ଅଦାନି ବୋର୍ଡ ଭାଗୁଥିବା ଏହି ଭିଡିଓର ଦୃଶ୍ୟର ସତ୍ୟତା କ’ଣ? ଜାଣନ୍ତୁ ପ୍ରକୃତର ଘଟଣା।

Missing Context Social

ଗତ ବର୍ଷରୁ ଚାଲି ଆସୁଛି କୃଷି ଆଇନ ବିରୁଦ୍ଧରେ ଆନ୍ଦୋଳନ। ଆମ ଦେଶରେ ବିଭିନ୍ନ ସ୍ଥାନରେ ଉଭୟ ହିଂସାତ୍ମକ ତଥା ଅହିଂସା ବିରୋଧ ପ୍ରଦର୍ଶନ କରୁଥିବା କୃଶକକ ବିରୋଧ ବିଷୟରେ ଆମେ ଅନେକ ଖବର ଦେଖିଛୁ। ଯେତେବେଳେ ସରକାର କୃଶକ ବିଲରୁ ଊହରିଯିବାକୁ ରାଜି ନୁହନ୍ତି, ସେତେବେଳେ କୃଷକ ମାନେ ମଧ୍ୟ ବିଲ୍ ବ୍ବିରୋଧରେ ସେମାନଙ୍କର ଅଧିକାରକୁ ନେଇ ଜିଦ୍ ଧରିଛନ୍ତି। 

ଗତ କିଛି ମାସ ହେବ ଆମେ ବିଭିନ୍ନ ସ୍ଥାନରୁ ଅନେକ ଭିଡିଓ ଦେଖିଛୁ ଯେଉଁଥିରେ କୃଷକମାନେ ବିରୋଧ କରୁଥିବା ଭିଡିଓ ଥିଲା। କିନ୍ତୁ ସେହି ଭିଡିଓ ଗୁଡିକ ମଧ୍ୟରୁ ଅନେକ ଭିଡିଓରେ ନକଲି ବା ମିଥ୍ୟା ଦାବି ମଧ୍ୟ ରହିଥିଲା। ଏହି ପରି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭାଇରାଲ ଭିଡିଓରେ ଆମେ ଦେଖିବାକୁ ପାଇଛୁ ଯେ ଏକ ସ୍ଥାନରେ ଅଦାନୀ ନାମର ବୋର୍ଡ ଅଛି ଏବଂ କିଛି ଲୋକେ ଆସି ସେହି ବୋର୍ଡକୁ ଭାଙ୍ଗି ଫିଙ୍ଗୁଛନ୍ତି। ପୋଷ୍ଟର ଭିଡିଓ ସହିତ ଦାବି କରା ଯାଇଅଛି ଯେ ‘କିଛି ଭାଇ ମାନେ କୃଷକ ମାନଙ୍କ ନିମନ୍ତ ଅଦାନୀଙ୍କ କମ୍ପାନୀର ନାମଫଳକ କୁ ଠେଙ୍ଗା ଦ୍ଵାରା ଭଙ୍ଗ ରୁଜା କରୁଛନ୍ତି।‘

ଫ୍ୟାକ୍ଟ କ୍ରିଷେଣ୍ଡୋ ଏହି ଭାଇରାଲ ଭିଡିଓର ଦାବିକୁ ସଠିକ୍ ପ୍ରସଙ୍ଗ ବାହାରେ ପାଇଲା। 

Facebook | Archive

ଆମ ଅନୁସାଧାନ: 

ଆମେ ଗୁଗୁଜରେ ସର୍ଚ କରିଲା ପରେ ଜାଣିବାକୁ ପାଇଲୁ ଯେ ଜୁଲାଇ ମାସରେ ଅଦାନୀ ଗ୍ରୁପ୍ କମ୍ପାନୀ ଜିଭିକେ ଠାରୁ ମୁମ୍ବଇ ବିମାନ ବନ୍ଦର ପରିଚାଳନା ଦାୟିତ ନିଜ ଉପରେ ନେଇଛି। ମୁମ୍ବଇ ବିମାନ ବନ୍ଦର ଯୋଗ ସହିତ ଅଦାନୀ ଭାରତର ୩୩% ଏୟାର କାର୍ଗୋଟ୍ରାଫିକ ଉପରେ ନିୟନ୍ତ୍ରଣ ରଖିବ। ମୁମ୍ବଇ ଛତ୍ରପତି ଶିବାଜି ମାହାରାଜ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅଦାନୀ ଗ୍ରୁପର ୭୪% ଅଂଶଧନ ରହିବ। 

IT.jpg

India Today | Archive

ଗୁଗୁଲରେ ଯାଇ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ଭିଡିଓକୁ ସର୍ଚ କରିଲୁ। ସରହ କରିଲା ପରେ ଫଳାଫଳରେ ଆମକୁ ସମାନ ଭିଡିଓ 2 ଅଗଷ୍ଟରେ ଏକୋନୋମିକ୍ସ ଟାଇମ୍ସ ୱେବସାଇଟରେ ପ୍ରସାରିତ ହୋଇଥିବା ମିଳିଲା। ଏହି ଭିଡିଓରେ କୁହା ଯାଇଅଛି ଯେ ୧୩ ଜୁଲାଇରେ ଅଦାନୀ କମ୍ପାନୀ ଆନୁଷ୍ଠାନିକ ଭାବରେ ଜିଭିକେ ଗ୍ରୁପ୍ ନିୟନ୍ତ୍ରଣରୁ ମୁମ୍ବଇ ଅନ୍ତର୍ଜାତୀୟ ବିମାନ ବନ୍ଦର ପରିଚାଳନା ଦାୟିତ ଗ୍ରହଣ କରିଥିଲା ବୋମାନ ବନ୍ଦର ବାହାରେ ଛତ୍ରପତି ଶିବାଜିଙ୍କ ନାମ ବଦଳରେ ନିଜ କମ୍ପାନୀର ନାମ ବୋର୍ଡ ରଖିଥିଲା। ଜଣେ ସ୍ଥାନୀୟ ଓକ ଏହାକୁ ଦେଖିଲା ପରେ ଏକ ଦଳ ବିମାନ ବନ୍ଦରକୁ ଯାଇ ଶିବସେନାର ନାରା ଲଗାଉଥିବା ସହିତ ଅଦାନୀ ସାଇନବୋର୍ଡ ଭଙ୍ଗାରୁଜା କରିଥିଲେ। 

ଏହି ମାମଲାରେ ପୋଲିସ ଘଟଣା ସମ୍ବନ୍ଧିତ ଲୋକଙ୍କୁ ଗିରଫ କରିଛି କି ନାହି ଏବଂ କୌଣସି ମାମଲା ରୁଜୁ କରା ଯାଇଛି କି ନାହିଁ ସେହି ବିଷୟରେ କିଛି ସ୍ପଷ୍ଟ କରି ନାହିଁ।

ET.jpg

Economic Times | Archive

ଉପରୋକ୍ତ ତଥ୍ୟ ଯାଞ୍ଚ କରିବା ପରେ ଆମେ ଜାଣିଲୁ ଯେ ଭାଇରାଲ ଭିଡିଓର କୃଷକ ଏବଂ କୃଷି ଆନ୍ଦୋଳନ ସହିତ କୌଣସି ସମ୍ବନ୍ଧ ନାହିଁ। 

ଶେଷକଥା: 

ଆମ ଅନୁସନ୍ଧାନରୁ ଆମେ ଜାଣିବାକୁ ପାଇଲୁଯେ ଭାଇରାଲ ଭିଡିଓର କୃଷକ ଏବଂ କୃଷକ ଆନ୍ଦୋଳନ ସହିତ କୌଣସି ସମ୍ବନ୍ଧ ନାହିଁ। ଏହି ଦୃଶ୍ୟ ମୁମ୍ବଇ ବିମାନ ବନ୍ଦରର ଅଟେ। ଅଦାନୀ କମ୍ପାନୀ ମୁମ୍ବଇ ବିମାନ ବନ୍ଦରର ପାଇଚାଳନା ଦାୟିତ ନେଲା ପରେ ବନ୍ଦର ବାହାରେ ଛତ୍ରପତି ଶିବାଜିଙ୍କ ବୋର୍ଡ ସ୍ଥାନରେ ନିଜ କମ୍ପାନୀ ବୋର୍ଡ ଲଗାଇଥିବାରୁ କିଛି ଲୋକେ ଏହାକୁ ଭଙ୍ଗାରୁଜା କରୁଛନ୍ତି।

Avatar

Title:ଅଦାନି ବୋର୍ଡ ଭାଗୁଥିବା ଏହି ଭିଡିଓର ଦୃଶ୍ୟର ସତ୍ୟତା କ’ଣ? ଜାଣନ୍ତୁ ପ୍ରକୃତର ଘଟଣା।

Fact Check By: Siddharth Sahu 

Result: Missing Context

Leave a Reply

Your email address will not be published. Required fields are marked *