ଟି-୨୦ ବିଶ୍ଵକପ୍ ରେ ଆଫଘାନିସ୍ତାନ ଅଷ୍ଟ୍ରେଲିଆକୁ ପରାସ୍ତ କରିବା ପରେ ତାଲିବାନ ମାନେ ଖୁଶିରେ ନାଚୁଛନ୍ତି? ଜାଣନ୍ତୁ ସତ୍ୟତା। 

False Sports

ଟି-୨୦ ବିଶ୍ଵକପ୍ ପ୍ରତିଯୋଗୀତାରେ ଆଫଘାନିସ୍ତାନ ଅଷ୍ଟ୍ରେଲିଆକୁ ପରାସ୍ତ କରି ପ୍ରଥମ ଥର ପାଇଁ ସେମି ଫାଇନାଲ୍ ରେ ପ୍ରବେଶ କରିଥିଲା। ଏହା ଅଷ୍ଟ୍ରେଲିଆ ପାଇଁ ଏକ ବିଶାଳ ଝଟକା ହେଇଥିବା ବେଳେ ଆଫଘାନିସ୍ତାନ ଲୋକଙ୍କ ପାଇଁ ଏକ ଖୁସିର ସମୟ ଥିଲା। ତାଲିବାନ ସରକାର ମଧ୍ୟ ଆଫଘାନିସ୍ତାନ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଥିଲା। 

ଏହି ପ୍ରସଙ୍ଗରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି ଯେଉଁଥିରେ କିଛି ଲୋକେ ବନ୍ଧୁକ ଧରି ନାଚୁଛନ୍ତି। ଦାବି କରା ଯାଉଛି ଯେ ଆଘାନିସ୍ତାନ ଅଷ୍ଟ୍ରେଲିଆକୁ ପରାସ୍ତ କରିବା ପରେ ତାଲିବାନ ଏପରି ନାଚୁଛି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। 

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ଏକ ୟୁଟ୍ୟୁବ ଚ୍ୟାନାଲରେ ୨୬ ମାର୍ଚ୍ଚ ୨୦୨୧ ରେ ପ୍ରସାରିତ ହେଇଥିବା ମିଳିଲା। ଭିଡିଓ ସହିତ ଦିଆ ଯାଇଥିବା ସୂଚନା ଅନୁଯାୟୀ, ଏହି ଭିଡିଓ ପାକିସ୍ତାନର ଅଟେ ଏବଂ ଏକ ବିବାହ ସମୟରେ ଲୋକମାନେ ଅସ୍ତ୍ରଶସ୍ତ୍ର ସହିତ ନାଚୁଥିବାର ନଜର ଆସିଥିଲେ।

ଅଧିକ ସର୍ଚ୍ଚ କରିବା ପରେ ଆମେ ସମାନ ଭିଡିଓ ଜଣେ ପାକିସ୍ତାନ ସାମ୍ବାଦିକ ଦ୍ଵାରା ଟୁଇଟ କରା ଯାଇଥିବା ପାଇଲୁ। ଟୁଇଟରେ ସେ ଲେଖିଛନ୍ତି, “ଅବିଶ୍ଵସନୀୟ ଯେ ଭାରତର ଏକ ଚ୍ୟାନାଲ ପାକିସ୍ତାନର ଖାଇବାର ପାକ୍ତୁନଖ୍ୱା ସହରର ଏକ ବିବାହ ସମୟର ଭାଇରାଲ ଭିଡିଓ ପ୍ରସାରିତ କରିଛି ଏବଂ ଦାବି କରିଛି ଯେ ତାଲିବାନ ମଇଦାନ ସହରରେ ଯୁଧ୍ୟ ଜିତିବା ପରେ ଉତ୍ସବ ପାଳନ କରୁଛନ୍ତି।

ଏହି ସୂଚନା ଉପରେ ଆଧାର କରି ଫେସବୁକରେ ଭାଇରାଲ୍ ଭିଡିଓରେ ଦେଖାଯାଇଥିବା ବ୍ୟକ୍ତିଙ୍କୁ ଆମେ ସର୍ଚ୍ଚ କରିଥିଲୁ, ଯାହାର ନାମ ୱାହାବ ପୁଖତୁନ୍। ଯାହା ପରେ ଆମେ ତାଙ୍କ ସହିତ ଯୋଗାଯୋଗ କଲୁ।

ଆମକୁ ୱାହାବ କହିଥିଲେ, “ଏହି ଭିଡିଓରେ ସେ ଏବଂ ତାଙ୍କ ସାଙ୍ଗମାନେ ଅଛନ୍ତି। ଏହି ଭିଡିଓ ୧୯ ମାର୍ଚ୍ଚ ୨୦୨୧ ର ଅଟେ | ପାକିସ୍ତାନର କିଟକି ଗ୍ରାମରେ ତାଙ୍କ ବନ୍ଧୁ ରାଫିଦ୍-ଉଲ୍ଲା-ଖାନଙ୍କ ବିବାହ ସମୟରେ ଏହି ନୃତ୍ୟ ପରିବେଷଣ କରାଯାଇଥିଲା। ”

ଏହି ବିବାହ ସମୟର ଏକ ଫୋଟୋ ଯେଉଁଥିରେ ୱାହାବ ତାଙ୍କ ବନ୍ଧୁଙ୍କ ସହିତ ଥିଲେ। ଏହି ଫୋଟୋରେ ସେହି ଲୋକମାନେ ଅଛନ୍ତି ଯେଉଁ ମାନଙ୍କୁ ଭାଇରାଲ ଭିଡିଓରେ ନାଚୁଥିବା ଦେଖିବାକୁ ମିଳିଥିଲା।

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଏହି ଭିଡିଓ ୨୦୨୧ ମସିହାରେ ପାକିସ୍ତାନର ଏକ ସହରରେ ହେଉଥିବା ବିବାହ ସମୟର ଭିଡିଓ ଅଟେ। ଏହି ଭିଡିଓର ତାଲିବାନ କିମ୍ବା ଟି-୨୦ ବିଶ୍ଵକପ୍ ସହିତ କୌଣସି ସମ୍ପର୍କ ନାହିଁ।

Avatar

Title:ଟି-୨୦ ବିଶ୍ଵକପ୍ ରେ ଆଫଘାନିସ୍ତାନ ଅଷ୍ଟ୍ରେଲିଆକୁ ପରାସ୍ତ କରିବା ପରେ ତାଲିବାନ ମାନେ ଖୁଶିରେ ନାଚୁଛନ୍ତି? ଜାଣନ୍ତୁ ସତ୍ୟତା।

Written By: Siddharth Sahu 

Result: False

Leave a Reply

Your email address will not be published. Required fields are marked *