
ନିକଟରେ ପାକିସ୍ତାନର ପେଶାୱର ରେ ଅବସ୍ଥିତ ଏକ ମସଜିଦରେ ବୋମା ବିସ୍ଫୋରଣ ଘଟନା ସାମନାକୁ ଆସିଥିଲା। 30 ଜାନୁଆରୀରେ ହେଇଥିବା ଏହି ବିସ୍ଫୋରଣରେ ପ୍ରାୟ ୧୦୦ ଲୋକେ ପ୍ରାଣ ହରାଇ ଥିଲେ। ଏହି ଘଟଣା ପାଇଁ ପାକିସ୍ତାନ ତାଲିବାନ ଉପରେ ଅଭିଯୋଗ ଲଗାଇଛି।
ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଘଟଣା ନେଇ ଅନେକ ଫୋଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହା ମଧ୍ୟରେ ଏକ ପୋଷ୍ଟରେ ଦୁଇଟି ଫୋଟୋ ସେୟାର କରି ଦାବି କରା ଯାଉଛି ଯେ ଏହା ନିକଟରେ ପାକିସ୍ତାନର ଏକ ମସଜିଦରେ ହେଇଥିବା ବୋମା ବିସ୍ଫୋରଣକୁ ଦର୍ଶାଉଛି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ଫାଇଲ ଯେ ଦୁଇଟି ଫୋଟୋ ମଧ୍ୟରୁ ଗୋଟିଏ ଫୋଟୋ ପୁରୁଣା ଅଟେ।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଫୋଟୋ ସେୟାର କରି ଦାବି କରା ଯାଉଛି, “ପାକିସ୍ତାନ ପେଶାୱାରରେ ଥିବା ଏକ ମସଜିଦରେ ଆତ୍ମଘାତୀ ହମଲା ହୋଇଛି । ଏହି ଧମାକାରେ ବର୍ତ୍ତମାନ ସୁଦ୍ଧା ୨୦ ଜଣଙ୍କର ମୃତ୍ୟୁ ହାଇସାରିଥିବାବେଳେ, ୯୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ତେବେ ମିଳିଥିବା ସୂଚନା ମୁତାବକ, ଏହି ଧମାକା ଏତେ ଜୋରରେ ଥିଲା ଯେ, ପୂରା ମସଜିଦ୍ ଦୋହଲି ଯାଇଥିଲା । ପେଶାୱାରର ପୋଲିସ ଲାଇନ୍ସ ପାଖରେ ଥିବା ମସଜିଦରେ ନମାଜ ପାଠ ପରେ ଏହି ବିସ୍ଫୋରଣ ଘଟିଛି ।”

ସମାନ ପୋଷ୍ଟ ଆପଣ ମାନେ ଏଠାରେ ମଧ୍ୟ ଦେଖି ପାରିବେ।
ଆମ ଅନୁସନ୍ଧାନ:
ପ୍ରଥମ ଫୋଟୋ: ଏହି ଫୋଟୋର ସତ୍ୟତା ଜାଣିବା ପାଇଁ ଆମେ ଏହାର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଫୋଟୋ ୭ ମଇ ୨୦୦୪ ମସିହାରେ ଏନବିସି ନ୍ୟୁଜ୍ ୱେବସାଇଟରେ ପ୍ରକାଶିତ ହେଇଥିବା ମିଳିଲା।
ରିପୋର୍ଟ ଅନୁଯାୟୀ, ଦକ୍ଷିଣ ପାକିସ୍ତାନୀ ବନ୍ଦର ସହରରେ ଲୋକଙ୍କ ସହିତ ଭର୍ତ୍ତି ହୋଇଥିବା ଏକ ଶିୟା ମୁସଲମାନ ମସଜିଦରେ ଏକ ବୋମା ବିସ୍ଫୋରଣ ହୋଇଥିଲା ଯେଉଁଥିରେ ୧୪ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୨୦୦ ଲୋକେ ଆଘାତ ହୋଇଥିଲେ। ପୀଡିତଙ୍କ ମଧ୍ୟରୁ ଅଧିକାଂଶ ବୟସ୍କ ବ୍ୟକ୍ତି ଯେଉଁମାନେ ପ୍ରାର୍ଥନା ପାଇଁ ମସଜିଦକୁ ଆସିଥିଲେ।

ଦି ଗାଡ଼୍ଡିୟାନ୍ ରିପୋର୍ଟ ଅନୁଯାୟୀ, ପୂଜକମାନଙ୍କ ସହିତ ଭର୍ତ୍ତି ହୋଇଥିବା ଏକ ଶିଆ ମୁସଲିମ ମସଜିଦରେ ଆତ୍ମଘାତୀ ବିସ୍ଫୋରଣରେ ୧୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 125 ରୁ ଅଧିକ ଆହତ ହୋଇଛନ୍ତି। ପାକିସ୍ତାନୀ ରାଷ୍ଟ୍ରପତି ଜେନେରାଲ ପରଭେଜ ମୁଶରଫ ଏହି ବିସ୍ଫୋରଣକୁ ନିନ୍ଦା କରିବା ସହ ମାମଲାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଘଟନା ପରେ କ୍ରୋଧିତ ହୋଇ ଶିଆ ମୁସ୍ଲିମ ମାନେ ରାସ୍ତାରେ ଗାଡି ଏବଂ ଦୋକାନ ଉପରେ ପଥର ଫିଙ୍ଗି ଭଙ୍ଗାରୁଜା କରିଥିଲେ।
ଏହା ଦ୍ଵାରା ପଷ୍ଟ ହେଉକି ଯେ ପ୍ରଥମ ଭାଇରାଲ ଫୋଟୋ ପୁରୁଣା ଅଟେ ଏବଂ ଏହାର ନିକଟରେ ହେଇଥିବା ବୋମା ବିସ୍ଫୋରଣ ସହିତ କୌଣସି ସମ୍ବନ୍ଧ ନାହିଁ।
ଦ୍ଵିତୀୟ ଫୋଟୋ: ଏହି ଫୋଟୋର ଗୁଗୁଲ ରିଭର ଇମେଜ୍ ସର୍ଚ୍ଚ କରିବା ପରେ ଆମେ ଜାଣିବାକୁ ପାଇଲୁ ଯେ ଘଟଣାଟି ନିକଟରେ ପାକିସ୍ତାନର ପେଶାୱର ଶଅରରେ ହେଇଥିବା ବୋମା ବିସ୍ଫୋରଣର ଅଟେ।
ହିନ୍ଦୁସ୍ତାନ ଟାଇମ୍ସ ରିପୋର୍ଟ ଅନୁଯାୟୀ, ଏକ ମସଜିଦରେ ବିସ୍ଫୋରଣରେ ପାକିସ୍ତାନର ପେଶୱାରରେ ଅତି କମରେ ୫୯ ପୂଜକ ପ୍ରାଣ ହରାଇ ୧୫୦ ରୁ ଅଧିକ ଆହତ ହୋଇଛନ୍ତି ବୋଲି ଡାକ୍ତରଖାନା ଅଧିକାରୀ କହିଛନ୍ତି। ସେହି ମସଜିଦରେ ଅଧିକାଂଶ ପୋଲିସ କର୍ମଚାରୀ ମାନେ ଦୈନିକ ପ୍ରାର୍ଥନା ପାଇଁ ଏକତ୍ରିତ ହୋଇଥିଲେ।
ଏହି ମସଜିଦ ପୋଲିସ ହାଉସିଂ ବ୍ଲକ ନିକଟରେ ଅବସ୍ଥିତ ଥିଲା ଏବଂ ବିସ୍ଫୋରଣ ଘଟିବା ସମୟରେ ଭିତରେ 300 ରୁ ଅଧିକ ଲୋକ ଥିଲେ। ଅପରାହ୍ନ ପ୍ରାୟ ୧.୪୦ ସମୟରେ ପୋଲିସ୍ ଲାଇନ୍ସ ନିକଟରେ ଏହି ବିସ୍ଫୋରଣ ଘଟିଥିଲା ଯେତେବେଳେ ଜୁହର (ଅପରାହ୍ନ) ପ୍ରାର୍ଥନା ସମୟରେ ଆତ୍ମଘାତୀ ଆକ୍ରମଣକାରୀ ନିଜକୁ ବିସ୍ଫୋରଣ କରିଥିଲେ।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ହେଉଥିବା ଦୁଇଟି ଫୋଟୋ ମଧ୍ୟରୁ ପ୍ରଥମ ଫୋଟୋ ପୁରୁଣା ଅଟେ ଯାହାର ନିକଟରେ ପାକିସ୍ତାନରେ ହେଇଥିବା ବିସ୍ଫୋରଣ ସହିତ କୌଣସି ସମ୍ବନ୍ଧ ନାହିଁ।

Title:ଏକ ପୁରୁଣା ଫୋଟୋକୁ ନିକଟରେ ପାକିସ୍ତାନର ମସଜିଦରେ ହେଇଥିବା ବିସ୍ଫୋରଣର ଫୋଟୋ ଦାବି ସହିତ ଭାଇରାଲ କରା ଯାଉଛି।
Fact Check By: Siddharth SahuResult: Partly False
