
ଦ କାଶ୍ମୀର ଫାଇଲ ଫିଲ୍ମ କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଇଣ୍ଟରନେଟରେ ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ଆପଣ ଜଣେ ମହିଳାଙ୍କୁ ଟ୍ରେନରେ ଜଣେ ମୁସଲମାନ ପୁରୁଷଙ୍କୁ ପିଟୁଥିବାର ଦେଖିପାରିବେ। ଭିଡିଓରେ ମହିଳା ଜଣକ ତାଙ୍କ ପାଦ ଛୁଇଁବାକୁ କହୁଛନ୍ତି ଏବଂ ସେ ଏହା ମଧ୍ୟ କହିଛନ୍ତି ଯେ ଯଦି ସେ ଜଣେ ହିନ୍ଦୁ ମହିଳାଙ୍କୁ ସ୍ପର୍ଶ କରନ୍ତି ତେବେ ସେ ତାଙ୍କ ଜୀବନ ନେଇଯିବେ। ଏହା ସହିତ ଫିଲ୍ମ ‘କାଶ୍ମୀର ଫାଇଲ’ର ରିଲିଜ ପରେ ଏହି ଘଟଣା ଘଟିଥିବା ଦାବି କରାଯାଉଛି।
Shreeram Bhakt M ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଉଛି ଦ କଶ୍ମିର ଫାଇଲ ଦେଖିଲା ପରର ପ୍ରଭାବ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯିବା ସହ ପୋଷ୍ଟକୁ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ତେବେ କଣ ଭାଇରାଲ ଭିଡିଓ ଦ କଶ୍ମିର ଫାଇଲ ଦେଖିଲା ପରର ପ୍ରଭାବ ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡରେ ପକାଇ ଫଟୋରେ ଭାଙ୍ଗିଲୁ। ପରେ ଆମକୁ ମିଳିଥିବା ଫଟୋକୁ ଗୁଗଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛ ଲିଙ୍କ ମିଳିଲା। the wire.ଅକ୍ଟୋବର 2021 ରେ ସମାନ ଭିଜୁଆଲ୍ ସହୀତ ଖବର ପ୍ରକାଶିତ କରିଥିଲା। ରିପୋର୍ଟ ଅନୁଯାୟୀ, ମଧୁ ଶର୍ମାଙ୍କୁ ମୁସଲମାନ ବ୍ୟକ୍ତି ଜଣକ ଠେଲି ଦେଇଥିବା ଅଭିଯୋଗରେ ଏପରି ଘଟଣା ହୋଇଲା।
ଏଥିରେ ଦିଆଯାଇଥିବା ସୂଚନା ଅନୁଯାୟୀ ଏଥିରେ ଦେଖାଯାଇଥିବା ମହିଳା ବିଜେପି ଏବଂ ୟେଟି ନରସିଂହାନନ୍ଦଙ୍କ ସହ ଜଡିତ। ତାଙ୍କ ନାମ ମଧୁ ଶର୍ମା । ଏହି ରିପୋର୍ଟ ଅନୁଯାୟୀ ସେ ଚଳନ୍ତା ଟ୍ରେନରେ ଜଣେ ମୁସଲମାନ ବ୍ୟକ୍ତିଙ୍କ ସହ ଝଗଡ଼ା କରିଥେଲ।
ଏହି ଖବରର ଏକ ଭିଡିଓ Hindustani Reporter ୟୁଟ୍ୟୁବ ଚ୍ୟାନେଲରେ ମଧ୍ୟ ଦେଖି ପାରିବେ । ଅଧିକ ସୂଚନା ପାଇଁ ଲିଙ୍କ ରେ କ୍ଲିକ କରନ୍ତୁ।
ଏହି ଚଳଚ୍ଚିତ୍ରଟି 11 ମାର୍ଚ୍ଚ 2022 ରେ ମୁକ୍ତିଲାଭ କରିଥିଲାବେଳେ ଭାଇରାଲ ଭିଜୁଆଲରେ ଅକ୍ଟୋବର 2021 ରେ ଘଟିଥିବା ଏକ ଘଟଣା ଦେଖାଯାଇଥିଲା। clarion india, muslim mirror ପେଜରେ ମଧ୍ୟ ଭାଇରାଲ ଭିଡିଓର ଖବର ପ୍ରକାଶିତ କରାଯାଇଛି। ଏଥିରେ ସେ ଅଭିଯୋଗ କରିଛନ୍ତି ଯେ ଏହି ମୁସଲମାନ ବ୍ୟକ୍ତି ତାଙ୍କୁ ଠେଲି ଦେଇଛନ୍ତି। ଏଧ୍କ ସୂଚନା ପାଇଁ ଲିଙ୍କରେ କ୍ଲିକ କରନ୍ତୁ।
ଶେଷକଥା–
ଅନୁସନ୍ଧାନରେ ସ୍ପଷ୍ଟ ହେଲା ଯେ, ଭିଡିଓ ଭାଇରାଲ ହେବା ସହିତ ଦିଆଯାଇଥିବା ଦାବି ମିଥ୍ୟା ଅଟେ। 2021 ମସିହାରେ ଏହି ଘଟଣା ଘଟିଥିଲା । ଭିଡିଓର କାଶ୍ମୀର ଫାଇଲ୍ସ ଚଳଚ୍ଚିତ୍ର ସହିତ ଏହାର କୌଣସି ସମ୍ପର୍କ ନାହିଁ ।

Title:ପୁରୁଣା ଭିଡିଓ କୁ ଦ କାଶ୍ମୀର ଫାଇଲ ଫିଲ୍ମ ପ୍ରଭାବ ଦାବିରେ ଭାଇରାଲ କରାଯାଉଛି।
Fact Check By: Saritadevi SamalResult: False
