
ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି ଯେଉଁଥିରେ କଂଗ୍ରେସ ସାଂସଦ ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଜଣେ ମହିଳାଙ୍କ ସହ ନଜର ଆସିଛନ୍ତି। ଫୋଟୋରେ ଥିବା ମହିଳା ଜ୍ଯୋତି ମଲହୋତ୍ରା ବୋଲି ଜଣା ପଡ଼ୁଛି, ଯିଏକି ୧୭ ମଇ ୨୦୨୫ରେ ପାକିସ୍ତାନ ଏବଂ ଆଇଏସଆଇ ପାଇଁ ଗୁପ୍ତଚର ଅଭିଯୋଗରେ ଅଭିଯୁକ୍ତ ହୋଇଛନ୍ତି।
ଏହି ଫଟୋକୁ ଏପରି ଭାବରେ ସେୟାର କରା ଯାଉଛି ଯେ ରାହୁଲ ଗାନ୍ଧୀ ଗୁପ୍ତଚର ଜ୍ଯୋତି ମଲହୋତ୍ରାଙ୍କ ସହିତ ଏହି ଫୋଟୋରେ ଦେଖା ଯାଇଛନ୍ତି। ଫୋଟୋ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ଚିହ୍ନିଲେ ଦେଖି କିଏ?”
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଭାଇରାଲ ଫୋଟୋକୁ ଏଡିଟ୍ କରା ଯାଇଛି। ଭାଇରାଲ ହେଉଥିବା ଦୁଇଟି ଫୋଟୋରେ ରାହୁଲ ଗାନ୍ଧୀ ଅନ୍ୟ କୌଣସି ମହିଳାଙ୍କ ସହିତ ଅଛନ୍ତି। ଜ୍ଯୋତି ମଲହୋତ୍ରା ଏହି ଫୋଟୋ ଗୁଡ଼ିକରେ ରାହୁଲ ଗାନ୍ଧୀଙ୍କ ସହିତ ନାହାଁନ୍ତି।
ଆମ ଅନୁସନ୍ଧାନ:
ଆମ ଅନୁଅନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ଭାଇରାଲ ଫୋଟୋ ୨୦୧୮ ରେ ଏକ ନ୍ୟୁଜ୍ ରିପୋର୍ଟରେ ପ୍ରକାଶ ପାଇଥିବା ମିଳିଲା। ଏଥିରେ ଦେଖାଯାଉଛି ଯେ ଶାଢ଼ି ପିନ୍ଧିଥିବା ମହିଳା ଜ୍ୟୋତି ମଲହୋତ୍ରା ନୁହଁନ୍ତି ବରଂ ଅନ୍ୟ କେହି ଜଣେ ମହିଳା। ସୂଚନା ଅନୁଯାୟୀ, ଏହି ମହିଳା ଜଣକ ହେଉଛନ୍ତି ଅଦିତି ସିଂହ, ଯିଏ ବର୍ତ୍ତମାନ ରାୟବରେଲିର ସଦର ଆସନରୁ ବିଜେପି ବିଧାୟକ ଅଛନ୍ତି।
ପ୍ରାପ୍ତ ସୂଚନା ସାହାଯ୍ୟରେ, ଅଧିକ ସର୍ଚ୍ଚ କରିବାରୁ ଜଣାପଡିଲା ଯେ ଅଦିତି ୨୦୧୭ ମସିହାରେ କଂଗ୍ରେସରେ ଯୋଗ ଦେଇଥିଲେ ଏବଂ ୨୦୧୮ ମସିହାରେ, ସୋସିଆଲ ମିଡିଆରେ ଏହି ଫଟୋ ସେୟାର କରି ଲୋକମାନେ ରାହୁଲଙ୍କ ସହିତ ଅଦିତିଙ୍କ ବିବାହ ଗୁଜବ ପ୍ରଚାର କରିଥିଲେ, ଯାହାକୁ ସେ ମଧ୍ୟ ଅସ୍ୱୀକାର କରିଥିଲେ। ପରେ, ୨୦୨୧ ମସିହାରେ, ସେ ବିଜେପିରେ ଯୋଗ ଦେଇଥିଲେ।
ନିମ୍ନରେ ଆପଣ ମାନେ ଭାଇରାଲ ଫୋଟୋ ଏବଂ ପ୍ରକୃତ ଫୋଟୋ ମଧ୍ୟରେ ତୁଳନା ଦେଖି ପାରିବେ।
ଦ୍ଵିତୀୟ ଫୋଟୋର ରିଭର୍ସ ଇମେଜ୍ ସର୍ଚ୍ଚ କରିବା ପରେ ଆମକୁ ରାହୁଲ ଗାନ୍ଧୀଙ୍କର ଅଫିସିଆଲ ଫେସବୁକ ପେଜରେ ୧୮ ସେପ୍ଟେମ୍ବର ୨୦୨୨ ରେ ଏହି ଫୋଟୋ ପୋଷ୍ଟ ହେଇଥିବା ମିଳିଲା। ଏଥିରେ ସ୍ପଷ୍ଟ ଭାବରେ ଦେଖା ଯାଇ ପାରିବ ଯେ ମୂଳ ଫୋଟୋରେ ଥିବା ମହିଳା ଜ୍ଯୋତି ମଲହୋତ୍ରା ନୁହଁନ୍ତି।
୧୮ ସେପ୍ଟେମ୍ବର ୨୦୨୨ ରେ, ରାହୁଲ ଗାନ୍ଧୀ କେରଳର ଆଲାପୁଝାରେ ‘ଭାରତ ଯୋଡୋ ଯାତ୍ରା’ ସମୟରେ ମହିଳା ସମର୍ଥକମାନଙ୍କୁ ଆଲିଙ୍ଗନ କରୁଥିବାର ଦେଖାଯାଇଥିଲା।
ଏହା ବ୍ୟତୀତ, ଅଖିଳ ଭାରତୀୟ ମହିଳା କଂଗ୍ରେସର ଅଫିସିଆଲ୍ ଟୁଇଟର ହ୍ୟାଣ୍ଡେଲରେ ମଧ୍ୟ ସମାନ ଫୋଟୋ ଦେଖିବାକୁ ମିଳିଥିଲା।
ନିମ୍ନରେ ଆପଣ ମାନେ ଭାଇରାଲ ଫୋଟୋ ଏବଂ ପ୍ରକୃତ ଫୋଟୋ ମଧ୍ୟରେ ତୁଳନା ଦେଖି ପାରିବେ ଯେଉଁଥିରେ ସ୍ପଷ୍ଟ ଜଣା ପଡ଼ୁଛି ଯେ ଭାଇରାଲ ଫୋଟୋକୁ ଏଡିଟ୍ କରା ଯାଇଛି।
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ପ୍ରକୃତ ଫୋଟୋକୁ ଏଡିଟ୍ କରି ଭାଇରାଲ ଫୋଟୋ ସୃଷ୍ଟି କରା ଯାଇଛି ଏବଂ ତାହାକୁ ବିନା ସଠିକ ପ୍ରସଙ୍ଗ ସହିତ ସୋସିଆଲ ମିଡିଆରେ ସେୟାର କରା ଯାଉଛି। ଫୋଟୋରେ ରାହୁଲ ଗାନ୍ଧୀଙ୍କ ସହିତ ଗୁପ୍ତଚର ଅଭିଯୁକ୍ତ ଜ୍ୟୋତି ମଲହୋତ୍ରା ନୁହଁନ୍ତି।

Title:ରାହୁଲ ଗାନ୍ଧୀଙ୍କ ସହ ଜ୍ୟୋତି ମଲହୋତ୍ରାଙ୍କ ନକଲି ଫଟୋ ମିଥ୍ୟା ଦାବି ସହିତ ଭାଇରାଲ ହେଉଛି।
Fact Check By: Siddharth SahuResult: Missing Context
