କ’ଣ ଏହା ଉତ୍ତରକାଶୀ ସୁଡଙ୍ଗରେ ଫସି ରହିଥିବା ଜଣେ ବୃଦ୍ଧ ବ୍ୟକ୍ତିଙ୍କ ଫୋଟୋ ଅଟେ? ଜାଣନ୍ତୁ ସତ୍ୟ। 

Misleading Social

ଗତ ୧୯ ଦିନ ଧରି ଉତ୍ତରାଖଣ୍ଡର ଉତ୍ତରକାଶୀରେ ଟନେଲରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କ ମଧ୍ୟରୁ କିଛି ଜଣଙ୍କୁ ଉଦ୍ଧାର କରାଯାଇଛି। ଏହି ସମୟରେ ହେଲମେଟ ପିନ୍ଧି ଜଣେ ଅସହାୟ ଦେଖାଯାଉଥିବା ବୃଦ୍ଧଙ୍କ ଫୋଟୋ ସୋସିଆଲ ମିଡିଆରେ ସେୟାର କରାଯାଉଛି। ଦାବି କରାଯାଉଛି ଯେ ଏହି ବୃଦ୍ଧ ବ୍ୟକ୍ତି ଉତ୍ତରକାଶୀର ସୁଡଙ୍ଗରେ ଫସି ରହିଥିବା ଶ୍ରମିକ ଅଟନ୍ତି।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ଫୋଟୋର ଉତ୍ତରକାଶୀ ଶ୍ରମିକଙ୍କ ସହିତ କୌଣସି ସମ୍ବନ୍ଧ ନାହିଁ। ଏହା ୨୦୧୯ ମସିହାର ଏକ ପୁରୁଣା ଫୋଟୋ ଅଟେ। 

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରି କହୁଛନ୍ତି, “ଚନ୍ଦ୍ର ଉପରେ ପହଞ୍ଚିକରି କଣ ଲାଭ ?

ଯଦି ଆପଣ ୧୦ ରୁ ୧୫ ଦିନ ହେଲାଣି ଏପର୍ଯ୍ୟନ୍ତ ସୁଡ଼ଙ୍ଗ ଭିତରେ ଫସି ରହିଥିବା ଶ୍ରମିକମାନଙ୍କ ପାଖରେ ପହଞ୍ଚି ପାରିଲେ ନାହିଁ l

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଫୋଟୋ ୨୦୧୯ ରେ ଫେସବୁକରେ ପୋଷ୍ଟ ହେଇଥିବା ମିଳିଲା। 

https://www.facebook.com/permalink.php?story_fbid=pfbid0ms5vxJD6uBdqs9F9hZZybXhRHK7Jc1Sj6LqKTMpz5G5uuRpaX9PkpfCyD4uuvcNxl&id=644676992636297

ଏହା ଦ୍ଵାରା ସ୍ପଷ୍ଟ ହେଉଛି ଯେ ଭାଇରାଲ ଫୋଟୋ ଉତ୍ତରକାଶୀର ସୁଡଙ୍ଗରେ ଫସି ରହିଥିବା ଶ୍ରମିକଙ୍କର ନୁହେଁ। 

କ’ଣ ସ୍ଥିତି ବର୍ତ୍ତମାନ ସେହି ସୁଡଙ୍ଗ ଦୁର୍ଘଟଣାର?

ଦିୱାଲୀ ଦିନ ଏହି ଦୁର୍ଘଟଣା ଘଟିଥିଲା। ସେହି ସମୟରେ, ଏହି ଶ୍ରମିକମାନେ ଉତ୍ତରାଖଣ୍ଡର ଶିଲ୍କ୍ଯାରା ସୁଡଙ୍ଗରେ କାମ କରୁଥିଲେ। କିନ୍ତୁ ସୁଡଙ୍ଗର ପତନ ହେତୁ ୪୧ ଜଣ ଶ୍ରମିକ ୭୦ ମିଟର ଲମ୍ବା ସୁଡଙ୍ଗରେ ଫସି ରହିଥିଲେ।

ଶ୍ରମିକଙ୍କ ସହ ସଂଯୋଗ କରିବା ପାଇଁ ଭୁସୁଡି ପଡିଥିବା ସୁଡଙ୍ଗରେ ଏକ ପାଇପ୍ ଲାଇନ ଲଗାଯାଇଥିଲା ଏବଂ ଫାଶରେ ପଡ଼ିଥିବା ଶ୍ରମିକମାନଙ୍କୁ ଦେଖିବା ପାଇଁ ଏକ କ୍ୟାମେରା ବ୍ୟବହାର କରାଯାଇଥିଲା। ସଂଯୋଗ ହେବା ପରେ, ଜଣେ ଅଧିକାରୀ ଶ୍ରମିକମାନଙ୍କୁ କହିଥିଲେ, “ତୁମକୁ ଶୀଘ୍ର ଉଦ୍ଧାର କରାଯିବ। ପାଇପ୍ ସଫା କରିବା ପରେ ଖୁବ୍ ଶୀଘ୍ର ଆପଣଙ୍କୁ ଅମ୍ଳଜାନ, ଖାଦ୍ୟ ଏବଂ ଔଷଧ, ମୋବାଇଲ୍ ଫୋନ୍ ଏବଂ ଚାର୍ଜର ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯିବ।”

ଦୁଇ ଦିନ ପୂର୍ବରୁ ୪୧ ଜଣ ଶ୍ରମିକଙ୍କୁ ଉଦ୍ଧାର କରା ଯାଇଛି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କରସିଂ ଧାମି ଏବଂ ଭି.କେ ସିଂ ଉଦ୍ଧାର ପାଇଥିବା ଶ୍ରମିକଙ୍କୁ ସ୍ଵାଗତ କରିଛନ୍ତି। 

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଫୋଟୋରେ ଥିବା ବ୍ୟକ୍ତିଙ୍କର ଉତ୍ତରକାଶୀର ସୁଡଙ୍ଗରେ ଫସି ରହିଥିବା ଶ୍ରମିକ\ଙ୍କ ସହିତ କୌଣସି ସମ୍ବନ୍ଧ ନାହିଁ। ଭାଇରାଲ ଫୋଟୋ ୨୦୧୯ ମସିହାରୁ ଉପଲବ୍ଧ ଅଛି। 

Avatar

Title:କ’ଣ ଏହା ଉତ୍ତରକାଶୀ ସୁଡଙ୍ଗରେ ଫସି ରହିଥିବା ଜଣେ ବୃଦ୍ଧ ବ୍ୟକ୍ତିଙ୍କ ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

Written By: Siddharth Sahu 

Result: Misleading

Leave a Reply

Your email address will not be published. Required fields are marked *