
ବର୍ତ୍ତମାନ ସୋସିଆଲ ମିଡିଆରେ ଦୁଇଟି ମହିଳା କୁସ୍ତି ଲଢୁଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓ ଆରମ୍ଭରୁ ଆମେ ଦେଖି ପାରିବା ଯେ ଜଣେ ମହିଳା କୁସ୍ତି କୁସ୍ତି ଖେଳାଳି ମାଇକ୍ ରେ କିଛି କହୁଛନ୍ତି। ସେହି ସମୟରେ ଦର୍ଶକଙ୍କ ମଧ୍ୟରୁ ଜଣେ ମହିଳା ତାଙ୍କ ଚ୍ୟାଲେଞ୍ଜ୍ ସ୍ଵୀକାର କରି କୁସ୍ତି ରିଙ୍ଗରେ ପ୍ରବେଶ କରୁଛନ୍ତି। ତାଙ୍କ ମଧ୍ୟରେ କିଛି ଯୁକ୍ତି ହେବା ପରେ ଦର୍ଶକଙ୍କ ମଧ୍ୟରୁ ଆସିଥିବା ମହିଳା ରିଙ୍ଗରେ ଥିବା ମହିଳାଙ୍କୁ ମାଡ ମାରୁଛନ୍ତି।
ଦାବି କରା ଯାଉଛି ଯେ ପାକିସ୍ତାନର ମହିଳା କୁସ୍ତି ଖେଳାଳି ହିନ୍ଦୁଙ୍କୁ ଅପମାନିତ କରୁଥିବା ସମୟରେ ସେଠାରେ ଦର୍ଶକଙ୍କ ମଧ୍ୟରେ ଥିବା ଜଣେ ଭାରତର ହିନ୍ଦୁ ମହିଳା ତାଙ୍କ ଚ୍ୟାଲେଞ୍ଜ୍ ସ୍ଵୀକାର କରି ତାଙ୍କ ସହିତ ଲଢି ତାଙ୍କୁ ପରାସ୍ତ କରିଛନ୍ତି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭିଡିଓରେ କୁସ୍ତି ଲଢୁଥିବା ଦୁଇ ଜଣ ମହିଳା ଭାରତର ଅଟନ୍ତି।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ, “ଦୁବାଇରେ ଚାଲିଥିବା ମହିଳା କୁସ୍ତି ଚାମ୍ପିୟନଶିପରେ ଗୋଟେ ପାକିସ୍ତାନୀ ତାମିଲ ପ୍ରାପ୍ତ ମହିଳା ହିନ୍ଦୁ ମାନଙ୍କୁ ଅପମାନିତ କରିବା ସହିତ ଭାରତୀୟ ମାନେ ତାକୁ ହରାଇ ପାରିବେ ନାହି କହି ଚାଲେଞ୍ଜ ଦେଇଥିଲା, ଏହି ସମୟରେ ଦର୍ଶକ ଗ୍ୟାଲେରୀ ରେ ଖେଳ ଦେଖୁଥିବା ତାମିଲନାଡୁର ଭଗୱା ପରିଧାନୀ କବିତା ବିଜୟଲକ୍ଷ୍ମୀ ସାଧାରଣ ଜଣେ ଦର୍ଶକ ହୋଇ ମଧ୍ୟ ପାକିସ୍ତାନୀ ମହିଳାର ଚେଲେଞ୍ଜ ଗ୍ରହଣ କରିବା ସହିତ ମୁହଁତୋଡ ଧୋବୀ ପିଛାଡ ମାଡ ଦେଇ ପ୍ରମାଣିତ କରିଦେଲେ ଜେ ଭାରତର ସାଧାରଣ ଗୌମାତାଙ୍କୁ ପୂଜା କରୁଥିବା ମହିଳା ବି ତାଲିମ ପ୍ରାପ୍ତ ପାକିସ୍ତାନୀ ଗୌଭକ୍ଷୀ ମହିଳାଙ୍କ ଖେଲ ଖତମ କରିବାର ସାମର୍ଥ୍ୟ ରଖନ୍ତି”
ଆମ ଅନୁସନ୍ଧାନ:
ଭାଇରାଲ ଭିଡିଓରେ ଆମକୁ ଅନେକ ସ୍ଥାନରେ CWE ଲେଖା ଯାଇଥିବା ମିଳିଲା। ତେଣୁ ଆମେ ଗୁଗୁଗ୍ଳରେ ଯାଇ ତାହା ବିଷୟରେ ସର୍ଚ୍ଚ କରିଲୁ। ଆମେ ଜାଣିବାକୁ ପାଇଲୁ ଯେ CWE ହେଉଛି ଏକ କୁସ୍ତି ଟ୍ରେନିଂ ବା ଏକାଡେମି। ଏହା WWE ର ପ୍ରସିଦ୍ଧ ଷ୍ଟାର ଦି ଗ୍ରେଟ୍ ଖଳିଙ୍କ ଟ୍ରେନିଂ ସେଣ୍ଟର। ଏହା ଜଲନ୍ଧର ସହରରେ ଅବସ୍ଥିତ। ୨୦୧୫ ମସିହାରେ ଖଳିଙ୍କ ଦ୍ଵାରା ଏହାର ସ୍ଥାପନା ହୋଇଥିଲା।
ଏହା ପରରେ ଆମେ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ୩୦ ସେପ୍ଟେମ୍ବର ୨୦୧୭ ମସିହାରେ ଡ଼ିଏନଏ ର ୱେବସାଇଟରେ ସମାନ ଭିଡିଓ ବିଷୟରେ ଖବର ପ୍ରକାଶିତ ହେଇଥିବା ମିଳିଲା।
ରିପୋର୍ଟ ଅନୁଯାୟୀ, କୁସ୍ତି ଲଢୁଥିବା ଦୁଇଟି ମହିଳାଙ୍କ ନାମ ହେଉଛି ବିବି ବୁଲବୁଲ ଏବଂ କବିତା। ବିବି ବୁଲବୁଲ ହେଉଛନ୍ତି ଭାରତର ପ୍ରଥମ ମହିଳା କୁସ୍ତି ଖେଳାଳି ଏବଂ କବିତା ହେଉଛନ୍ତି ଜଣେ ହରିୟାଣା ପୋଲିସ ଅଧିକାରୀ ଏବଂ ଏମଏମଏ ବିଜେତା। ପ୍ରତିଯୋଗୀତା ସମୟରେ ବିବି ବୁଲ୍ବୁଲ ଚ୍ୟାଲେଞ୍ଜ୍ କରିଥିବାରୁ କବିତା ତାହା ସ୍ଵୀକାର କରି ତାଙ୍କ ସହିତ ଲଢିବା ପାଇଁ ରିଙ୍ଗକୁ ଆସିଥିଲେ ଏବଂ ତାଙ୍କୁ ପଛାଡି ଥିଲେ।

ସମାନ ଭାଇରାଲ ଭିଡିଓକୁ ଆମେ CWE ର ୟୁଟ୍ୟୁବ ଚ୍ୟାନାଲରେ ୨୦୧୬ ରେ ଅପ୍ଲୋଡ ହେଇଥିବା ପାଇଲୁ। ଭିଡିଓ ସହିତ ଦିଆ ଯାଇଥିବା ସୂଚନାରେ କୁହା ଯାଇଛି ଯେ ‘କବିତା, ବିବି ବୁଲ୍ବୁଲ ର ଚ୍ୟାଲେଞ୍ଜ୍ କୁ ସ୍ଵୀକାର କରିଥିଲେ।‘
ବୁଲ୍ବୁଲ ଏବଂ କବିତାଙ୍କ ମଧ୍ୟରେ ଅନ୍ୟ କୁସ୍ତି ମ୍ଯାଚ୍ ଆପଣ ମାନେ ଏଠାରେ ଦେଖି ପାରିବେ।
ଏହା ଦ୍ଵାରା ପ୍ରମାଣିତ ହେଉଛି ଯେ ଦର୍ଶକଙ୍କ ମଧ୍ୟରୁ ଆସି କୁସ୍ତି କରୁଥିବା ମହିଳା କୌଣସି ସାମାନ୍ୟ ମହିଳା ନୁହନ୍ତି ବରଂ CWE ର ଜଣେ କୁସ୍ତି ଖେଳାଳି ଅଟନ୍ତି।
ତେବେ କ’ଣ ବିବି ବୁଲ୍ବୁଲ ପାକିସ୍ତାନର ଅଟନ୍ତି?
ଏହି ବିଷୟରେ ସର୍ଚ୍ଚ କରିଲା ପରେ ଆମକୁ ୫ ଫେବ୍ରୁଆରି ୨୦୨୦ ରେ PTC Punjabi ର ଫେସବୁକ ପେଜରେ ବୁଲ୍ବୁଲଙ୍କ ଏକ ସାକ୍ଷାତକାରର ଭିଡିଓ ଦେଖିବାକୁ ମିଳିଲା।
ଭିଡିଓରେ ସେ କହିଛନ୍ତି ଯେ, ଦି ଗ୍ରେଟ୍ ଖଳି ୨୦୧୫ ରେ CWE ର ପ୍ରତିଷ୍ଠା କରିବା ପରେ ସେ ସେଠାରେ ଯୋଗ ଦେଇଥିଲେ ଏବଂ ସେଠାରେ ତାଙ୍କ ନାମ ବୁଲ୍ବୁଲ ଦିଆ ଯାଇଥିଲା। ଭିଡିଓରେ ସେ ଏହା ମଧ୍ୟ କହିଛନ୍ତି ଯେ ଯେପରି ଆମ ଦେଶ ଭାରତରେ ଲୋକଙ୍କ ଧାରଣା ଅଛି ଯେ କିଏ ଗୋଟିଏ ସିଧା-ଶଢା ଝିଅକୁ କୁସ୍ତି କରୁଥିବା ଦେଖିବାକୁ ଚାହାଁନ୍ତିନୀ।
ଭିଡିଓ ସହିତ ଦିଆ ଯାଇଥିବା ସୂଚନା ଅନୁଯାୟୀ, ବିବି ବୁଲ୍ବୁଲଙ୍କ ଅସଲି ନାମ ସରବଜିତ କୌର ଅଟେ।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବିରେ କୌଣସି ସତ୍ୟତା ନାହିଁ। ଭିଡିଓରେ କୁସ୍ତି କରୁଥିବା ଦୁଇ ମହିଳା ଭାରତୀୟ ଅଟନ୍ତି। ଭିଡିଓରେ ଥିବା ପ୍ରଥମ ମହିଳାଙ୍କ ଜେନ ପାକିସ୍ତାନୀ ହେବା ଦାବି ସମ୍ପୁର୍ଣ୍ଣ ମିଥ୍ୟା ଅଟେ।
Title:କ’ଣ ଦୁବାଇରେ ଏକ କୁସ୍ତି ପ୍ରତିଯୋଗୀତାରେ ଜଣେ ଭାରତ ମହିଳା ପାକିସ୍ତାନର କୁସ୍ତି ଖେଳାଳିଙ୍କୁ ମାରି ପଛାଡିଛନ୍ତି? ଜାଣନ୍ତୁ ସତ୍ୟ
Fact Check By: Siddharth SahuResult: False


