ପାକିସ୍ତାନୀ ଛାତ୍ରମାନେ ୟୁକ୍ରେନରୁ ରକ୍ଷା ପାଇବା ପାଇଁ ଭାରତୀୟ ପତାକା ବ୍ୟବହାର କରୁଛନ୍ତି ?

False International

ଋଷ-ୟୁକ୍ରେନ ଯୁଦ୍ଧ ଆରମ୍ଭ ପରେ ଅନେକ ଛାତ୍ର ୟୁକ୍ରେନରେ ଫସି ରହିଛନ୍ତି। ୟୁକ୍ରେନରେ ଅଟକି ରହିଥିବା ଭାରତୀୟ ଛାତ୍ରମାନଙ୍କୁ ଥଇଥାନ ପାଇଁ ଭାରତ ସରକାର ଅପରେସନ୍ ଗଙ୍ଗା ଆରମ୍ଭ କରିଛନ୍ତି। ଏଥି ମଧ୍ୟରେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି, ଯେଉଁଥିରେ ଛାତ୍ରଛାତ୍ରୀମାନେ ଏକ ବସ୍‌ରେ ବସି ଭାରତୀୟ ଜାତୀୟ ପତାକା ଧରିଥିବାର ଦେଖାଯାଉଛନ୍ତି।  ସୋସିଆଲ ମିଡିଆରେ ଦାବି କରାଯାଉଛି ଯେ ୟୁକ୍ରେନରୁ ଖସିଯିବା ପାଇଁ ପାକିସ୍ତାନୀ ଛାତ୍ରମାନେ ଭାରତୀୟ ପତାକା ଧରିଛନ୍ତି।

Sharechat ପୋଷ୍ଟର କ୍ୟାପସନରେ ଲେଖା ଅଛି, “ପାକିସ୍ତାନୀ ଛାତ୍ରମାନେ ୟୁକ୍ରେନରୁ ରକ୍ଷା ପାଇବା ପାଇଁ ଭାରତୀୟ ପତାକା ବ୍ୟବହାର କରୁଛନ୍ତି। ଜେତେ ବେଳେ ବିପଦ ଆସୁଛି ସେତେବେଳେ ବାପା ମନେ ପଢ଼ୁଛି।”

ଏଠାରେ ଲିଙ୍କ ଦେଖନ୍ତୁ-Sharechat

ତେବେ କଣ ପାକିସ୍ତାନୀ ଛାତ୍ରମାନେ ୟୁକ୍ରେନରୁ ରକ୍ଷା ପାଇବା ପାଇଁ ଭାରତୀୟ ପତାକା ବ୍ୟବହାର କରୁଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭସେ ଆମକୁ ଭାଇରାଲ ଫଟୋ 28 ଫେବୃଆରୀ 2022 ରେ ଡେକାନ୍ କ୍ରୋନିକଲ୍ ଦ୍ୱାରା ପ୍ରକାଶିତ କରାଯାଇଛି।  ଭାଇରାଲ୍ ଫଟୋ ଏହି ଖବର ରିପୋର୍ଟରେ ଦେଖିବାକୁ ମିଳିବ ଯେଉଁଥିରେ ଲେଖାଥିଲା, “ଜାହୋନି କ୍ରସିଂରେ ଅଧିକ ସଂଖ୍ୟକ ଭାରତୀୟ ଛାତ୍ର ୟୁକ୍ରେନ ପାର୍ଶ୍ୱରୁ ହଙ୍ଗେରୀକୁ ପ୍ରବେଶ କରି ଆଗକୁ ଯାତ୍ରା କରନ୍ତି। AI ବିମାନ ଯୋଗେ ଭାରତକୁ ଫେରିବା ପାଇଁ ବୁଦ୍ଧାପେଷ୍ଟକୁ। 

ରିପୋର୍ଟ ଅନୁଯାୟୀ, ୟୁକ୍ରେନରେ ଅଟକି ରହିଥିବା ଭାରତୀୟ ଛାତ୍ରମାନଙ୍କୁ ଏହି ଫଟୋ ଅଟେ।

ହଙ୍ଗେରୀରେ ଥିବା ଭାରତୀୟ ଦୂତାବାସର 26 ଫେବୃଆରୀ 2022 ରେ ଏକ ଟ୍ୱିଟକୁ ପୋଷ୍ଟ କରାଯାଇଥିଲା। ଭାଇରାଲ୍ ଇମେଜରେ ଦେଖାଯାଇଥିବା ଭାରତୀୟ ଛାତ୍ରଙ୍କ ଭିଡିଓ ପୋଷ୍ଟ କରି ସେମାନେ ଲେଖିଛନ୍ତି, “ଜାହୋନି କ୍ରସିଂରେ ୟୁକ୍ରେନ ପାର୍ଶ୍ୱରୁ ଅଧିକ ଭାରତୀୟ ଛାତ୍ର ହଙ୍ଗେରୀକୁ ପ୍ରବେଶ କରି ଆଗକୁ ଯାତ୍ରା କରୁଛନ୍ତି। ଆଜି ଏଆଇ ବିମାନ ଯୋଗେ ଭାରତକୁ ଫେରିବା ପାଇଁ ବୁଦ୍ଧାପେଷ୍ଟକୁ। ” ଭାରତୀୟ ଦୂତାବାସ ନିଜେ ନିଶ୍ଚିତ କରିଛନ୍ତି ଯେ ଭାରତୀୟ ପତାକା ଧରିଥିବା ଛାତ୍ରମାନେ ସମସ୍ତେ ଭାରତୀୟ ନାଗରିକ।

ଶେଷକଥା-

ଅନୁସନ୍ଧାନରେ ସ୍ପଷ୍ଟ ହେଲା ଯେ, ଭାଇରାଲ ଇମେଜ ସହିତ ଦିଆଯାଇଥିବା ଦାବି ମିଥ୍ୟା ଅଟେ। ଫଟୋରେ ପାକିସ୍ତାନ ଛାତ୍ର ନୁହଁ ବରଂ ଭାରତୀୟ ଛାତ୍ର ଅଟନ୍ତି।

Avatar

Title:ପାକିସ୍ତାନୀ ଛାତ୍ରମାନେ ୟୁକ୍ରେନରୁ ରକ୍ଷା ପାଇବା ପାଇଁ ଭାରତୀୟ ପତାକା ବ୍ୟବହାର କରୁଛନ୍ତି ?

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *