କ’ଣ ଡ଼ିଜେ ବନ୍ଦ କରିବାକୁ ଯାଇଥିବା ପୋଲିସ ନିଜେ ଜୟ ଶ୍ରୀ ରାମଙ୍କ ଗୀତରେ ଡାନ୍ସ କରୁଛନ୍ତି? ଜାଣନ୍ତୁ ସତ୍ୟତା। 

False Social

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଆପଣ ଦେଖି ପାରିବେ ଯେ ଜଣେ ପୋଲିସ ଅଧିକାରୀ ସେଠାରେ ଜୟ ଶ୍ରୀ ରାମ ଗୀତରେ ନାଚିବାକୁ ଲାଗୁଛନ୍ତି। ଦାବି କରା ଯାଉଛି ଯେ ଡ଼ିଜେ ବନ୍ଦ କରିବାକୁ ଯାଇଥିବା ପୋଲିସ ନିଜେ ଜୟ ଶ୍ରୀ ରାମ ଗୀତରେ ନାଚିବାକୁ ଲାଗୁଛନ୍ତି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଏକ ଏଡିଟ୍ ହୋଇଥିବା ଭିଡିଓ ଅଟେ। ପ୍ରକୃତ ଭିଡିଓରେ ଜୟ ଶ୍ରୀ ରାମ ଗୀତ ନୁହେଁ ବରଂ ଗଦର ଫିଲ୍ମର ଗୀତ ବାଜୁଥିଲା। 

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଭିଡିଓ ସେଯାର କରି ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, “ଏମିତି ଗାନା ବଜାନ୍ତୁ , ଯେମିତି ସାମ୍ନା ରେ କେହି ବି ହେଉ, ନାଚିବାକୁ ମଜବୂର ହେଇଯିବ

Facebook | Archive

ସମାନ ଭିଡିଓ ଆମକୁ ୨୭ ଡିସେମ୍ବର ୨୦୨୩ ରେ ମଧ୍ୟ ଟୁଇଟରରେ ଭାଇରାଲ ହେଇଥିବା ମିଳିଲା। 

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବ୍ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ୩୦ ନଭେମ୍ବର ୨୦୨୩ ରେ ଜି ସଲାମ ୱେବସାଇଟରେ ପ୍ରକାଶିତ ହେଇଥିବା ମିଳିଲା। ସୂଚନା ଅନୁଯାୟୀ, ଜଣେ ପୋଲିସ ଅଧିକାରୀ ଏକ ପାର୍ଟିରେ ଡ଼ିଜେ ୱାଲା ସହିତ ଝଗଡା କରି ଗୀତ ବଦଳାଇବା ପାଇଁ ଜୋର ଦେଇଥିଲେ। ଏହା ପରେ ଡ଼ିଜେ ୱାଲା ଗଦର ଫିଲ୍ମର ‘ମେଂ ନିକଲା ଗଡ୍ଡି ଲେକେ’ ଗୀତ ବାଯାଇଥିଲା, ଯାହା ଶୁଣି ଦୁଇ ଜଣ ନାଚିବାକୁ ଲାଗିଥିଲେ।

ୱେବସାଇଟରେ ପ୍ରସାରିତ ଭିଡିଓରେ ଆମେ ଦେଖିଲୁ ଯେ ସେଥିରେ ଜୟ ଶ୍ରୀ ରାମ ଗୀତ ବଜାଉ ନାହାଁନ୍ତି, ଏଥିରେ ଗଡାର “ମେନ୍ ନିକ୍ଲା ଗାଡି ଲେକେ” ଗୀତ ବାଜୁଛି।

ଅଧିକ ଜାଣିବା ପାଇଁ ଆମେ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ୨୬ ନଭେମ୍ବର ୨୦୨୩ ରେ ପି.ବି.ଫୋଟୋୱାର୍କ୍ସ ନାମକ ଇଂଷ୍ଟାଗ୍ରାମ୍ ରେ ସେୟାର ହେଇଥିବା ମିଳିଲା। ଏହି ପୋଷ୍ଟ ସହିତ #party #delhiparty #jwmarriot #dresscode #themeparty #police #mainniklagaddileke ପରି ଅନେକ ହାସଟାଗ୍ ଦିଆ ଯାଇଛି। ଏଥିରୁ ଆମେ ଅନୁମାନ କରିପାରୁ ଯେ ଏହା ଦିଲ୍ଲୀର ଜେଡବ୍ଲୁ ଡବ୍ଲୁ ମ୍ୟାରିଅଟ୍ ଠାରେ ଆୟୋଜିତ ଏକ ଥିମ୍ ପାର୍ଟିର ଏକ ଭିଡିଓ ଯେଉଁଥିରେ ଗଦର 2 ଚଳଚ୍ଚିତ୍ରର “ମେନ୍ ନିକ୍ଲା ଗାଡି ଲେକେ” ଗୀତ ବାଜୁଛି। ଆପଣ ନିମ୍ନରେ ଏହି ଭିଡିଓ ଦେଖିପାରିବେ।

୨୮ ନଭେମ୍ବର ରେ ମଣିଶଙ୍କର ଜାଙ୍ଗଡେ ନାମକ ଏକ ଫେସବୁକ ପେଜରେ ପ୍ରସାରିତ ହୋଇଥିବା ଦେଖିଲୁ। ଆଉ ଏହା ସହିତ ଆଉ ଏକ ଭିଡିଓ ଅଛି ଯେଉଁଥିରେ ସେ ମୁନି ବଦନାମ ହୁଇ ଗୀତରେ ନାଚୁଛନ୍ତି ଏବଂ ଡିଜେ ସହିତ ଏକ ଫୋଟୋ ମଧ୍ୟ ସେୟାର କରିଛନ୍ତି। ଏହା କୁହାଯାଇଛି ଯେ ଭିଡିଓରେ ଦେଖାଯାଇଥିବା ପୋଲିସ କର୍ମଚାରୀ ହେଉଛନ୍ତି ମଣି ଶଙ୍କର ଜଙ୍ଗଡେ ଏବଂ ସେ ପ୍ରକୃତରେ ଜଣେ ପୋଲିସ କର୍ମଚାରୀ ନୁହଁନ୍ତି। ସେ ବିଡି (ବେକ୍ଟନ୍, ଡିକିନ୍ସନ୍ ଆଣ୍ଡ୍ କମ୍ପାନୀ) ରେ ଏକ କ୍ଷେତ୍ର ବିକ୍ରୟ ପରିଚାଳକ ଅଟନ୍ତି। 

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଭିଡିଓରେ ଥିବା ବ୍ୟକ୍ତି ପୋଲିସକର୍ମୀ ନୁହଁନ୍ତି। ଏହା ଏକ ଥିମ୍ ପାର୍ଟି ଅଟେ ଏବଂ ଏଥିରେ ଜୟ ଶ୍ରୀ ରାମ ନୁହଁ ବରଂ ଗଦ୍ଦର ଫିଲ୍ମର ଗୀତ ବାଜୁଛି। 

Avatar

Title:କ’ଣ ଡ଼ିଜେ ବନ୍ଦ କରିବାକୁ ଯାଇଥିବା ପୋଲିସ ନିଜେ ଜୟ ଶ୍ରୀ ରାମଙ୍କ ଗୀତରେ ଡାନ୍ସ କରୁଛନ୍ତି? ଜାଣନ୍ତୁ ସତ୍ୟତା।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *