
ରାହୁଲ ଗାନ୍ଧୀ ଭାରତ ଯୋଡୋ ନ୍ୟାୟ ଯାତ୍ରା ଜାରି ରଖିଛନ୍ତି। ଏହି ଯାତ୍ରା ମଣିପୁର ରୁ ୧୪ ଜାନୁଆରୀରେ ଆରମ୍ଭ ହୋଇ ୨୦ ମାର୍ଚ୍ଚ ରେ ମୁମ୍ବାଇରେ ଶେଷ ହେବାର ଅଛି। ଏହି ଯାତ୍ରା ସମୟର ଏକ ଫୋଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦେଖିବାକୁ ମିଳିଛି ଯେ ରାହୁଲ ଗାନ୍ଧୀ ଗୋଟିଏ କୁକୁରକୁ ବିସ୍କୁଟ୍ ଖାଇବାକୁ ଦେଉଛନ୍ତି। ଏହା ପରେ ସେ ସେହି ବିସ୍କୁଟ୍ କୁ ନିକଟରେ ଥିବା ଜଣେ ବ୍ୟକ୍ତିଙ୍କୁ ଖାଇବାକୁ ଦେଉଛନ୍ତି।
ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ରାହୁଲ ଗାନ୍ଧୀ କୁକୁରର ଅଇଁଠା ବିସ୍କୁଟ୍ କୁ ନିଜ ପାର୍ଟିର ଜଣେ କାର୍ଯ୍ୟକର୍ତ୍ତାଙ୍କୁ ଖାଇବା ପାଇଁ ଦେଉଛନ୍ତି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ପାଇଲା। ରାହୁଲ ଗାନ୍ଧୀ କୁକୁରକୁ ବିସ୍କୁଟ୍ ଦେବା ସମୟରେ ସେହି କୁକୁର ଭୟଭୀତ ହୋଇଥିଲା ଏବଂ ବିସ୍କୁଟ ଖାଇନଥିଲା। ଏହା ଦେଖି ରାହୁଲ ଗାନ୍ଧୀ ସେହି କୁକୁରର ମାଲିକଙ୍କୁ ବିସ୍କୁଟ୍ ଦେଇଥିଲେ।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ କହୁଛନ୍ତି, “ରାହୁଲ ଗାନ୍ଧୀ ତା କୁକୁର କୁ ବିସ୍କୁଟ ଦେଉଥିଲା କୁକୁର ଖାଇଲାନି ଅଧା ଖାଇଲା ତା ପରେ ସେଇ ବିସ୍କୁଟ କୁ କଂଗ୍ରେସ ର ଗୋଲାମ ଙ୍କୁ ଦେଲା ସେମାନେ ପ୍ରସାଦ ଭାବରେ ଖାଇଲେ“

ସମାନ ଘଟଣାର ଏକ ଭିଡିଓ ଆମକୁ ରିପବ୍ଲିକ୍ ଚ୍ୟାନାଲର ଫେସବୁକ ଏକାଉଣ୍ଟରେ ମଧ୍ୟ ପୋଷ୍ଟ ହେଇଥିବା ଦେଖିବାକୁ ମିଳିଲା।
https://www.facebook.com/reel/1819733601835846
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ବିଷୟରେ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ଏହି ଘଟଣା ନେଇ ୬ ଫେବ୍ରୁଆରିରେ ଦି ହିନ୍ଦୁ ପତ୍ରିକାର ୱେବସାଇଟରେ ଏକ ରିପୋର୍ଟ ପ୍ରକାଶିତ ହେଇଥିବା ମିଳିଲା।
ରିପୋର୍ଟ ଅନୁଯାୟୀ, ରାହୁଲ ଗାନ୍ଧୀ କହିଛନ୍ତି ଯେ ଯେଉଁ ବ୍ୟାକଟୋଙ୍କୁ ସେ ଭିଡିଓରେ ବିସ୍କୁଟ୍ ଦେଉଛନ୍ତି ସେ ସେହି କୁକୁରର ମାଲିକ। ରାହୁଲ ଗାନ୍ଧୀ ଯେତେବେଳେ କୁକୁରକୁ ବିସ୍କୁଟ୍ ଦେଇଥିଲେ, ସେ ଭୟଭୀତ ହୋଇଥିଲା। ତେଣୁ ସେ ବିସ୍କୁଟ୍ ଗୁଡିକୁ କୁକୁରକୁ ଦେବା ପାଇଁ ନିକଟରେ ଛିଡା ହୋଇଥିବା ତାହାର ମାଲିକକୁ ଦେଇଥିଲେ। କୁକୁର ମାଲିକ କୁକୁରକୁ ବିସ୍କୁଟ୍ ଦେବା ପରେ କୁକୁରଟି ତାହା ଖାଇଥିଲା।

ଆପଣ ମାନେ ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଏଠାରେ ପଢି ପାରିବେ।
ଆମକୁ ଏଏନଆଇ ର ମଧ୍ୟ ଏକ ଟୁଇଟ ମିଳିଲା ଯେଉଁଥିରେ ରାହୁଲ ଗାନ୍ଧୀଙ୍କର ଏକ ସାମ୍ବାଦିକ ସମ୍ମିଳନୀର ଭିଡିଓ ପୋଷ୍ଟ ହୋଇଥିଲା। ଭିଡିଓରେ ରାହୁଲ ଗାନ୍ଧୀ କହିଛନ୍ତି, “ମୁଁ କୁକୁର ଏବଂ ତାହାର ମାଲିକଙ୍କୁ ଡାକିଲି। କୁକୁରଟି ଭୟଭୀତ ଥିଲା। ଯେତେବେଳେ ମୁଁ ତାକୁ ସେଠାରେ ଖାଇବାକୁ ଦେବାକୁ ଚେଷ୍ଟା କଲି ସେ ଭୟଭୀତ ହେଲା ତେଣୁ ମୁଁ ବିସ୍କୁଟକୁ କୁକୁରର ମାଲିକକୁ ଦେଲି ଏବଂ କୁକୁରଟି ତାଙ୍କ ହାତରୁ ଖାଇଲା। ସମସ୍ୟା କେଉଁଠାରେ ଅଛି ମୁଁ ବୁଝି ପାରୁ ନାହିଁ।”
INDIA Alliance ନାମକ ଏକ ଟ୍ୱିଟର ଆକାଉଣ୍ଟରୁ ଏକ ଭିଡିଓ ମଧ୍ୟ ଅପଲୋଡ୍ କରାଯାଇଥିଲା ଯେଉଁଥିରେ କୁକୁରର ମାଲିକ କହିଥିଲେ ଯେ କୁକୁର ରାହୁଲ ଗାନ୍ଧୀଙ୍କ ସହ ଫଟୋ ଉଠାଇଥିଲା ଏବଂ ତାଙ୍କୁ ବିସ୍କୁଟ ଦିଆଯାଇଥିଲା।
ଏହା ପରେ ଆମେ ଟାଇମ୍ସ ନାଓ ର ୟୁଟ୍ୟୁବ ଚ୍ୟାନାଲରେ ଏକ ଭିଡିଓ ପ୍ରସାରିତ ହେଇଥିବା ମିଳିଲା। ଏହି ଭିଡିଓରେ ଆମେ ଦେଖିବାକୁ ପାଇଲୁ ଯେ ପ୍ରଥମେ ରାହୁଲ ଗାନ୍ଧୀ କୁକୁରକୁ ବିସ୍କୁଟ ଦେବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେହି କୁକୁର ବିସ୍କୁଟ ଖାଇଲା ନାହିଁ। ଏହା ଦେଖି ରାହୁଲ ଗାନ୍ଧୀ କୁକୁରର ମାଲିକକୁ ବିସ୍କୁଟ ବଢାଇଥିଲେ ଏବଂ ଟାକ ସହିତ କଥା ହେଉଥିଲେ। କୁକୁରଟି ସେହି ସମୟରେ ତାହାର ମାଲିକ ହାତରେ ଥିବା ବିସ୍କୁଟକୁ ଖାଇଥିଲା। ଭିଡିଓର ୩୦ ସେକେଣ୍ଡ ରୁ ୪୦ ସେକେଣ୍ଡ ମଧ୍ୟରେ ଆପଣ ମାନେ କୁକୁରକୁ ତାହାର ମାଲିକ ହାତରୁ ଖାଉଥିବା ଦୃଶ୍ୟ ଦେଖି ପାରିବେ।
ଫ୍ୟାକ୍ଟ କ୍ରିଷେଣ୍ଡୋ ରାହୁଲ ଗାନ୍ଧୀଙ୍କର କାର୍ଯ୍ୟଳୟ ସହିତ ଯୋଗାଯୋଗ କରିଲା। ସେମାନେ ଆମକୁ କହିଛନ୍ତି, “ରାହୁଲ ଗାନ୍ଧୀ କୁକୁରକୁ ରାଜନୀତି ହେତୁ ଡାକିନଥିଲେ। କୁକୁରଟି ତାଙ୍କୁ ଦେଇଥିବା ବିସ୍କୁଟ ଖାଇଲା ନାହିଁ କାରଣ ସେ ଭିଡ଼କୁ ଭୟ କରୁଥିଲା। ଏହା ପରେ ରାହୁଲ ଗାନ୍ଧୀ ବିସ୍କୁଟକୁ ମାଲିକଙ୍କୁ ଦେଲେ। କୁକୁରର ମାଲିକ କଂଗ୍ରେସ କର୍ମୀ ନୁହଁନ୍ତି। ସେ ସେଠାରେ ଭାରତ ଯୋଡୋ ନ୍ୟାୟ ଯାତ୍ରୀଙ୍କୁ ଦେଖିବା ପାଇଁ ଆସିଥିଲେ। ଏହି ଘଟଣା କେବଳ ଖରାପ ପ୍ରଚାର ପାଇଁ ବ୍ୟବହୃତ ହେଉଛି।“
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ବିଭ୍ରାନ୍ତକାରୀ ଅଟେ। ରାହୁଲ ଗାନ୍ଧୀ କୁକୁରକୁ ବିସ୍କୁଟ୍ ଦେବା ସମୟରେ ସେହି କୁକୁର ଭୟଭୀତ ହୋଇଥିଲା ଏବଂ ବିସ୍କୁଟ ଖାଇନଥିଲା। ଏହା ଦେଖି ରାହୁଲ ଗାନ୍ଧୀ ସେହି କୁକୁରର ମାଲିକଙ୍କୁ ବିସ୍କୁଟ୍ ଦେଇଥିଲେ।

Title:କ’ଣ ରାହୁଲ ଗାନ୍ଧୀ କୁକୁର ଖାଇଥିବା ବିସ୍କୁଟ୍ କୁ ନିଜ ପାର୍ଟି କାର୍ଯ୍ୟକର୍ତ୍ତାଙ୍କୁ ଖାଇବାକୁ ଦେଲେ? ଜାଣନ୍ତୁ ସତ୍ୟ।
Written By: Siddharth SahuResult: Misleading
