
କିଛି ଝିଅ ମାନେ ପୁଅ ମାନଙ୍କ ଏକ ଦଳକୁ ମାଡ ମାରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ଏହି ଭିଡିଓ ଫ୍ରାନ୍ସ ଦେଶର ଅଟେ ଯେଉଁଠାରେ କିଛି ହମାସ୍ ସମର୍ଥକ ମାନେ ଇସ୍ରାଏଲି ଝିଅ ମାନଙ୍କ ସହିତ ଦୁର୍ବ୍ୟବହାର କରିଥିଲେ। ଏହା ପରେ ଝଗଡା ସୃଷ୍ଟି ହୋଇଥିଲା।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଏକ ନାଟକର ଭିଡିଓ ଅଟେ ଯାହା ଅସଲି ଘଟଣା ନୁହେଁ।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ, “ଫ୍ରାନ୍ସରୁ ଏହି ଭିଡିଓଟି ଭାଇରାଲ ହେଉଛି। ସୂଚନା ଅନୁସାରେ, ୩ ଜଣ ଇସ୍ରାଏଲ ଝିଅ ୧୦ ଜଣ ଆରବୀ ମାତାଲଙ୍କୁ ସାଇଜ୍ କରୁଛନ୍ତି।”
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ କ୍ୟାମ୍ପସ୍ ୟୁନିଭର୍ସ କ୍ୟାସକେଡ୍ ନାମକ ଇଂଷ୍ଟାଗ୍ରାମ୍ ଏକାଉଣ୍ଟରେ ପୋଷ୍ଟ ହେଇଥିବା ମିଳିଲା। ଏହି ପୋଷ୍ଟରେ କିଛି ଲୋକେ କମେଣ୍ଟ୍ କରିଛନ୍ତି ଯେ ଏହା ଗୋଟିଏ ସ୍କ୍ରିପ୍ଟେଡ ଭିଡିଓ ଅଟେ ଏବଂ ଏହା ଏକ ସତ୍ୟ ଘଟଣା ନୁହେଁ।

ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲା ପରେ ଆମକୁ ବିବିସି ସାମ୍ବାଦିକ ଶାୟାନ ସର୍ଦାରିଜାଦେହଙ୍କ ଏକ ଟୁଇଟ ମିଳିଲା। ସେ ସ୍ପଷ୍ଟ କରିଛନ୍ତି ଯେ ଏହି ଭିଡିଓ ଇନଷ୍ଟାଗ୍ରାମରେ କ୍ୟାମ୍ପସ୍ ୟୁନିଭର୍ସେଲ କାସ୍କେଡସ୍ (CUC) ଦ୍ୱାରା ପୋଷ୍ଟ କରାଯାଇଥିବା ଏକ ପ୍ରମୋସନାଲ ଭିଡିଓ ଅଟେ, ଯାହା ଷ୍ଟନ୍ଟ କଳାକାରଙ୍କ ଦ୍ଵାରା ଅଭିନୟକୁ ଦର୍ଶାଉଛି। ଏହି ଭିଡିଓଟି ପ୍ରକୃତ ଘଟଣା ନୁହେଁ ବରଂ ଏକ କୋରିଓଗ୍ରାଫ୍ ଭିଡିଓ ଅଟେ।
ନିମ୍ନରେ ଫ୍ରାନ୍ସର ବୃତ୍ତିଗତ ତାଲିମ କେନ୍ଦ୍ର କ୍ୟାମ୍ପସ୍ ୟୁନିଭର୍ସ କାସ୍କେଡସ୍ (CUC) ର ସବିଶେଷ ବିବରଣୀ ଦିଆଯାଇଛି। ପ୍ୟାରିସରେ ୨୦୦୮ ରେ ପ୍ରତିଷ୍ଠିତ ‘କ୍ୟାମ୍ପସ୍ ୟୁନିଭର୍ସ କାସ୍କେଡସ୍’ ହେଉଛି ଏକ ପ୍ରଶିକ୍ଷଣ କେନ୍ଦ୍ର ଯେଉଁଠାରେ ସିନେମା ଏବଂ ମନୋରଞ୍ଜନ ପାଇଁ ଷ୍ଟଣ୍ଟ ଶିକ୍ଷା ଦିଆଯାଏ।

ଏହା ପରେ ଆମେ କ୍ୟାମ୍ପସ୍ ୟୁନିଭର୍ସ କାସ୍କେଡସ୍ ସହିତ ଯୋଗାଯୋଗ କରିଲୁ। ସେମାନେ ଆମକୁ ସ୍ପଷ୍ଟ କରିଲେ ଯେ ଭାଇରାଲ ଭିଡିଓ ତାଙ୍କ ଦ୍ଵାରସା ସୃଷ୍ଟି କରା ଯାଇଛି। ଏହା ଏକ ଷ୍ଟନ୍ଟ ଭିଡିଓ ଅଟେ ଯାହା ସ୍କ୍ରିପ୍ଟ ଅନୁଯାୟୀ ଅଭିନୟ କରା ଯାଇଥିଲା। ଏହା ବାସ୍ତବିକ ଘଟଣା ନୁହେଁ ଏବଂ ଭାଇରାଲ ଦାବି ମିଥ୍ୟା ଅଟେ।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଏହା ଗୋଟିଏ ସ୍କ୍ରିପ୍ଟ ଭିଡିଓ ଅଟେ ଯାହା ଅସଲି ଘଟଣା ନୁହେଁ। ଏଥିରେ ଥିବା ସମସ୍ତ ବ୍ୟକ୍ତି ଅଭିନୟ କରୁଛନ୍ତି।

Title:କ’ଣ ଏହି ଭିଡିଓରେ ଇସ୍ରାଏଲି ମଭିଲା ମାନେ କିଛି ମୁସ୍ଲିମ ସମ୍ପ୍ରଦାୟ ଲୋକଙ୍କୁ ଫ୍ରାନ୍ସରେ ମାରୁଛନ୍ତି? ଜାଣନ୍ତୁ ସତ୍ୟ।
Written By: Siddharth SahuResult: False
