କ’ଣ ଜୟ ଶ୍ରୀ ରାମ ନାରା ଦେଉଥିବା ଲୋକଙ୍କ ଉପରେ ପାକିସ୍ତାନ କ୍ରିକେଟର ବାବର ଆଜମ କ୍ରୋଧିତ ହେଇଥିଲେ? ଜାଣନ୍ତୁ ସତ୍ୟତା। 

Altered Social

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ପାକିସ୍ତାନୀ କ୍ରିକେଟର ବାବର କିଛି ଲୋକଙ୍କ ସହିତ କ୍ରିକେଟ ଗ୍ରାଉଣ୍ଡରେ ବସିଥିବା ଦେଖିବାକୁ ମିଳିଛି। ଏକ ମ୍ୟାଚ୍ ସମୟରେ କିଛି ଦର୍ଶକ ମାନେ ତାଙ୍କୁ ଦେଖି ଜୟ ଶ୍ରୀ ରାମ ନାର ଦେଇଥିବା ସମୟରେ ବାବର ଆଜମ କ୍ରୋଧିତ ହେଇଥିବା ଜଣା ପଡ଼ିଛି। 

ଭିଡିଓରେ ଦର୍ଶକ ମାନେ ନାରା ଦେଇଛନ୍ତି, “ଜୟ ଶ୍ରୀ ରାମ। ତେଲ ଲଗାକେ ଡାବର କା, ନାମ ମିଟା ଦୋ ବାବର କା। ହର ହର ମାହାଦେବ।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଫାଇଲ। ଏହା ଏକ ଏଡିଟେଡ୍ ଭିଡିଓ ଅଟେ। ଅସଲି ଭିଡିଓରେ ଦର୍ଶକ ମାନେ ବାବର ଆଜମଙ୍କୁ ଜିମବାବର ଡାକୁ ଥିବାରୁ ସେ କ୍ରୋଧିତ ହୋଇଥିଲେ। 

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକରି ମାନେ ଦାବି କରୁଛନ୍ତି ଯେ ଦର୍ଶକ ମାନେ ଜୟ ଶ୍ରୀ ରାମ ନାରା ଦେଇଥିବାକୁ ବାବର ଆଜମ କ୍ରୋଧିତ ହେଇଥିଲେ। 

Facebook | Archive

ଆମ ଅନୁସନ୍ଧାନ:

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ୨୪ ଫେବ୍ରୁଆରି ୨୦୨୪ ରେ ଏକ ୟୁଟ୍ୟୁବ ଚ୍ୟାନାଲରେ ପ୍ରସାରିତ ହେଇଥିବା ମିଳିଲା। ଏହି ଭିଡିଓରେ ଆମେ ଦେଖିଲୁ ଯେ ଦର୍ଶକ ମାନେ ଜୟ ଶ୍ରୀ ରାମ ନୁହେଁ ବରଂ ‘ଜିମ୍ବାବାର‘ ନାରା ଦେଇଥିଲେ ଯାହା ଶୁଣି ବାବର ଆଜମ କ୍ରୋଧିତ ହୋଇଥିଲେ। 

ସୂଚନା ଅନୁଯାୟୀ, ଏହି ଘଟଣା ପାକିସ୍ତାନ ସୁପର ଳିଗ୍ (PSL) ମ୍ୟାଚ୍ ସମୟର ଅଟେ ଯେତେବେଳେ ବିରାଟ କୋହଳିଙ୍କର କିଛି ପ୍ରଶଂଶକ ମାନେ ବାବର ଆଜମଙ୍କୁ ପରିହାସ କରିବା ଆରମ୍ଭ କରିଲେ। ବାବର ଆଜମ କ୍ରୋଧିତ ହୋଇ ଗୋଟିଏ ପାଣି ବୋତଲ ଫିଙ୍ଗିବା ପାଇଁ ଯାଉଥିଲେ। 

ନିମ୍ନରେ ଆପଣ ମାନେ ଭାଇରାଲ ଏବଂ ମୂଳ ଭିଡିଓ ମଧ୍ୟରେ ତୁଳନା ଦେଖି ପାରିବେ। 

ଆମକୁ ୨୪ ଫେବ୍ରୁଆରି ରେ ନ୍ୟୁଜ୍ ୧୮ ର ଏକ ରିପୋର୍ଟ ଅନୁଯାୟୀ, ପାକିସ୍ତାନ ଯାମଳୀ ଟିମ୍ ଅଧିନାଯକ ବାବର ଆଜମ ଖେଳ ଦେଖି ଆସିଥିବା ଦର୍ଶକଙ୍କ ଉପରେ କ୍ରୋଧିତ ହୋଇଥିଲେ କାରଣ ସେମାନେ ବାବର ଆଜମଙ୍କୁ ଜିମ୍ବାବାର ନାମରେ ପରିହାସ କରିଥିଲେ। ଏହି ମ୍ୟାଚ୍ ପାକିସ୍ତାନର ମୁଲ୍ତାନ ସହରରେ ହେଉଥିଲା। 

Archive

ଏହା ପରେ ଆମେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲୁ ଯେ ପ୍ରକୃତରେ ‘ତେଲ ଲଗାକେ ଡାବର କା, ନାମ ମିଟା ଦୋ ବାବର କା‘ ନାରା କେଉଁଠାରୁ ଆସିଛି। ଆମକୁ ସମାନ ନାରା ଦେଉଥିବା ଏକ ଭିଡିଓ ୟୁଟ୍ଯୂବରେ ପ୍ରସାରିତ ହେଇଥିବା ମିଳିଲା। ନିମ୍ନରେ ଆପଣ ମାନେ ସେହି ଭିଡିଓଦେଖି ପାରିବେ। 

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓକୁ ଏଡିଟ୍ କରା ଯାଇଛି। ମୂଳ ଭିଡିଓରେ ବାବର ଆଜମଙ୍କୁ ଦର୍ଶକ ମାନେ ଜିମ୍ବାବାର ନାମରେ ପରିହାସ କରୁଥିବା ସମୟରେ ସେ କ୍ରୋଧିତ ହୋଇଥିଲେ। ବାବର ଆଜମ ଜୟ ଶ୍ରୀ ରାମ ନରା ଶୁଣି କ୍ରୋଧିତ ହୋଇଥିବା ଦାବି ମିଥ୍ୟା ଅଟେ। 

Avatar

Title:କ’ଣ ଜୟ ଶ୍ରୀ ରାମ ନାରା ଦେଉଥିବା ଲୋକଙ୍କ ଉପରେ ପାକିସ୍ତାନ କ୍ରିକେଟର ବାବର ଆଜମ କ୍ରୋଧିତ ହେଇଥିଲେ? ଜାଣନ୍ତୁ ସତ୍ୟତା।

Fact Check By: Siddharth Sahu 

Result: Altered

Leave a Reply

Your email address will not be published. Required fields are marked *