
ଦେଶରେ ମସ୍ଜିଦରେ ଲାଉଡସ୍ପିକର ଲାଗିଥିବା ବିବାଦ ମଧ୍ୟରେ ମୁସଲମାନ ମାନେ କିଛି ଦିନ ପୂର୍ବରୁ ତାଙ୍କ ପର୍ବ ଇଦ୍ ପାଳନ କରିଥିଲେ। ବର୍ତ୍ତମାନ ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଛି ଯେ ମୁମ୍ବଇରେ ମୁସଲମାନ ମାନେ ରାସ୍ତା ଅବରୋଧ କରି ନମାଜ ପଢୁଛନ୍ତି।
ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ଫୋଟୋ ବାଂଲାଦେଶର ଅଟେ ଏବଂ ଏହାର ମୁମ୍ବଇ କିମ୍ବା ଭାରତର ଅନ୍ୟ କୌଣସି ସହର ସହିତ କିଛି ସମ୍ପର୍କ ନାହିଁ।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
୪ ମଇ ରେ ଏକ ଫେସବୁକ ପୋଷ୍ଟରେ ମୁଆସଲମାନ ମାନେ ରାସ୍ତାରେ ନମାଜ ପଢୁଥିବା ଫୋଟୋ ଭାଇରାଲ କରି କୁହା ଯାଇଛି ଯେ ଏହି ଫୋଟୋ ମୁମ୍ବଇର ଅଟେ। “ଏହାକୁ କୁହନ୍ତି ନିଜ ପିତାର ସମସ୍ତ ପରିଶ୍ରମକୁ ନଷ୍ଟ କରିବା। ଆଜି ଯଦି ବାଲା ସାହେବ ଠାକରେ ଜୀବିତ ଥାନ୍ତେ ତାହାଲେ ଉଦ୍ଧବ ଠାକରେଙ୍କ ମୂହରେ ଥୁକି ଥାନ୍ତେ ଏବଂ ତାଙ୍କୁ ଶାସନରୁ ହଟାଇ ଦେଇଥାନ୍ତେ। ଉଦ୍ଧବଙ୍କ ଠାରୁ ଏପରି ଆଶା ନଥିଲା। ନିଜକୁ ଶିବସେନା କହୁଛନ୍ତି କିନ୍ତୁ ସେ ଆଉ ଶିବସୈନିକ ରହିଲେ ନାହିଁ। ଯଦି କେହି ହନୁମାନ ଚାଳିଶା ଘରେ ପଢନ୍ତି ତେବେ କୌଣସି ଅସୁବିଧା ନାହିଁ କିନ୍ତୁ ନମାଜ ରାସ୍ତାରେ ପଢିବା ଏକ ଯୁକ୍ତି ନୁହେଁ। ଯଦି କାଲି ଠାରୁ ମୁମ୍ବଇ କିମ୍ବା ମହାରାଷ୍ଟ୍ରର ଲୋକମାନେ ରାସ୍ତାରେ ନମାଜ ପଢିବାକୁ ଲାଗିବେ ତେବେ ଏହି ଦେଶ ଏବଂ ପାକିସ୍ତାନ ମଧ୍ୟରେ କୌଣସି ପାର୍ଥକ୍ୟ ରହିବ ନାହିଁ।”

ଆମ ଅନୁସନ୍ଧାନ:
ଭାଇରାଲ ଫୋଟୋକୁ ଗଭୀରତା ସହିତ ଦେଖିବା ପରେ ଆମେ ଜାଣିବାକୁ ପାଇଲୁ ଯେ ରାସ୍ତାରେ ଥିବା ବସର ନାମ ବଙ୍ଗଳା ଭାଷାରେ ଲେଖା ଯାଇଛି। ଏଥିରୁ ସ୍ପଷ୍ଟ ହେଲା ଯେ ଭାଇରାଲ ଫୋଟୋ ମୁମ୍ବଇ କିମ୍ବା ମହାରାଷ୍ଟ୍ରର ହେଇଥିବା ଦାବି ମିଥ୍ୟା ଅଟେ।

ଏହା ପରେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଫୋଟୋ ଗେଟି ଇମେଜେସର ଆଇଷ୍ଟକ୍ ୱେବସାଇଟରେ ଅପ୍ଲୋଡ ହେଇଥିବା ମିଳିଲା। ଫୋଟୋର କ୍ୟାପସନ୍ ରେ କୁହା ଯାଇଛି ଯେ ଏହା ୨୦୧୯ ମସିହାରେ ବାଂଲାଦେଶର ଗାଜିପୁର ଠାରେ ସ୍ଥିତ ତୁରାଗ ନଦୀ କୁଳରେ ଆୟୋଜିତ ୫୪ ତମ ବିଶ୍ଵ ଇଜତେମାର ପର୍ବର ଦୃଶ୍ୟ ଅଟେ। ମୁସଲମାନ ମାନଙ୍କର ହଜ୍ ଯାତ୍ରା ପରେ ଏହା ଦ୍ଵିତୀୟ ବିଶାଳ ସଭାର ମାନ୍ୟତା ପାଇଛି।
ଏହି ସମାବେଶର ଅନ୍ୟାନ୍ୟ ଫୋଟୋ ଆପଣ ମାନେ ଏଠାରେ, ଏଠାରେ ଏବଂ ଏଠାରେ ଦେଖି ପାରିବେ।

ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍କ୍କ କରିଲା ପରେ ଆମକୁ ୧୩ ଫେବୃଆରି ୨୦୧୯ ର ଢାକା ଟ୍ରାବ୍ୟୁନ ପତ୍ରିକାର ଏକ ରିପୋର୍ଟ ମିଳିଲା ଯେଉଁଥିରେ ଏହି ସମାବେଶ ବ୍ବିଶୟରେ ସୂଚନା ଦିଆ ଯାଇଛି। ରିପୋର୍ଟ ଅନୁଯାୟୀ ବିଶ୍ଵ ଇଯେତମା ବାଂଲାଦେଶର ଗାଜିପୁର ସହରର ତୁରାଗ ନଦୀ କୁଳରେ ଆୟୋଜିତ କରା ଯାଇ ଥାଏ। ହଜ୍ ଯାତ୍ରା ପରେ ଏହା ମୁସଲମାନ ମାନଙ୍କର ସବୁଠାରୁ ବିଶାଳ ସମାବେଶ ବୋଲି କୁହା ଯାଇଛି। ଏହା ପ୍ରାୟ ଦୁଇଟି ପର୍ଯ୍ୟାୟରେ ଆୟୋଜିତ କରା ଯାଇଥାଏ ଯେଉଁଥିରେ ପ୍ରତ୍ୟେକ ପର୍ଯ୍ୟାୟ ୩ ଦିନ ଧରି ଚାଲି ଥାଏ। ଏହି ସମାବେଶର ଉତ୍ତମ ଆୟୋଜନ ନିଶ୍ଚିତ କରିବା ପାଇଁ ହଜାର-ହଜାର ସଂଖ୍ୟାରେ ସ୍ଵେଚ୍ଛାସେବି ମାନେ ଯୋଗଦାନ ଦେଇଥିଲେ। ଭିଷା ପ୍ରକ୍ରିୟାକାରଣରେ ଅସୁବିଧା ଏବଂ କଡା ନିୟମ କାରଣ ହେତୁ ଅନେକ ବିଦେଶୀ ମୁସ୍ଲିମ ମାନେ ଏହାରେ ଯୋଗଦାନ ଦେବାରେ ଅସମର୍ଥ ହୋଇଥିଲେ।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ବାଂଲାଦେଶରେ ମୁସଲମାନ ମାନେ ରାସ୍ତାରେ ନମାଜ ପଢୁଥିବାର ଏକ ପୁରୁଣା ଫୋଟୋକୁ ମୁମ୍ବଇର ଦୃଶ୍ୟ ଦାବି ସହିତ ଭାଇରାଲ କରା ଯାଉଛି। ଏହି ଫୋଟୋ ୨୦୧୯ରେ ବାଂଲାଦେଶରେ ଆୟୋଜିତ ହେଇଥିବା ବିଶ୍ଵ ଇଜତେମା ସମାବେଶର ଫୋଟୋ ଅଟେ ଏବଂ ଏହାର ମୁମ୍ବଇ କିମ୍ବା ମହାରାଷ୍ଟ୍ର ସହିତ କୌଣସି ସମ୍ବନ୍ଧ ନାହିଁ।

Title:ବାଂଲାଦେଶରେ ମୁସଲମାନ ମାନେ ରାସ୍ତାରେ ନମାଜ ପଢୁଥିବାର ଏକ ପୁରୁଣା ଫୋଟୋକୁ ମୁମ୍ବଇର ଦୃଶ୍ୟ ଦାବି ସହିତ ଭାଇରାଲ କରା ଯାଉଛି।
Fact Check By: Siddharth SahuResult: False
