କ’ଣ ଭିଡିଓରେ ଭୁସୁଡି ପଡୁଥିବା ଏକ ବିଲ୍ଦିଙ୍ଗର ଭିଡିଓ ନିକଟରେ ତୁର୍କୀରେ ଆସିଥିବା ଭୂମିକମ୍ପ ସମୟର ଦୃଶ୍ୟ ଅଟେ? ଜାଣନ୍ତୁ ସତ୍ୟ।

False Social

ଫେବୃଆରୀ ୬ ରେ ତୁର୍କୀ ଏବଂ ଉତ୍ତର-ପଶ୍ଚିମ ସିରିଆରେ ତିନୋଟି ଭୂକମ୍ପ ପରେ ଏପର୍ଯ୍ୟନ୍ତ ୧୦୦୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ଭୂକମ୍ପ ଖବର ପାଇବା ପରେ ସୋସିଆଲ ମିଡିଆରେ ଭୟଙ୍କର ପରିସ୍ଥିତିର ଭିଡିଓ ଏବଂ ଫଟୋ ଭାଇରାଲ ହେବାରେ ଲାଗିଛି।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଏକ ବିଲ୍ଦିଙ୍ଗ ହଠାତ୍ ଭୁଶୁଡି ପଡିଥିବାର ଦେଖାଯାଇଛି | ଏହି ଭିଡିଓ ମାଧ୍ୟମରେ ଦାବି କରାଯାଉଛି ଯେ ତୁର୍କୀରେ ହୋଇଥିବା ଭୂକମ୍ପ ସମୟରେ ଏହି ବିଲ୍ଦିଙ୍ଗ ଭୁଶୁଡି ପଡିଛି।

ଏହି ଭିଡିଓର ସତ୍ୟତା ଯାଞ୍ଚ କରିବା ପାଇଁ ଆମକୁ ଆମ ୱ୍ହାଟ୍ସ ଅପ୍ ଫ୍ୟାକ୍ଟଲାଇନ୍ ନମ୍ବର ୯୦୪୯୦୫୩୭୭୦ ରେ ମଧ୍ୟ ଅନୁରୋଧ ଆସିଥିଲା। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଛି ଯେ ଏହି ଭିଡିଓ ତୁର୍କୀର ନୁହେଁ ବରଂ ଆମେରିକାର ଫ୍ଲୋରିଡା ଅଞ୍ଚଳର ଅଟେ। 

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ କହିଛନ୍ତି, “ତୁର୍କୀରେ_ଶକ୍ତିଶାଳୀ_ଭୂମିକମ୍ପ* *ଭୂମିକମ୍ପର ତୀବ୍ରତା ୭.୮ ରେକର୍ଡ କରାଯାଇଛି

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ନ୍ୟୁୟୋର୍କ ପୋଷ୍ଟର ଏକ ରିପୋର୍ଟ ମିଳିଲା ଯେଉଁଥିରେ କୁହା ଯାଇଛି ଯେ ଏହି ଭିଡିଓ ଆମେରିକାର ଫ୍ଲୋରିଡା ନିକଟରେ ଅବସ୍ଥିତ ଏକ ସହରର ଅଟେ ଯେଉଁଠାରେ ଏକ ବିଲ୍ଦିଙ୍ଗ ଆଂଶିକ ଭାବରେ ଭୁସୁଡି ପଡିଥିଲା। ଏହି ଘଟଣା ୨୪ ଜୁନ୍ ୨୦୨୧ ମସିହାରେ ଘଟିଥିଲା। 

ଏହି ଘଟଣାରେ ଫ୍ଲୋରିଡାର ସର୍ଫସାଇଡ୍ ଅଞ୍ଚଳରେ ୪୦ ବର୍ଷ ପୁରୁଣା ଚ୍ୟାମ୍ପ୍ଲିନ ଟାୱାର୍ସ ଭୁସୁଡି ଥିଲା ଯେଉଁଥିରେ ୯୮ ଲୋକଙ୍କ ମୃତ୍ୟୁ ହେଇଥିଲା। 

ୱାଶିଂଟନ୍ ପୋଷ୍ଟର ଏକ ରିପୋର୍ଟରେ ସମାନ ଭାଇରାଲ୍ ଭିଡିଓ ବିଷୟରେ କୁହାଯାଇଛି। ଜୁନ୍ 29, 2021 ରେ ପ୍ରକାଶିତ ଏହି ରିପୋର୍ଟ ଅନୁଯାୟୀ, ଆମେରିକାର ଫ୍ଲୋରିଡାର ମିଆମି ବିଚ୍‌ର ଉତ୍ତରରେ ଥିବା ସର୍ଫସାଇଡ୍‌ରେ ଅବସ୍ଥିତ ଚମ୍ପ୍ଲେନ୍‌ ଟାୱାର୍‌ ଭୁସୁଡି ପଡୁଥିବା ଦେଖାଯାଇଛି।

ଏହି ଘଟଣାର ଏକ ଭିଡିଓ ଏବିସି ୭ ର ୟୁଟ୍ୟୁବ ଚ୍ୟାନାଲରେ ମଧ୍ୟ ପ୍ରସାରିତ ହେଇଥିବା ମିଳିଲା। ଭିଡିଓରେ କୁହା ଯାଇଛି ଯେ ଫ୍ଲୋରିଡାରେ ଏକ ୧୨ ମହଲା ବିଲ୍ଦିଙ୍ଗ ଭୁସୁଡି ପଡିଥିଲା ଯାହା ପରେ ସ୍ଥାନୀୟ ସୁରକ୍ଷାକର୍ମୀ ମାନେ ଉଦ୍ଧାର କାର୍ଯ୍ୟରେ ଲାଗି ଯାଇଥିଲେ। ନିମ୍ନରେ ଆପଣ ମାନେ ଏହି ଭିଡିଓ ଦେଖି ପାରିବେ। 

ଏହା ପରେ ଆମେ ଗୁଗୁଲ ମ୍ୟାପରେ ଘଟଣା ସ୍ଥଳକୁ ସର୍ଚ୍ଚ କରିଲୁ। ଆମେ ଜାଣିବାକୁ ପାଇଲୁ ଯେ ଏହି ଘଟଣା ସ୍ଥଳ ଆମେରିକାର ଫ୍ଲୋରିଡାରେ ସର୍ଫସାଇଡ୍ ଅଞ୍ଚଳରେ ୮୭ ତମ ରାସ୍ତା ନିକଟରେ ଅଛି। 

ଭାଇରାଲ ଭିଡିଓର ଦୃଶ୍ୟ ଏବଂ ଗୁଗୁଲ ମ୍ୟାପରୁ ନିଆ ଯାଇଥିବା ଫୋଟୋରେ ଆମେ କିଛି ସମାନତା ଦେଖିବାକୁ ପାଇଲୁ। ନିମ୍ନରେ ଆପଣ ମାନେ ଦୁଇଟି ଫୋଟୋର ତୁଳନା ଦେଖି ପାରିବେ। 

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓର ତୁର୍କୀରେ ଆସିଥିବା ଭୂମିକମ୍ପ ସହିତ କୌଣସି ସମ୍ବନ୍ଧ ନାହିଁ। ଆମେରିକାର ଫ୍ଲୋରିଡାରେ ବିଲ୍ଦିଙ୍ଗ ଭୁସୁଡି ପଡିଥିବା ଏକ ପୁରୁଣା ଘଟଣାକୁ ତୁର୍କୀରେ ଆସିଥିବା ଭୂମିକମ୍ପର ଦୃଶ୍ୟ ଦାବି ସହିତ ଭାଇରାଲ କରା ଯାଉଛି।

Avatar

Title:କ’ଣ ଭିଡିଓରେ ଭୁସୁଡି ପଡୁଥିବା ଏକ ବିଲ୍ଦିଙ୍ଗର ଭିଡିଓ ନିକଟରେ ତୁର୍କୀରେ ଆସିଥିବା ଭୂମିକମ୍ପ ସମୟର ଦୃଶ୍ୟ ଅଟେ? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *