କ’ଣ’ କେରଲର ଲୁଲୁ ମଲ୍ ରେ ପାକିସ୍ତାନର ପତକା ଭାରତ ଠାରୁ ଉପରେ ଉତ୍ତୋଳନ କରା ଯାଇଥିଲା? ଜାଣନ୍ତୁ ସତ୍ୟ। 

Communal False

ଅକ୍ଟୋବର ୫ ରେ କ୍ରିକେଟ୍ ବିଶ୍ୱକପ ୨୦୨୩ ଆରମ୍ଭ ହୋଇଥିଲା। ଏହା ପରେ କେରଳର କୋଚିରେ ସ୍ଥିତ ଲୁଲୁ ମଲରେ ଦଶଟି ବିଶ୍ୱକପ ଅଂଶଗ୍ରହଣକାରୀ ଦେଶର ପତକା ପ୍ରଦର୍ଶନ କରାଯାଇଥିଲା। ଏହି ସମୟରେ ସୋସିଆଲ ମିଡିଆରେ ପାକିସ୍ତାନ ପତାକା ଅନ୍ୟ ପତାକା ତୁଳନାରେ ଉପରେ ଥିବା ଫୋଟୋ ଭାଇରାଲ ହୋଇଛି। ଫୋଟୋରେ ଦର୍ଶାଯାଇଛି ଯେ ଅନ୍ୟ ପତକା ଉପରେ ପାକିସ୍ତାନ ପତକା ମଧ୍ୟ ପ୍ରଦର୍ଶିତ ହୋଇଛି। 

ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରିଛନ୍ତି ଯେ, ଭାରତୀୟ ପତକା ଉପରେ ଅନ୍ୟ ଦେଶର ପତକା ଉତ୍ତୋଳନ ହେବା ଆଇନ ବିରୁଦ୍ଧ ଅଟେ। ଭାଇରାଲ ପୋଷ୍ଟଗୁଡିକ କେରଳର ଲୁଲୁ ମଲ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରା ଯାଉଛି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। କ୍ରିକେଟ୍ ବିଶ୍ଵକପ୍ ୨୦୨୩ ରେ ଯୋଗ ନେଇଥିବା ସମସ୍ତ ଦେଶର ପତକା ସମାନ ଉଚ୍ଚତାରେ ଉତ୍ତୋଳନ କରା ଯାଇଥିଲା। 

କ’ଣ ଦାବି କରା ଯାଇଛି ପୋଷ୍ଟରେ?

ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ, “କେରଳର ଲୁଲୁ ମଲ, ଯେଉଁଠି ପାକିସ୍ତାନର ପତକା ଭାରତଠାରୁ ଉପରେ।”

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ କେରଳର କୋଚିରେ ଅବସ୍ଥିତ ଲୁଲୁ ମଲ୍ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିଲୁ। ସେମାନେ ଆମକୁ ସୂଚନା ଦେଲେ ଯେ, “କ୍ରିକେଟ୍ ବିଶ୍ୱକପ୍ ଉତ୍ସବ ପୂର୍ବରୁ ଏହି ପ୍ରତିଯୋଗିତାରେ ଭାଗ ନେଉଥିବା ବିଭିନ୍ନ ଦେଶର ଜାତୀୟ ପତକା କୋଚିର ଲୁଲୁ ମଲ୍ ଠାରେ ଭୂଲମ୍ବ ଭାବରେ ଉତ୍ତୋଳନ କରାଯାଇଛି। ପ୍ରତ୍ୟେକ ପତକା ଛାତରୁ ତଳ ସ୍ତରରେ ସମାନ ସ୍ତରରେ ଟଙ୍ଗାଯାଇଥିଲା”

ମଲ୍ ମଝିରେ ଛାତରୁ ସମାନ ସ୍ତରରେ ବିଭିନ୍ନ ଦେଶର ପତକା ଟଙ୍ଗାଯାଇଥିଲା। ଯେତେବେଳେ ପତକା ଗୁଡିକୁ ଉପରୁ ଫୋଟୋ ନିଆ ଯାଏ ଏବଂ ଯେତେବେଳେ ଗୋଟିଏ ପାର୍ଶ୍ୱରୁ ଫୋଟୋ ନିଆ ଯାଏ, ତେବେ କେମେରା ନିକଟରେ ଥିବା ପତକା ବଡ଼ ଦେଖାଯାଏ, କିନ୍ତୁ ଯେତେବେଳେ ତଳୁ ଫୋଟୋ ନିଆ ହୁଏ, ସମସ୍ତ ପତକା ଏକା ସ୍ତରରେ ଦେଖା ଯାଏ। 

ନିମ୍ନରେ ଆପଣ ମାନେ ଅସଲି ଫୋଟୋ ଦେଖି ପାରିବେ। 

କିନ୍ତୁ ସୋସିଆଲ ମିଡିଆରେ କିଛି ମିଥ୍ୟା ପ୍ରଚାର ହେଉଛି ଯେ ପାକିସ୍ତାନୀ ପତକାକୁ ଭାରତର ପତକା ଠାରୁ ଉଚ୍ଚ ସ୍ଥାନରେ ଉତ୍ତୋଳନ କରା ଯାଇଛି। କେମେରା ପାର୍ଶ୍ୱରୁ ଦେଖାଯିବାବେଳେ ପ୍ରତ୍ୟେକ ଦେଶର ପତକା ବଡ଼ ଦେଖାଯିବା ସ୍ୱାଭାବିକ ହୋଇଥିବାବେଳେ ପାକିସ୍ତାନୀ ପତକା ବଡ଼ ଏବଂ ଉଚ୍ଚ ସାଇଜ୍ ହେଇଥିବା ଦାବି ସମ୍ପୂର୍ଣ୍ଣ ମିଥ୍ୟା ଅଟେ।

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଲୁଲୁଆ ମଲ୍ ରେ ଉତ୍ତୋଳନ ହେଇଥିବା ସମସ୍ତ ଦେଶର ପତକା ସମାନ ସମାନ ଆକାର ର ଅଟେ। 

Avatar

Title:କ’ଣ’ କେରଲର ଲୁଲୁ ମଲ୍ ରେ ପାକିସ୍ତାନର ପତକା ଭାରତ ଠାରୁ ଉପରେ ଉତ୍ତୋଳନ କରା ଯାଇଥିଲା? ଜାଣନ୍ତୁ ସତ୍ୟ।

Written By: Siddharth Sahu 

Result: False

Leave a Reply

Your email address will not be published. Required fields are marked *