
ସୋସିଆଲ ମିଡିଆରେ ଓଡ଼ିଶାର ରାୟଗଡ଼ା ଏବଂ କୋରାପୁଟ ଦେଇ ଯାଉଥିବା ଦାବିରେ ଏକ ରେଳ ରାସ୍ତାର ଦୁଇଟି ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ରେଳ ରାସ୍ତା ଦୁଇ ପାର୍ଶ୍ୱରେ ସୁନ୍ଦର ପ୍ରାକୃତିକ ଦୃଶ୍ୟ ଦେଖିବାକୁ ମିଳୁଛି। ଯେଉଁଥିରେ ପାହାଡରୁ ଝରଣା ବହୁଥିବାର ଦେଖାଯାଉଛି। ସୋସିଆଲ ମିଡିଆରେ ଏହି ଭିଡିଓରେ ଦାବି କରାଯାଇଛି ଯେ, ରେଳ ରାସ୍ତାର ଏହା ପ୍ରକୃତିକ ସୂନ୍ଦର ଦୃଶ୍ୟ ରାୟଗଡ଼ା ଏବଂ କୋରାପୁଟ ରେଳ ରାସ୍ତାର ଅଟେ। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। ଭାଇରାଲ ଭିଡିଓ କୋରାପୁଟ ରାୟଗଡ଼ାର ନୁହେଁ ବରଂ ଗୋଆର ଅଟେ।
22 ଜୁଲାଇରେ Ajit Patra ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, କୋରାପୁଟ ଠାରୁ ରାୟଗଡା ରାସ୍ତାରେ ଅତି ସୁନ୍ଦର ଦୃଶ୍ୟ l ମୁଁ କୋରାପୁଟିଆ ଭାବେ ଗର୍ବିତ l ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟରୁ 203ଥର ସେୟାର କରାଯିବା ସହ ପୋଷ୍ଟକୁ 154 ଲାଇକ ଏବଂ ଅନେକ କମେଣ୍ଟ ମିଳିଛି। ତଳେ ଲିଙ୍କ ଦେଖନ୍ତୁ।
ତେବେ କଣ ପାହାଡରୁ ଝରଣା ବହୁଥିବା ଏହି ରେଳ ରାସ୍ତା କୋରାପୁଟ ଏବଂ ରାୟଗଡ଼ା ରେଳ ରାସ୍ତା ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡରେ ପକାଇ ଫଟୋରେ ଭାଙ୍ଗିଲୁ। ପରେ ଆମକୁ ମିଳିଥିବା ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। ଭାଇରାଲ ଭିଡିଓ ଆମକୁ Ministry of Railways ଟ୍ୱିଟର ପେଜରେ ମିଳିଲା। ଯାହାକି 17 ଜୁଲାଇ 2021ରେ ପୋଷ୍ଟ କରାଯାଇଛି। ପ୍ରକାଶିତ ଟ୍ୱିଟ ଅନୁସାରେ ଭାଇରାଲ ଭିଡିଓ ଓଡ଼ିଶା କୋରାପୁଟ ରାୟଗଡ଼ା ରେଳ ରାସ୍ତାର ନୁହେଁ ବରଂ ଗୋଆର ଅଟେ। ଟ୍ୱି
ଟରେ ଲେଖାଯାଇଛି , ପ୍ରକୃତରେ ସ୍ୱର୍ଗର ଏକ ଖଣ୍ଡ! ହବଲି-ଗୋଆ ବିଭାଗର ବ୍ରାଗାନଜା ଘାଟର ପାହାଡ ପାଖରେ ଅସଂଖ୍ୟ ଛୋଟ ଜଳପ୍ରପାତର ଆଶ୍ଚର୍ଯ୍ୟଜନକ ଦୃଶ୍ୟ – ପ୍ରବଳ ବର୍ଷା ମଧ୍ୟରେ ବ୍ରେକ୍ ଭ୍ୟାନ୍ ରୁ ନିଆଯାଇଛି। ( A slice of paradise indeed! Amazing view of innumerable smaller waterfalls cascading down the slope of Braganza Ghats in Hubli – Goa section – Captured from Brake van amid heavy downpour)
ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏହା ପରେ ଆମେ ଗୋଆର ଏହି ସ୍ଥାନକୁ Braganza Ghats in Hubli – Goa section ଲେଖି ଗୁଗୁଲରେ ସର୍ଚ୍ଚ କରିଲୁ। traveltwosome ପେଜରେ ଭାଇରାଲ ଭିଡିଓର ଫଟେ ପାଇଲୁ। ଯେଉଁଥିରେ ସ୍ପଷ୍ଟ ଭାବେ ଦେଖିପାରିବେ ଯେ, ଭାଇରାଲ ଭିଡିଓ ଗୋଆର ଅଟେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- traveltwosome । Archive
2018ରେ alchetron ପେଜରେ ପ୍ରକାଶିତ ହୋଇଥିବା ଖବରରେ ଗୋଆ ରେଲୱେ ଟନଲର ଫଟୋ ପୋଷ୍ଟ କରାଯାଇଛି , ଯାହା ସ୍ପଷ୍ଟ କରିଛି ଭା ଭାଇରାଲ ଭିଡିଓ ଗୋଆର ଅଟେ ଓଡ଼ିଶାର ନୁହେଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। ପେଜରେଥିବା Videoj 7.22 ମିନିଟରେ ଭାଇରାଲ ଭିଡିଓର କିଛି ଝଲକ ମଧ୍ୟ ଦେଖିବାକୁ ମିଳୁଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- alchetron । Archive
ଭାଇରାଲ ଭିଡିଓ ଏବଂ ଆମକୁ ମିଳିଥିବା ଫଟୋର ଆମେ ବିଶ୍ଲେଷଣ କରିଲୁ। ଯେଉଁଥିରେ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଭିଡିଓର ଓଡ଼ିଶା ରାୟଗଡ଼ା କୋରାପୁଟର ନୁହେଁ ବରଂ ହବଲିରେ ବ୍ରାଗାନଜା ଘାଟସ୍ – ଗୋଆ ବିଭାଗର ଅଟେ। ତଳି ବିଶ୍ଲେଷଣ ଦେଖନ୍ତୁ।

ଏହା ପରେ ଆମେ କୋରାପୁଟ ଏବଂ ରାୟଗଡ଼ାର ରେଳ ରାସ୍ତା ଗୁଗୁଲରେ ସର୍ଚ୍ଚ କରିଲୁ। କୋରାପୁଟ ଏବଂ ରାୟଗଡ଼ା ରେଳ ରାସ୍ତା ଆମକୁ ଏକ ୟୁଟ୍ୟୁବ ଚ୍ୟାନେଲରେ ଚ୍ୟାନେଲରେ ମିଳିଲା। ଯେଉଁଥିରେ କି ଭାଇରାଲ ଭିଡିଓରେ ଦେଖାଯାଉଥିବା ସ୍ଥାନ କୌଣସି ଜାଗାରେ ଦେଖାଯାଉ ନାହିଁ। ଏହା ଛଡ଼ା ରାୟଗଡ଼ା ଏବଂ କୋରାପୁଟ ଦେଇ ଯାଉଥିବା ରେଳ ରାସ୍ତାର ଏକ ଖବର OTV ପେଜରେ ମଧ୍ୟ ପ୍ରକାଶିତ କରାଯାଇଛି। ଅଧିକ ସୂଚନା ପାଇଁ ଲିଙ୍କ ଦେଖନ୍ତୁ।
ଶେଷକଥା-
ଅନୁସନ୍ଧାନରୁ ସ୍ପଷ୍ଟ ହେଲା ଯେ, କୋରାପୁଟ ଏବଂ ରାୟଗଡ଼ା ରେଳ ରାସ୍ତା ଦାବିରେ ଭାଇରାଲ ହେଉଥିବା ଭିଡିଓ ହବଲିରେ ବ୍ରାଗାନଜା ଘାଟ – ଗୋଆର ଅଟେ।

Title:ଗୋଆ ରେଳରାସ୍ତାର ଭିଡିଓକୁ କୋରାପୁଟ ଠାରୁ ରାୟଗଡା ରାସ୍ତାରେ ସୁନ୍ଦର ଦୃଶ୍ୟ ଦାବିରେ ଭାଇରାଲ ହେଉଛି।
Fact Check By: Saritadevi SamalResult: False
