କ’ଣ କୋରୋନା ଆଗରେ ଇଟାଲୀ କଲା ଆତ୍ମାସମର୍ପଣ? କ’ଣ ଇଟାଲୀ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବର୍ତମାନ କେବଳ ଭଗବାନ ରକ୍ଷା କରି ପାରିବେ? ଜାଣନ୍ତୁ ସତ।

Coronavirus False International Social

୨୫ ମାର୍ଚରେ ଏଭରଗ୍ରୀନ ଓଡିଆ ନାମକ ସାଇଟର ଗୋଟିଏ ଅନୁଛେଦରେ ଏହା ଦାବି କରା ଯାଇଅଛି ଯେ  ଇଟାଲୀ ପ୍ରଧାନମନ୍ତ୍ରୀ କହିଛନ୍ତି କି କୋରୋନା କୁ ନିୟନ୍ତ୍ରଣ କରିବା ଆମ ଦ୍ୱାରା ସମ୍ଭବ ହେଉନାହିଁ। ଭଗବାନଙ୍କ ଉପରେ ନିର୍ଭର କରେ ସେ ରଖିବେ କି ମାରିବେ। ଇଟାଲୀ ରେ କୋରୋନା ସଂକ୍ରମଣ ର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଉନ୍ନତ ଚିକିତ୍ସା ବ୍ୟବସ୍ଥା ଥାଇ ମଧ୍ୟ କୋରୋନା ସଂକ୍ରମଣ ନିୟନ୍ତ୍ରଣ ରେ ବିଫଳ ହୋଇଛି ଇଟାଲୀ। ଆବଶ୍ୟକତା ଅନୁଯାୟୀ ହସ୍ପିଟାଲ ଓ ଷ୍ଟାଫ ଙ୍କ ଅଭାବ ଦେଖାଦେଉଛି। ଉପଯୁକ୍ତ ପରିମାଣ ର ଭେଣ୍ଟିଲେଟର ଓ ଆଇ.ସି.ୟୁ ମଧ୍ୟ ନାହିଁ। ବର୍ତ୍ତମାନ ସୁଦ୍ଧା ୭୦ ହଜାର ରୁ ଅଧିକ କୋରୋନା ରେ ଆକ୍ରାନ୍ତ ଥିବା ବେଳେ 7 ହଜାର ରୁ ଅଧିକ ମୃତ୍ୟୁବରଣ କରିଛନ୍ତି। ଦିନ କୁ ଦିନ ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ପ୍ରତେକ ଦିନ ୮୦୦ ରୁ ଉର୍ଦ୍ଧ୍ବ ଙ୍କର ମୃତ୍ୟୁ ହେଉଛି ଇଟାଲୀ ରେ।

evergreen.jpg

Evergreen Odia | Archive

ଏହି ବିଷୟଟି ଫେସବୁକର ଉତ୍ତକଳ ସେନା ବିଜେପି ଓଡ଼ିଶା (ଅଫିସିଆଲ) ନାମକ ପେଜରେ ମଧ୍ୟ ଭାଇରାଲ କରା ଯାଇଅଛି।

fb.jpg

Facebook | Archive

ଆମ ଅନୁସନ୍ଧାନରୁ ଜାଣନ୍ତୁ ଏହି ବିଷୟର ସତ୍ୟତା। 

୨୨ ମାର୍ଚ ରେ ଫ୍ରାନ୍ସ 24 ନିଜ ୟୁଟ୍ୟୁବ ଛେନାଲରେ ଇଟାଲୀ ପ୍ରଧାନମନ୍ତ୍ରୀ ଜୁସେପ କୋଣ୍ଟେଙ୍କ ଗୋଟିଏ ପ୍ରେସ କୋଂଫେରେନ୍ସର ଭିଡିଓ ଛାଡ଼ିଛି। ଏହି ଭିଡିଓରେ କୋଣ୍ଟେ କହିଛନ୍ତି ଯେ ବର୍ତମାନ ଇଟାଲୀ ଦେଶର ଉତ୍ପାଦନ କ୍ଷେତ୍ର କୁ ମନ୍ଥର ଗତିରେ ଚଲାଉଛି। ଦେଶର ସ୍ୱାସ୍ଥ୍ୟ ଜରୁରୀକାଳିନ ପରିସ୍ଥିତି ଧୀରେ ଧୀରେ ଆର୍ଥିକ ପରିଶିଥିକୁ ପ୍ରଭାବ ପକାଉଚି। ସେ ଦେଶବାସୀଙ୍କୁ ଆଶ୍ଵାସନ ଦେଇ କହିଛନ୍ତି ଯେ ସେ ଏହି ପରିସ୍ଥିତିରେ ଦେଶ ସହିତ ଅଛନ୍ତି ଏବଂ ସରକାର ସମସ୍ତ ସମ୍ଭବ ନିଷ୍ପତ୍ତି ନେବ ଯେଉଁଟା ଦେଶକୁ ପୂର୍ଣ ବସ୍ତାକୁ ଫେରେଇ ଆଣିବ। 

୨୨ମାର୍ଚରେ ଆଇ.ଟି.ଭି ପତ୍ରିକାରେ କୁହା ଯାଇଅଛି ଯେ କୋରୋନାକୁ ବ୍ୟାପୀବା ରୁ ରୋକିବା ପାଇଁ ଇଟାଲୀର ସରକାର ଦେଶକୁ ଲକ୍ଡାଉନ କରିଛନ୍ତି। ଜରୁରୀ ଜିନିଷ ଉତ୍ପାଦନ ନକରୁଥିବା ସମସ୍ତ କାରଖାନା ବନ୍ଦ କରା ଯାଇଅଛି। କିନ୍ତୁ ବଜାର, ଔଷଧ ଦୋକାନ, ବ୍ୟାଙ୍କ ଇତିଯାଡି ଖୋଲା ରହିବ। ବର୍ତମାନ ସୁଧା ଇଟାଲୀରେ ୫୩,୫୭୮ କୋରୋନା କେସ ଦେଖିବାକୁ ମିଳିଛି ଏବଂ ୪,୮୨୫ ଲୋକଙ୍କ ମୃତ୍ୟୁ ହେଇ ସାରିଛି। କୋଣ୍ଟେଙ୍କ କହିବା ଅନୁଯାୟୀ ଦେଶର ଉତ୍ପାଦନ କ୍ଷେତ୍ର କୁ ମନ୍ଥର ଗତିରେ ଚଲା ହେବ, ବନ୍ଦ କରା ଜୀବ ନାହିଁ। ଦେଶର ସ୍ୱାସ୍ଥ୍ୟ ଜରୁରୀକାଳିନ ପରିସ୍ଥିତି ଧୀରେ ଧୀରେ ଆର୍ଥିକ ପରିଶିଥିକୁ ପ୍ରଭାବ ପକାଉଚି।

itv.jpg

ITV | Archive

୧୦ ମାର୍ଚରେ ଇଟାଲୀ ପ୍ରଧାନମନ୍ତ୍ରୀ ଯୁସେପ କୋଣ୍ଟେ ନିଜ ଦେଶ ବାସୀଙ୍କୁ ଘର ଭିତରେ ରହିବା ଏବଂ କହିଛନ୍ତି ଯେ କେବଳ ଦରକାରୀ କାମ ପାଇଁ ଘରୁ ବାହାରିବା ସମୟରେ ଅନୁମତି ନେବା ପାଇଁ ନିର୍ଦେଶ ଦେଇଛନ୍ତି। ଇଟାଲୀର ଗୋଟିଏ ଟି.ଭି ଛେନାଲ ସହିତ ସାକ୍ଷାତ କରି ସେ ଏହା ମଧ୍ୟ କହିଛନ୍ତିଯେ ଦେଶ ହାତରେ ଆଉ ସମୟ ନାହିଁ, ସେଥିପାଇଁ ଏହି ନିୟମ ପାଳନ କରିବାକୁ ପଡିବ। ସୋମବାର ଦିନ କୋରୋନା ଭାଇରସ ଯୋଗୁ ମୃତ୍ୟୁ ସଂଖ୍ୟା ୩୬୬ ରୁ ବଢି ୪୬୩ ହେଇ ଯାଇଅଛି। ଚୀନ ପରେ ଇଟାଲୀ ସାଂଘାତିକ ଭାବେ କୋରୋନା ଶିକାର ହେଇଛି। ରବିବାର ସୁଧା କୋରୋନାରୁ ସଂକ୍ରାମିତ ହୋଇଥିବା ଲୋକଙ୍କ ସଂଖ୍ୟା ୨୪% ବଢି ଯାଇଅଛି। ଯୁସେପ କୋଣ୍ଟେ ଏହା ମଧ୍ୟ କହିଛନ୍ତି ଯେ ଦେଶବାସୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷିତ ରଖିବା ପାଇଁ ଆହୁ କଡ଼ା ବ୍ୟବସ୍ଥା ଲାଗୁ କରା ଯାଇ ପାରେ। 

bbc.jpg

BBC | Archive 

ଶେଷକଥା:

ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବାକୁ ପାଇଲୁ ଯେ ଇଟାଲୀର ପ୍ରଧାନମନ୍ତ୍ରୀ ଜୁସେପ କୋଣ୍ଟେ କୋରୋନା ଯୋଗୁ ହେଇଥିବା ଗମ୍ଭୀର ସ୍ଥିତି ରୁ ହାର ମାନି ଆତ୍ମସମର୍ପଣ କଥା କହି ନାହାନ୍ତି। କିଛି ଦିନ ପୂର୍ବରୁ ହେଇଥିବା ଗୋଟିଏ ପ୍ରେସ କୋଂଫେରେନ୍ସରେ କୋନତେ କହିଛନ୍ତି ଯେ ଏହି ବିପଦ ସମୟରେ ସରକାର ଦେଶ ସହିତ ଛିଡ଼ା ଅଛନ୍ତି ଏବଂ ସବୁ ସମ୍ଭବ ପଦକ୍ଷେପ ନେବେ। ପୋଷ୍ଟରେ କରା ଯାଇଥିବା ଦାବି ଯେ ଇଟାଲୀ କୋରୋନା ରୁ ହାର ମାନି ଆତ୍ମସମର୍ପଣ କରିବା କଥା ସମ୍ପୂର୍ଣ ଭାବେ ମିଥ୍ୟା। 

Avatar

Title:କ’ଣ କୋରୋନା ଆଗରେ ଇଟାଲୀ କଲା ଆତ୍ମାସମର୍ପଣ? କ’ଣ ଇଟାଲୀ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବର୍ତମାନ କେବଳ ଭଗବାନ ରକ୍ଷା କରି ପାରିବେ? ଜାଣନ୍ତୁ ସତ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *