
17 ଫେବୃଆରିରେ Raitar Jhankar ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏକ ଫୋଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଏକ ପୁରୁଷ ବ୍ୟକ୍ତି ଏକ ମହିଳାକୁ ହାତରେ ଉଠାଇନେଇ ଯାଉଛି। ମହିଳା ନଗ୍ନ ଅବସ୍ଥାରେ ଅଛି। ଭାଇରାଲ ପୋଷ୍ଟରେ ଦାବି କରାଯାଇଛି ଯେ, ବଙ୍ଗଲାଦେଶର ସ୍ୱାଧୀନତା ସମୟରେ ଭାଇରାଲ ଫୋଟୋରେଥିବା ମହିଳା ସହ ଅନେକଥର ଦୁଷ୍କର୍ମ କରାଯାଇ ଥିଲା। ଏହା ପରେ ମହିଳାର ମୃତ୍ୟୁ ହୋଇଯାଇଥିଲା ଏବଂ ମହିଳାର ସ୍ୱାମି ତାକୁ ବାହୁରେ ଉଠାଇ ନେଇଯାଉଥିଲା। ତେବେ ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅଧିକ ସଂଖ୍ୟାରେ ସେୟାର କରାଯାଇଛି। ତେବେ ପୋଷ୍ଟର ପଛର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-Facebook । Archive
ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମ ଅନୁସନ୍ଧାନ ପଢ଼ନ୍ତୁ।
ଆମ ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ପ୍ରଥମେ ଭାଇରାଲ ଫୋଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚରେ ଆମକୁ hardrainproject ପେଜରେ ଏହି ଫୋଟୋ ପାଇଲୁ। ପେଜ ଅନୁସାରେ ଏହି ଫୋଟୋ 1971ରେ ହୋଇଥିବା ବାଙ୍ଗଳାଦେଶ ଯୁଦ୍ଧର ଅଟେ। କିନ୍ତୁ ଫୋଟୋରେ ଥିବା ମହିଳା ବରମ୍ବାର ଦୁଷ୍କର୍ମର ଶିକାର ହୋଇଥିବା ଦାବି ବିଷରେ ଲେଖା ଯାଇ ନାହିଁ। ଭାଇରାଲ ଫୋଟୋ MARK EDWARDS ନାମକ ଜଣେ ଫୋଟୋଗ୍ରାଫର ଏହି ଫୋଟୋ ଉଠାଇଛନ୍ତି।

ଏଠାରେ ଲିଙ୍କ ଦେଖନ୍ତୁ-hardrainproject । archive
ଏହି ବିଷୟରେ ଅଧିକ ଜାଣିବା ପାଇଁ ଗୁଗୁଲରେ MARK EDWARDS Photos duing the Bangladesh war in 1971 ଲେଖି ସର୍ଚ କରିଲୁ। ସର୍ଚରେ ଆମକୁ MARK EDWARDS Photos ଉଠାଇଥିବା ଫୋଟୋର ଏକ ପେଜ ମିଳିଲା। ଯେଉଁଥିରେ ସେ 1917ରେ ଉଠାଇଥିବା ଫୋଟ ସମ୍ପର୍କରେ ଲେଖା ଯାଇଥିଲା। ପେଜରେ ସ୍ପଷ୍ଟ କରାଯାଇଛି ଯେ, ଭାଇରାଲ ଫୋଟୋରେ ଥିବା ମହିଳା ସହ କୌଣସି ଦୁଷ୍କର୍ମ ହୋଇ ନାହିଁ। ମହିଳା କଲେରା ରୋଗରେ ପିଡ଼ିତ ଅଛି ଏବଂ ତାକୁ ତା ସ୍ୱାମି ଉଠାଇ ନେଇ ଯାଇଥିଲା। 1971ରେ ବଙ୍ଗଳାଦେଶର ଯୁଦ୍ଧ ସମୟର ଏହି ଫୋଟୋ ଅଟୋ। ଫୋଟୋଟିକୁ କଲିକତାରେ ଉଠା ଯାଇଛି।

ଏଠାରେ ଲିଙ୍କ ଦେଖନ୍ତୁ-MARK EDWARDS Photos । Archive
ଏହା ପରେ ଆମକୁ rarehistorical ପେଜରେ ମଧ୍ୟ ଏହି ଫୋଟୋ ପାଇଲୁ। ପଜର ଅନୁଚ୍ଛେଦ ଅନୁସାରେ ଲେଖା ଯାଇଛି ଯେ, ଫୋଟୋରେଥିବା ପୁରୁଷ କଲେରାରେ ପିଡ଼ିତଥିବା ସ୍ତ୍ରୀକୁ ହାତରେ ବୋହିନେଇ ଯାଉଥିଲା। ଏହି ଫୋଟୋ 1971ମସିହାରେ ବଙ୍ଗଳାଦେଶରେ ହୋଇଥିବା ଯୁଦ୍ଧର ଅଟେ।

ଏଠାରେ ଲିଙ୍କ ଦେଖନ୍ତୁ-rarehistorical । Archive
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁଯେ, ଭାଇରାଲ ଫୋଟୋରେ ପୁରୁଷ ବ୍ୟକ୍ତି ବାହୁରେ ଧରିଥିବା ମହିଳାର ଦୁଷ୍କର୍ମ ହୋଇ ନହିଁ। ମହିଳା କଲେରା ଜରରେ ପଡ଼ିତଥିଲା ଏବଂ ତା ସ୍ୱାମି ତାକୁ ବୋହିକରି ନେଇ ଯାଉଥିଲା। ମହିଳା ସହ 1971 ବଙ୍ଗଳାଦେଶ ଯୁଦ୍ଧରେ କୌଣସି ଦୁଷ୍କର୍ମ ହୋଇ ନାହିଁ।

Title:ଭାଇରାଲ ଫୋଟୋରେଥିବା ମହିଳାସହ 1971ରେ ଦୁଷ୍କର୍ମ ହୋଇନଥିଲା ବରଂ ମହିଳା କଲେରା ରୋଗରେ ପଡ଼ତଥିବାରୁ ତା ସ୍ୱାମି ତାକୁ ବୋହିନେଇ ଯାଉଥିଲା।
Fact Check By: Saritadevi SamalResult: False