଲା ଯେଉଥିରେ ଏହି ମାମଲାର ଏକ ରିପୋର୍ଟ ପୋଷ୍ଟ ହେଇଛି। ରିପୋର୍ଟ ଅନୁଯାୟୀ, ଏହି ଘଟଣା ୧୫ ଅକ୍ଟୋବର ୨୦୧୯ ରେ ଭିଲୱାଡାର ଆଜାଡ ଛକ ଅଞ୍ଚଳରେ ଘଟିଥିଲା। ପୀଡିତଙ୍କ ନାମ ହୋତଚନ୍ଦ ସିନ୍ଧି ଥିଲା। ତାଙ୍କୁ ମାରୁଥିବା ଯୁବକଙ୍କ ନାମ ହେଉଛି- ମୁଲା ସିନ୍ଧି, ହେମନ୍ତ, ଭଗବାନ ଦାସ, ମଞ୍ଜୁର ଶେଖ୍ ଏବଂ ଇର୍ଫାନ। ହୋତଚନ୍ଦ ରାସ୍ତାରେ ଯାଉଥିବା ଯାତ୍ରୀ ମାନଙ୍କୁ ଅପଶବ୍ଦ କହୁଥିବାର ଅନେକ ଘଟଣା ସାମନାକୁ ଆସିଥିଲା। ସେ ମାନସିକ ରୋଗୀ ବୋଲି ସନ୍ଦେହ କରା ଯାଇଥିଲା ଏବଂ ଏହା ନେଇ ତଦନ୍ତ କରା ଯାଉଥିଲା। ହୋତଚନ୍ଦଙ୍କ ନିଜ ପତ୍ନୀଙ୍କ ହତ୍ୟାର ମାମଲାରେ କାରାଦଣ୍ଡ ମଧ୍ୟ ଯାଇଥିଲେ। ଏହା ବାବଦ ତାଙ୍କ ବିରୁଦ୍ଧରେ ଅନେକ ମାମଲା ରୁଜୁ ହୋଇଥିଲା।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ଭ୍ରମାତ୍ମକ ଅଟେ। ଗୋଟିଏ ପାରସ୍ପରିକ ବିବାଦ ଘଟଣାକୁ ସାମ୍ପ୍ରଦାୟିକ ଘଟଣା ଦାବି ସହିତ ଭାଇରାଲ କରା ଯାଉଛି। ପୀଡ଼ିତକୁ ମାରୁଥିବା ବ୍ୟକ୍ତିଙ୍କ ମଧ୍ୟରେ କିଛି ଜଣ ଅଣ-ମୁସ୍ଲିମ ଲୋକ ମଧ୍ୟ ଥିଲେ ଯାହାକୁ ପୋଲିସ ଗିରଫ କରିଥିଲା।

Title:କ’ଣ ଭାରତ ମାତା କି ଜୟ କହିଥିବାରୁ ମୁସ୍ଲିମ ସମୁଦାୟ ଲୋକମାନେ ଜଣେ ବୟସ୍କ ଲୋକକୁ ମାରୁଛନ୍ତି? ଜାଣନ୍ତୁ ସତ୍ୟ।
Written By: Siddharth SahuResult: Misleading
