କ’ଣ ଧାମନଗର ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତି କରା ଯିବ? ଜାଣନ୍ତୁ ସତ୍ୟତା। 

False

ଧାମନଗର ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ୨୦୨୪ ନିର୍ବାଚନରେ ବିଜୟୀ ହେଇଛନ୍ତି। ବିଜେପି ଓଡ଼ିଶାରେ ନିର୍ବାଚନ ଜିତିବା ପରେ ସରକାର ଗଠନ କରିବାକୁ ଯାଉଛି। ଏହି ସମୟରେ ସବୁଠାରୁ ବଡ ପ୍ରଶ୍ନ ହେଉଛି ଯେ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ କିଏ ହେବ। 

ଏହି ସମୟରେ ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦାବି କରା ଯାଉଛି ଯେ ସୂର୍ଯ୍ୟବଂଶୀ ସୂରଜଙ୍କୁ ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ ନିଯୁକ୍ତି କରା ଯିବ। 

Facebook | Archive

ଆମ ଅନୁସନ୍ଧାନ: 

ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିବା ପରେ ଆମକୁ ୧୧ ଜୁନ୍ ୨୦୨୪ ରେ ଓଡ଼ିଶା ଲାଇଭ୍ ଫେସବୁକ ପେଜରେ ପ୍ରତାପ ସଡ଼ଙ୍ଗିଙ୍କର ଗଣମାଧ୍ୟମରେ ଏକ ସାକ୍ଷାତକାରର ଭିଡିଓ ମିଳିଲା। ଭିଡିଓରେ ପ୍ରତାପ ସଡ଼ଙ୍ଗି କହିଛନ୍ତି ଯେ ୧୧ ଜୁନ୍ ରେ ରାଜନାଥ ସିଂ ଏବଂ ଭୂପେନ୍ଦ୍ର ଯାଦବ ଓଡ଼ିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀର ଚୟନ କରିବେ। ଏହା ପରେ ସେମାନେ ରାଜ୍ଯପାଳ ସମ୍ମୁଖରେ ଦାବି ଉପସ୍ଥାପନ କରିବାକୁ ଯିବେ। 

ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ ମୋହନ ଚରଣ ମାଝୀଙ୍କୁ ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଚୟନ କରିଛି ବିଜେପି। ମୋହନ ଚରଣ ମାଝୀ ହେଉଛନ୍ତି ଜଣେ ଆଦିବାସୀ ନେତା ଯିଏ ୨୦୨୪ ନିର୍ବାଚନରେ କେନ୍ଦୁଝର ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇଥିଲେ। ସୂଚନା ଅନୁଯାୟୀ, ମୋହନ ମାଝୀ ଏବଂ ଅନ୍ୟାନ୍ୟ ନେତାଙ୍କର ଶପଥ ଗ୍ରହଣ ସଭା ୧୨ ଜୁନ୍ ଅପରାହ୍ନ ୫ ଟା ସମୟ ନିଶ୍ଚିତ କରା ଯାଇଛି। ଏହି ସଭାରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ବିଜେପିର ଅନେକ ନେତା ଯୋଗ ଦେବେ। 

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଟୁଇଟ କରି ସୂଚନା ଦେଇଛନ୍ତି ଯେ ମୋହନ ଚରଣ ମାଝୀଙ୍କୁ ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଚୟନ କରିଛି ବିଜେପି ଦଳ। ଶ୍ରୀ କେ.ଭି ସିଂ ଦେଓ ଏବଂ ଶ୍ରୀମତୀ ପ୍ରଭାତୀ ପରିଡାଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ଚୟନ କରା ଯାଇଛି। 

ସିଦ୍ଧାନ୍ତ

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଗୋପାଲ ଚରଣମାଝୀଙ୍କୁ ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଚୟନ କରା ଯାଇଛି। ଧାମନଗର ନିର୍ବାଚନ ମଣ୍ଡଳୀର ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟମନ୍ତ୍ରୀ ହେବା ଦାବି ମିଥ୍ୟା ଅଟେ।

Avatar

Title:କ’ଣ ଧାମନଗର ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତି କରା ଯିବ? ଜାଣନ୍ତୁ ସତ୍ୟତା।

Written By: Siddharth Sahu 

Result: False

Leave a Reply

Your email address will not be published. Required fields are marked *