2021ର  ଆନିମେଶନ ଭିଡିଓକୁ ୟୁକ୍ରେନ- ଋଷ ଯୁଦ୍ଧ ଦୃଶ୍ୟ ଦାବିରେ ଭାଇରାଲ।

False International

ସୋସିଆଲ ମିଡିଆରେ ଋଷ-ୟୁକ୍ରେନ ଯୁଦ୍ଧର ନାମରେ ଅଲଗା ଅଲଗା ଭିଡିଓ ମିଥ୍ୟା ଦାବିରେ ଭାଇରାଲ ହେବାରେ ଲାଗିଛି। ଏପରି ଏକ ଭିଡିଓ ଭାଇରାଲ ହେଉଛି , ଯେଉଁଥିରେ ଲଗାତାର ଆକ୍ରମଣ ହେଉଥିବାର ଦେଖାଯାଉଛି। ଭିଡିଓରେ ଦାବି କରାଯାଉଛି ଯେ, ଏହି ଭିଡିଓ ଋଷ ୟୁକ୍ରେନ ଉପରେ ଆକ୍ରମଣ କରୁଥିବାର ଅଟେ। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଉଥିବା ଦାବି ମିଥ୍ୟା ଅଟେ।

Share chatରେ ଭାଇରାଲ ଭିଡିଓ ପୋଷ୍ଟ କରାଯାଇଛି। ପୋଷ୍ଟରେ ଲେଖାଯାଇଛି ଯେ, ଋଷ-ୟୁକ୍ରେନ ଯୁଦ୍ଧର ଭିଡିଓ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯିବା ସହ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। 

ତେବେ କଣ ଆକ୍ରମଣ ହେଉଥିବା ଏହି ଭିଡିଓ ଋଷ-ୟୁକ୍ରେନ ଯୁଦ୍ଧର ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡରେ ପକାଇ ଫଟୋରେ ଭାଙ୍ଗିଲୁ। ପରେ ଆମକୁ ମିଳିଥିବା ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ଭିଡିଓ ଆମକୁ borisao_blois ନାମକ ଇନଂସ୍ଟାଗ୍ରାମରେ ମିଳିଲା। ଯାହାକି ଅକ୍ଟୋବର 2021ରେ ପୋଷ୍ଟ କରାଯାଇଥିଲା। ଅଧିକ ସୂଚନା ପାଇଁ ଲିଙ୍କ ଦେଖନ୍ତୁ। 

ଏଠାରେ Archive ଲିଙ୍କ ଦେଖନ୍ତୁ।

borisao_blois ଇନଂସ୍ଟାଗ୍ରାମ ୟୁଜରର ୟୁଟ୍ୟୁବ ଚ୍ୟାନେଲ ମଧ୍ୟ ଅଛି। ଯେଉଁଥିରେ ସେ ଆନିମେଶନ ଭିଡିଓ ପୋଷ୍ଟ କରିଛନ୍ତି। 30 ଅକ୍ଟୋବର 2021ରେ ସେ ଭାଇରାଲ ଭିଡିଓ ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ପୋଷ୍ଟ କରିଛନ୍ତି। ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଭିଡିଓ 2021ର ଅଟେ। ଏବଂ ଏହା ଏକ ଆନିମେଶନ ଭିଡିଓ। ଭିଡିଓର ବର୍ତ୍ତମାନ ୟୁକ୍ରେନ- ଋଷ ଯୁଦ୍ଧ ସହ କୌଣସି ସମ୍ପର୍କ ନାହିଁ। 

ଶେଷକଥା-

ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ଭାଇରାଲ ଭିଡିଓର 2021ର ଏକ ଆନିମେଶନ ଭିଡିଓ ଅଟେ। ଭିଡିଓର ବର୍ତ୍ତମାନ ୟୁକ୍ରେନ- ଋଷ ଯୁଦ୍ଧ ସହ କୌଣସି ସମ୍ପର୍କ ନାହିଁ।

Avatar

Title:2021ର ଆନିମେଶନ ଭିଡିଓକୁ ୟୁକ୍ରେନ- ଋଷ ଯୁଦ୍ଧ ଦୃଶ୍ୟ ଦାବିରେ ଭାଇରାଲ।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *