ଏସପି କର୍ମୀ ନିଆଁରେ ପୋଡ଼ିଯିବାର ପୁରୁଣା ଭିଡିଓ ମିଥ୍ୟା ଦାବି ସହିତ ଭାଇରାଲ୍…

False Political

ସମାଜବାଦୀ ପାର୍ଟିର ଜଣେ ନେତା ନିଜକୁ ନିଆଁ ଲଗାଇବାର ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି। ଭାଇରାଲ ଭିଡିଓରେ ଜଣେ ବ୍ୟକ୍ତି ନିଜ ପୋଷାକରେ ନିଆଁ ଲାଗିଯିବା ପରେ ନିଆଁରୁ ନିଜକୁ ବଞ୍ଚାଉଥିବାର ଦେଖିବାକୁ ମିଳୁଛି। ଭିଡିଓ ସହିତ ଦାବି କରାଯାଉଛି ଯେ ସମାଜବାଦୀ ପାର୍ଟି ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫୋଟୋ ଦାହ କରିବାକୁ ଯାଇଥିଲେ କିନ୍ତୁ ନିଜେ ଜଳିଗଲେ।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଏହା ଏକ ପୁରୁଣା ଭିଡିଓ ଯାହାକୁ ବିନା ସଠିକ୍ ପ୍ରସଙ୍ଗ ସହିତ ସୋସିଆଲ ମିଡିଆରେ ସେୟାର କରା ଯାଉଛି।

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଭିଡିଓ ସେୟାର କରି ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, “ସମାଜବାଦୀ ପାର୍ଟିର ନେତା ମୋଦି ଜୀ ଙ୍କୁ ବିରୋଧ କରିବା ନିଶାରେ। ମୋଦି ଜୀ ଙ୍କ ଫଟୋରେ ନିଆଁ ଲଗାଇ ବା ସମୟରେ ନିଜେ ଜଳିଗଲେ।

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓର କିଛି ସ୍କ୍ରିନଶଟ୍ ନେଇ ତାହାର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ସମାନ ଭିଡିଓ ୧୦ ମାର୍ଚ୍ଚ ୨୦୨୨ ରେ ଏନଏମଟି ନ୍ୟୁଜ୍ ର ୟୁଟ୍ୟୁବ ଚ୍ୟାନାଲରେ ଅପ୍ଲୋଡ ହେଇଥିବା ମିଳିଲା। ଏହା ଦ୍ଵାରା ସ୍ପଷ୍ଟ ହେଇଛି ଯେ ଭାଇରାଲ ଭିଡିଓ ପୁରୁଣା ଅଟେ।

ପ୍ରକାଶିତ ଖବର ଅନୁଯାୟୀ, ୟୁପି ବିଧାନସଭା ନିର୍ବାଚନ ୨୦୨୨ ରେ ଭୋଟ ଗଣତି ସମୟରେ ବିଜେପିର ବିଜୟରେ ନିରାଶ ହୋଇ, ସପା ନେତା ନରେନ୍ଦ୍ର ସିଂହ ଲକ୍ଷ୍ନୌର ବିଧାନସଭା ଗେଟ-1 ସାମ୍ନାରେ ଥିବା ବିଜେପି କାର୍ଯ୍ୟାଳୟ ନିକଟରେ ଆତ୍ମଦାହ କରିବାକୁ ଚେଷ୍ଟା କରିଥିଲେ। ଏହା ପରେ, ତାଙ୍କୁ ଲକ୍ଷ୍ନୌର ସିଭିଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଅଧିକ ତଦନ୍ତ କରିବା ପରେ, ଆମେ ଇଣ୍ଡିଆ ଟୁଡେର ଏକ ରିପୋର୍ଟ ପାଇଲୁ, ଯେଉଁଥିରେ ଭାଇରାଲ ଭିଡିଓ ସହିତ ମେଳ ଖାଉଥିବା ଭିଡିଓ ଏବଂ ଫୋଟୋ ଥିଲା। ଏହି ରିପୋର୍ଟ ଅନୁସାରେ, ୨୦୨୨ ବିଧାନସଭା ନିର୍ବାଚନରେ ​​ସମାଜବାଦୀ ପାର୍ଟିର ପରାଜୟରେ ଦୁଃଖିତ କାନପୁରର ବାସିନ୍ଦା ନରେନ୍ଦ୍ର ସିଂହ ଓରଫ ପିଣ୍ଟୁ ନିଜକୁ ନିଆଁ ଲଗାଇ ଦେଇଥିଲେ।

୨୦୨୨ ମସିହାର ୟୁପି ବିଧାନସଭା ନିର୍ବାଚନରେ ​​ଏସପିର ପରାଜୟରେ ଦୁଃଖିତ ହୋଇ ନରେନ୍ଦ୍ର ବିଧାନସଭା ଭବନ ସମ୍ମୁଖରେ ନିଜକୁ ନିଆଁ ଲଗାଇ ଦେଇଥିଲେ। ଘଟଣା ପରେ ପୋଲିସ ତାଙ୍କୁ ଶ୍ୟାମା ପ୍ରସାଦ ମୁଖାର୍ଜୀ ସିଭିଲ୍ ହସ୍ପିଟାଲରେ ଭର୍ତ୍ତି କରିଥିଲା। ହସ୍ପିଟାଲକୁ ନିଆଯିବା ସମୟରେ ସେ ବିଜେପି ଉପରେ ଇଭିଏମ୍ ସହିତ ହେରଫେର କରିଥିବା ଅଭିଯୋଗ କରିଥିଲେ। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଏହି ଘଟଣା ନିର୍ବାଚନ ଗଣନା ଦିନ ଅର୍ଥାତ୍ ୧୦ ମାର୍ଚ୍ଚ, ୨୦୨୨ ରେ ଘଟିଥିଲା। 

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ସମାଜବାଦି ପାର୍ଟିର ଜଣେ କାର୍ଯ୍ୟକର୍ତ୍ତା ନିଜକୁ ନିଆଁ ଲଗାଇଥିବା ପୁରୁଣା ଘଟଣାକୁ ମିଥ୍ୟା ଦାବି ସହିତ ସେୟାର କରା ଯାଉଛି। 

Avatar

Title:ଏସପି କର୍ମୀ ନିଆଁରେ ପୋଡ଼ିଯିବାର ପୁରୁଣା ଭିଡିଓ ମିଥ୍ୟା ଦାବି ସହିତ ଭାଇରାଲ୍…

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *