କ’ଣ ଇଟାଲୀ ର ପ୍ରଧାନମନ୍ତ୍ରୀ କୋରୋନା ର ଭୟାବହତା କୁ ଦେଖି କାନ୍ଦି ପକେଇଲେ? ଜାଣନ୍ତୁ ସତ।

Coronavirus False International

ଏବେ ଦୁନିୟାରେ କୋରୋନା ବ୍ୟପୁଚି। ବର୍ତମାନ ସୁଧା ୩.୫ ଲକ୍ଷ ଲୋକଙ୍କୁ ସଂକ୍ରାମିତ କରି ସାରିଛି ଏହି ରୋଗ ଏବଂ ପ୍ରାୟ ୧୫୦୦୦ ଲୋକଙ୍କ ମୃତ୍ୟୁ ଘଟି ସାରିଛି। ଇଟାଲୀରେ ବର୍ତମାନ ସ୍ଥିତି ସାଂଘାତିକ ଅଟେ। ଏବେ ସୁଧା ଇଟାଲୀରେ ସର୍ବାଧିକ କୋରୋନା କେସ ଦେଖିବାକୁ ମିଳିଛି। ପ୍ରାୟ ୫୯,୦୦୦ ଲୋକ ଇଟାଲୀରେ ସଂକ୍ରାମିତ ହେଇଥିବା ସମୟରେ ୫୦୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଇଛି। ଇଟାଲୀରେ ଏପରି ସ୍ଥିତି ମଧ୍ୟ ହେଇ ଯାଇଛି ଯେ ଗୋଟିଏ ଦିନରେ ୭୯୩ ଲୋକଙ୍କ ମୃତ୍ୟୁ ଦେଖିବାକୁ ମିଳିଛି। ଏହି ସବୁ ଘଟଣା ମଧ୍ୟରେ ଗୋଟିଏ ପୋଷ୍ଟ ଫେସବୁକରେ ଭାଇରାଲ ହେଉଛି ଯେଉଁଥିରେ ଇଟାଲୀ ପ୍ରଧାନମନ୍ତ୍ରୀଙ୍କୁ କାଁଡିବାର ଦେଖିବାକୁ ମିଳୁଛି। ଆସନ୍ତୁ ଜାଣିବା କ’ଣ ଏହି ଭାଇରାଲ ପୋଷ୍ଟର ସତ୍ୟତା। 

୨୨ ମାର୍ଚ ଫେସବୁକର ଜୟ ନବୀନ ପେଜରେ ଭାଇରାଲ ହେଇଥିବାଗୋଟିଏ ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ କୋରୋନାର ଭୟାବହତା କୁ ଦେଖି ଇଟାଲୀର ପ୍ରଧାନମନ୍ତ୍ରୀ କାନ୍ଦି ପକେଇଲେ। ଏକା ଦିନ ୭୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଇଛି ଏବଂ ଶବ ନେବାକୁ ନା ପରିବାର ଲୋକ ନା ବନ୍ଧୁବାନ୍ଧବ ଆସୁଛନ୍ତି ବୋଲି ଦାବି କରା ଯାଇଅଛି। ଇଟାଲୀ ସୈନ୍ୟ ସାହାଜ୍ୟତାରେ ରାସ୍ତାରୁ ଶବ ଉଠାଉଛି। 

fb.jpg

Facebook | Archive

ଏହି ବିଷୟରେ ସତ୍ୟ ଜାଣିବାପାଇଁ ଆମ ଅନୁସନ୍ଧାନ ପଢନ୍ତୁ। 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଫୋଟୋରେ ଥିବା ବ୍ୟକ୍ତିଙ୍କ ଯାଣ୍ଡେକ୍ସ ସାହାଯ୍ୟରେ ରିଭର୍ସ ଇମେଜ ସର୍ଚ କରିଲୁ। ରିଭର୍ସ ଇମେଜ ସର୍ଚ କରିଲା ଫେରେ ଆମେ ଏହା ଜାଣିବାକୁ ପାଇଲୁ ଯେ ଫୋଟୋରେ କାନ୍ଦୁ ଥିବା ବ୍ୟକ୍ତି ବ୍ରାଜିଲ ରାଷ୍ଟ୍ରପତି ଜାୟେର ମେସିଆସ ବୋଲ୍ସୋନାରୋ, ଇଟାଲୀ ପ୍ରଧାନମନ୍ତ୍ରୀ ନୁହନ୍ତି। 

୧୭ ଡିସେମ୍ବରରେ ପୋଡର ୩୬୦ ପତ୍ରିକାରେ ଛପି ଥିବାଅନୁହେଡରେ ଏହା ବର୍ଣନା କରା ଜିଅଛି ଯେ ବ୍ରାଜିଲ ରାଷ୍ଟ୍ରପତି  ଜାୟେର ମେସିଆସ ବୋଲ୍ସୋନାରୋ ପ୍ଲାନାଟୋ ମହଳରେ ହେଉଥିବା ଇଭାନଗେଳିକାଳ ପ୍ରୋଗ୍ରାମରେ ନିଜ ଯୋଗଦାନ ଦେଇଥିଲେ। ସେହି ସଭାରେ ଉପସ୍ଥିତ ଲୋକଙ୍କ ସାମନାରେ ୨୦୧୮ ମସିହାରେ ତାଙ୍କ ଉପରେ ଛୁରୀ ହମାଲା ହେଇଥିବା ଘଟଣାକୁ ସ୍ମରଣ କରି କାନ୍ଦି ଥିଲେ। ୨୦୧୮ ମସିହାରେ ନିର୍ବାଚନ ସମୟରେ ତାଙ୍କ ଉପରେ ଏହି ଆକ୍ରମଣ ହେଇଥିଲା। ରାଷ୍ଟ୍ରପତି ଜାୟେର ମେସିଆସ ବୋଲ୍ସୋନାରୋ ଏହି ସଭାରେ ୨୦୧୮ ମସିହାରେ ତାଙ୍କ ଉପରେ ହେଇଥିବା ଆକ୍ରମଣରୁ ପୁନରୁଦ୍ଧାର ପାଇଥିବାରୁ ଭଗବାନଙ୍କୁ ଧନ୍ୟବାଦ ଦେଇ କହିଥିଲେ ଯେ ତାଙ୍କୁ ଦ୍ଵିତୀୟ ଜୀବନଦାନ ମିଳିଛି। 

poder 360.jpg

Poder 360 | Archive

ଏହା ପରେ ଆମେ ଗୁଗୁଲରେ ଯାଇ ସର୍ଚ କରି ଦେଖିଲୁ ଯେ କିଏ ଅଟନ୍ତି ଇଟାଲୀର ପ୍ରଧାନମନ୍ତ୍ରୀ? ଇଟାଲୀ ପ୍ରଧାନମନ୍ତ୍ରୀ ହେଉଛନ୍ତି ଗୁଶେପ କୋଣ୍ଟେ। ପୋଷ୍ଟରେ କରା ଯାଇଥିବା ଦାବି ଯେ ବୋଲ୍ସୋନାରୋ ଇଟାଲୀର ପ୍ରଧାନମନ୍ତ୍ରୀ ଅଟନ୍ତି, ଗୋଟିଏ ମିଥ୍ୟା କଥା। 

ଶେଷକଥା: 

ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବାକୁ ପାଇଲୁ ଯେ ପୋଷ୍ଟରେ ଯେଉଁ ଫୋଟୋ ଅଛି ତାହା ଇଟାଲୀର ପ୍ରଧାନମନ୍ତ୍ରୀଙ୍କ ନୁହେଁ। ଫୋଟୋରେ ଥିବା ଭକ୍ତି ବ୍ରାଜିଲର ରାଷ୍ଟ୍ରପତି ଜାୟେର ମେସିଆସ ବୋଲ୍ସୋନାରୋ ଅଟନ୍ତି। ଜାୟେର ମେସିଆସ ବୋଲ୍ସୋନାରୋଙ୍କ ୨୦୧୯ ମସିହାରେ କାନ୍ଦୁ ଥିବା ଫୋଟୋକୁ ବର୍ତମାନସମୟର କୋରୋନା ଯୋଗୁ ଇଟାଲୀରେ ଲୋକଙ୍କ ହେଉଥିବା ମୃତ୍ୟୁ ଘଟଣା ସହିତ ଜୋଡ଼ି ତାଙ୍କୁ ଇଟାଲୀର ପ୍ରଧାନମନ୍ତ୍ରୀ ବୋଲି ଦାବି କରା ଯାଇଅଛି। 

Avatar

Title:କ’ଣ ଇଟାଲୀ ର ପ୍ରଧାନମନ୍ତ୍ରୀ କୋରୋନା ର ଭୟାବହତା କୁ ଦେଖି କାନ୍ଦି ପକେଇଲେ? ଜାଣନ୍ତୁ ସତ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *