କ’ଣ ଏହି ରେଳବାଇ ଷ୍ଟେସନ୍ ରେ ଅଗ୍ନିକାଣ୍ଡର ଘଟଣା ଝାରସୁଗୁଡାର ଅଟେ? ଜାଣନ୍ତୁ ସତ୍ୟ। 

False Social

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଏକ ରେଳବାଇ ଷ୍ଟେସନ୍ ରେ ଅଗ୍ନିକାଣ୍ଡ ହୋଇଥିବା ଦେଖିବାକୁ ମିଳିଛି। ସେଠାରେ ଉପସ୍ଥିତ ଲୋକମାନେ ରେଳ ଟ୍ରାକ୍ ରେ ଛିଡା ହୋଇ ଦୃଶ୍ୟ ଦେଖୁଥିବା ସମୟରେ କିଛି ଲୋକେ ଟ୍ରାକ୍ ଉପରକୁ ଜିନିଷ ଫିଙ୍ଗୁଛନ୍ତି। ଦାବି କରା ଯାଉଛି ଯେ ଏହି ଭିଡିଓ ଓଡ଼ିଶା ରାଜ୍ୟର ଝାରସୁଗୁଡା ରାଳବାଇ ଷ୍ଟେସନର ଘଟଣା ଅଟେ। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଏହା ପଶ୍ଚିମବଙ୍ଗ ରାଜ୍ୟରେ ଘଟିଥିବା ଏକ ଅଉରୁଣା ଘଟଣା ଅଟେ। 

ନିମ୍ନରେ ଆପଣ ମାନେ ଭାଇରାଲ ଭିଡିଓ ଦେଖି ପାରିବେ। 

Facebook | Archive

ଆମେ ଏହା ମଧ୍ୟ ଜାଣିବାକୁ ପାଇଲୁ ଯେ ସମାନ ଭିଡିଓ ଚଳିତ ବର୍ଷ ଜାନୁଆରୀ ମାସରେ ମଧ୍ୟ ଭାଇରାଲ ହୋଇଥିଲା ଯେଉଁଥିରେ ଏହା ମୁମ୍ବାଇର ମୀରା ରୋଡ ଅଞ୍ଚଳ ରେଳବାଇ ଷ୍ଟେସନର ଘଟଣା ବୋଲି ଦାବି କରା ଯାଇଥିଲା। 

https://www.facebook.com/vkumar.gupta.129/posts/pfbid029oxdS64Xf5ZEZ9bQbTmRhuU323JfPEcEAGYeH5WProU5H1QChhziHXRT1ZAQdAPNl

ଆମ ଅନୁସନ୍ଧାନ: 

ଏହି ବିଷୟରେ ସର୍ଚ୍ଚ କରିବା ପରେ ଆମେ ଏପରି କୌଣସି ଖବର ପାଇଲୁ ନାହିଁ ଯେଉଁଥିରେ ଝାରସୁଗୁଡା ରେଳବାଇ ଷ୍ଟେସନରେ ଅଗ୍ନିକାଣ୍ଡ ହୋଇଥିବା ଘଟଣା ପ୍ରକାଶିତ ହୋଇଛି। 

ଏହା ପରେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ ଏବଂ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଆମେ ଜାଣିବାକୁ ପାଇଲୁ ଯେ ଏହା ନିକଟରେ ଘଟିଥିବା କୌଣସି ଘଟଣାର ଭିଡିଓ ନୁହେଁ। 

ତେବେ ଭିଡିଓର ସତ୍ୟତା କ’ଣ?

ଆମେ ଜାଣିଲୁ ଯେ ସମାନ ଭିଡିଓ କ୍ଲିପ ୨୦୨୩ ମସିହାରେ ଅନେକ ନ୍ୟୁଜ୍ ଚ୍ୟାନାଲରେ ପ୍ରସାରିତ ହୋଇଥିଲା। ରିପୋର୍ଟ ଅନୁଯାୟୀ, ୬ ଏପ୍ରିଲ୍ ୨୦୨୩ ରେ ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପରଗାନା ଜିଲ୍ଲାର ସନ୍ତୋଷପୁର ରେଳବାଇ ଷ୍ଟେସନରେ ଏକ ବିଶାଳ ଅଗ୍ନିକାଣ୍ଡ ହୋଇଥିଲା। 

ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁଯାୟୀ, ସନ୍ଧ୍ୟା ପ୍ରାୟ ୫.୩୦ ସମୟରେ ଏହି ଅଗ୍ନିକାଣ୍ଡ ହୋଇଥିଲା। ସେହି ସମୟରେ ଷ୍ଟେସନରେ ଯାତ୍ରୀ ମାନେ ଟ୍ରେନର ଅପେକ୍ଷା କରୁଥିଲେ। ଏହି ଘଟଣାରେ କୌଣସି ଯାତ୍ରୀ କିମ୍ବା ରେଳବାଇ କର୍ମଚାରିଙ୍କୁ ଆଘାତ ହୋଇନାହିଁ। ପ୍ଲାଟଫର୍ମରେ ଥିବା କିଛି ଛୋଟ ଦୋକାନ ଜାଲିଥିବା ସୂଚନା ମିଳିଛି। 

ଜାନୁଆରୀ ମାସରେ ଏହି ଭିଡିଓ ମୀରା ରୋଡର ଘଟଣା ଦାବି ସହିତ ଭାଇରାଲ ହେବା ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ମୀରା ରୋଡ ପୋଲିସ ଷ୍ଟେସନର ବରିଷ୍ଠ ପୋଲିସ ଇନ୍ସପେକ୍ଟର ଚନ୍ଦ୍ରକାନ୍ତ ସରୋଦଙ୍କ ସହିତ ଯୋଗାଯୋଗ କରିଥିଲା। ସେ ନିଶ୍ଚିତ କରିଥିଲେ ଯେ ମୀରା ରୋଡ ରେଳ ଷ୍ଟେସନରେ ଏଭଳି ଘଟଣା ଲିପିବଦ୍ଧ ହୋଇନଥିଲା। ସୋସିଆଲ ମିଡିଆ ଗୁଜବରେ ବିଶ୍ୱାସ ନକରିବାକୁ ସେ ପରାମର୍ଶ ଦେଇଥିଲେ ଏବଂ ସେଠାରେ ପରିସ୍ଥିତି ସ୍ୱାଭାବିକ ବୋଲି ସେ ଆଶ୍ୱାସନା ମଧ୍ୟ ଦେଇଥିଲେ।

ଭାଇରାଲ ଦାବି ମିଥ୍ୟା ବୋଲି ନୟା ନାଗର ପୋଲିସ ଷ୍ଟେସନର ବରିଷ୍ଠ ପୋଲିସ ଇନ୍ସପେକ୍ଟର ଭିଲାସ ସୁପେ ସ୍ପଷ୍ଟ କରିଥିଲେ। ସେ କହିଥିଲେ ଯେ ମୀରା ରୋଡ ରେଳ ଷ୍ଟେସନରେ କୌଣସି ହିଂସା ଘଟିନାହିଁ।

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଏହି ଭିଡିଓର ଝାରସୁଗୁଡା ସହିତ କୌଣସି ସମ୍ବନ୍ଧ ନାହିଁ। ଏହା ପଶ୍ଚିମବଙ୍ଗର ଏକ ପୁରୁଣା ଘଟନା ଅଟେ ଯାହାକୁ ମିଥ୍ୟା ଦାବି ସହିତ ଭାଇରାଲ କରା ଯାଉଛି। 

Avatar

Title:କ’ଣ ଏହି ରେଳବାଇ ଷ୍ଟେସନ୍ ରେ ଅଗ୍ନିକାଣ୍ଡର ଘଟଣା ଝାରସୁଗୁଡାର ଅଟେ? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *