
ଓଡ଼ିଶାରେ ବିଜେପି ବିଧାନସଭା ନିର୍ବାଚନ ଜିତିବା ପରେ ମୋହନ ଚରଣ ମାଝୀ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ମନୋନୀତ ହେଇଛନ୍ତି। ରାଜ୍ୟରେ ପ୍ରଥମ ଥର ପାଇ ବିଜେପି ସରକାର ଆସିବା ପରେ ଅନେକ ଯୋଜନା ଏବଂ ନୂତନ ସରକାରର ପଦକ୍ଷେପ କ’ଣ ରହିବା ନେଇ ଚର୍ଚ୍ଚା ଲାଗି ରହିଛି।
ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଛି ଯେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ମଦ ବ୍ୟାପାର ବନ୍ଦ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କିମ୍ବା ବିଜେପି ପକ୍ଷରୁ ଏପରି କୌଣସି ନିଷ୍ପତ୍ତି ନିଆ ଯାଇନାହିଁ।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲ ରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ୧୬ ଜୁନ୍ ରେ ଓଟିଭି ର ଗୋଟିଏ ଟୁଇଟ ମିଳିଲା ଯେଉଁଥିରେ କୁହା ଯାଇଛି ଯେ ରାଜ୍ୟରେ ମଦ ବ୍ୟାନ୍ ହେବା ଖବର ଗୁଜବ ଅଟେ। ସୂଚନା ଏବଂ ଜନ ସମ୍ପର୍କ ବିଭାଗ ଭାଇରାଲ ଦାବିର ଖଣ୍ଡନ କରିଛି।
କଳିଙ୍ଗ ଟିଭିର ୟୁଟ୍ୟୁବ ଚ୍ୟାନାଲରେ ପ୍ରସାରିତ ଏକ ଭିଡିଓରେ କୁହା ଯାଇଛି ଯେ ମୋହନ ମାଝୀ ମୁଖ୍ୟମନ୍ତ୍ରୀ ହେବା ପରେ ସୋସିଆଲ ମିଡିଆରେ ଅନେକ ଗୁଜବ ଭାଇରାଲ ହେଉଛି ଯାହା ମଧ୍ୟରୁ ରାଜ୍ୟରେ ମଦ ନିଷେଧ କରା ଯିବା ଦାବି ସ୍ଥାନ ପାଇଛି। ତେବେ ଏହି ଦାବିକୁ ଖଣ୍ଡନ କରି ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ଏକ ସ୍ପଷ୍ଟୀକରଣ ଜାରି କରିଛି ଏବଂ ଲୋକଙ୍କୁ କେବା ସରକାରୀ ସୂତ୍ରର ସୂଚନା ଉପରେ ବିଶ୍ଵାସ କରିବା ପାଇଁ ପରାମର୍ଶ ଦିଆ ଯାଇଛି।
ଏହା ପରେ ଆମେ ଟୁଇଟରରେ ସୂଚନା ଏବଂ ଜନ ସମ୍ପର୍କର ଟୁଇଟ ସର୍ଚ୍ଚ କରିଲୁ। ୧୫ ଜୁନ୍ ରେ ସୂଚନା ଏବଂ ଜନ ସମ୍ପର୍କ ବିଭାଗ କହିଛି, “ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ଏହିଭଳି ଫେକ୍ ନ୍ୟୁଜ୍ ପ୍ରତି ସଚେତନ ରୁହନ୍ତୁ। ସବୁବେଳେ ସରକାରୀ ସୂତ୍ରରୁ ପ୍ରଦତ୍ତ ତଥ୍ୟ ଉପରେ ଗୁରୁତ୍ବ ଦିଅନ୍ତୁ। ଏହିଭଳି ମିଥ୍ୟାଗୁଜବ ପ୍ରସାରଣରୁ ନିବୃତ୍ତ ରୁହନ୍ତୁ। ଏହା ବେଆଇନ ଅଟେ।“
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବିରେ କୌଣସି ସତ୍ୟତା ନାହିଁ। ରାଜ୍ୟରେ ମଦ ବ୍ୟାନ୍ କରିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କିମ୍ବା ବିଜେପି ସରକାର କୌଣସି ନିଷ୍ପତ୍ତି ନେଇ ନାହିଁ। ସୂଚନା ଏବଂ ଜନ ସମ୍ପର୍କ ବିଭାଗ ଭାଇରାଲ ଦାବିର ଖଣ୍ଡନ କରିଛି।

Title:ଓଡ଼ିଶାରେ ବିଜେପି ସରକାର ଗଠନ ହେବା ପରେ ନୂତନ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟରେ ମଦ ବ୍ୟାପାର ନିଷେଧ କରିବା ନିଷ୍ପତ୍ତି ନେଇଛନ୍ତି କି?
Fact Check By: Siddharth SahuResult: False
