କ’ଣ ଭିଡିଓରେ ଜଣେ ବିଜେପି ମୁଖପାତ୍ର ନିଜ ପାର୍ଟି ବିରୁଦ୍ଧରେ କହୁଛନ୍ତି ଯେ ବିଜେପି ଏବଂ ଆରଏସଏସ ହିନ୍ଦୁ ନୁହଁନ୍ତି? ଜାଣନ୍ତୁ ସତ୍ୟ। 

Misleading Political

ବର୍ତ୍ତମାନ ସୋସିଆଲ ମିଡିଆରେ ଜଣେ ବ୍ୟକ୍ତିଙ୍କର ଏକ ସାମ୍ବାଦିକ ସମ୍ମିଳନୀର ଭିଡିଓ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ସେ ବିଜେପି ଏବଂ ଆରଏସଏସ ବିରୁଦ୍ଧରେ ମନ୍ତବ୍ୟ ଦେଉଥିବା ଦେଖିବାକୁ ମିଳିଛି। ଦାବି କରା ଯାଉଛି ଯେ ଏହି ବ୍ୟକ୍ତି ହେଉଛନ୍ତି ବିଜେପି ମୁଖପାତ୍ର। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ପାଇଲା। ଭିଡିଓରେ ଥିବା ବ୍ୟକ୍ତି ହେଉଛନ୍ତି ଶେହଜାଦ ପୁନାୱାଲା। ଏହା ୭ ବର୍ଷ ପୁରୁଣା ଭିଡିଓ ଯେତେବେଳେ ସେ କଂଗ୍ରେସ ଦଳରେ ଥିଲେ। 

କ’ଣ ଦାବି କରା ଯାଇଛି ପୋଷ୍ଟରେ?

ଭିଡିଓ ସେୟାର କରି ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଦାବି କରୁଛନ୍ତି, “BJP ମୁଖପାତ୍ର ହିଁ BJP ର ମୁଖା ଖୋଲିଦେଲେ। RSS ଓ BJP ହିନ୍ଦୁ ଧର୍ମର ଠିକାଦାର ନୁହଁନ୍ତି। ଏମାନେ ହିନ୍ଦୁତ୍ବ ନାଁ ରେ ଘୃଣା ଓ ହିଂସା ବାଣ୍ଟୁଛନ୍ତି

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ନ୍ୟୁଜ୍ ଲଣ୍ଡରୀର ୟୁଟ୍ୟୁବ ଚ୍ୟାନାଲରେ ୧୪ ମାର୍ଚ୍ଚ ୨୦୧୭ ରେ ଅପ୍ଲୋଡ ହେଇଥିବା ମିଳିଲା। ଏହି ଭିଡିଓରେ ଶେହଜାଦ ପୁନାୱାଲା ଏବନ କହ୍ନୟା କୁମାର ଭାରତରେ ଡେମୋଗ୍ରାଫିକ୍ ଡିଭିଡେଣ୍ଡ ଏବଂ ରାଜନୀତିର ଭବିଷ୍ୟତ ବିଷୟରେ ଆଲୋଚନା କରୁଛନ୍ତି। 

ଭିଡିଓରେ ଆଲୋଚନା ଆରମ୍ଭରେ, ମୋଡରେଟର୍ ଶେହଜାଦ ପୁନାୱାଲାଙ୍କୁ ୩.୨୩ ମିନିଟରେ କଂଗ୍ରେସର ଜଣେ ବ୍ୟକ୍ତି ଭାବରେ ପରିଚିତ କରାଇଥିଲେ।

ଭିଡିଓର ୭.୧୯ ମିନିଟ ସମୟରେ ଶେହଜାଦ ପୁନାୱାଲାଙ୍କୁ କହୁଥିବା ଶୁଣିବାକୁ ମିଳିଲା। ସେ କହିଛନ୍ତି, “ପ୍ରଥମେ ଆମକୁ ବୁଝିବାକୁ ହେବ ଯେ ବିଜେପି ଏବଂ ଆରଏସଏସ କାହିଁକି ମାନବବାଦୀ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରୁଛନ୍ତି? ବିଜେପି ଏବଂ ଆରଏସଏସ ହିନ୍ଦୁ ନୁହଁନ୍ତି, ସେମାନେ କେବଳ ନାଟକ କରନ୍ତି। ମୋଦୀ ଜୀ ଆଜି ପର୍ଯ୍ୟନ୍ତ ଚାରଦାମଙ୍କୁ ତୀର୍ଥଯାତ୍ରା କରିନାହାଁନ୍ତି। ଅନ୍ୟ ପକ୍ଷରେ ଦିଗବିଜୟ ସିଂ ଅଧିକ ହିନ୍ଦୁ ଅଟନ୍ତି। ସେ ସନାତନ ଧର୍ମରେ ଜଣେ ଦୃଢ ବିଶ୍ଵାସୀ ଏବଂ ସକାଳୁ ଉଠି ପୂଜାପାଠ କରନ୍ତି। ମନୋଜ ଭୋଇ ଏବଂ କହ୍ନୟା (ବିଜେପି ଏବଂ ଆରଏସଏସ) ଅପେକ୍ଷା ଅଧିକ ହିନ୍ଦୁ ଅଟନ୍ତି।

ନଭେମ୍ବର-ଡିସେମ୍ବର ୨୦୧୭ ରେ ରାହୁଲ ଗାନ୍ଧୀଙ୍କୁ କଂଗ୍ରେସ ସଭାପତି ଭାବରେ ଚୟନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ସେତେବେଳେ ପୁନାୱାଲା କଂଗ୍ରେସର ସାଂଗଠନିକ ନିର୍ବାଚନକୁ ବିରୋଧ କରି ସେମାନଙ୍କୁ ‘ରାଜବଂଶର ଦଳ’ ବୋଲି କହିଥିଲେ। ଆପଣ ଏହି ବିଷୟରେ ଏଠାରେ ଏବଂ ଏଠାରେ ଅଧିକ ପଢି ପାରିବେ।

ଏହି ଘଟଣା ପରେ ସେ ବିଜେପିରେ ଯୋଗ ଦେଇଥିଲେ ଏବଂ ମୁଖପାତ୍ର ଭାବରେ ନିଯୁକ୍ତ ହୋଇଥିଲେ। ୨୦୨୧ ମସିହାରେ ତାଙ୍କୁ ଜାତୀୟ ରାଜଧାନୀ ପାଇଁ ବିଜେପିର ସୋସିଆଲ ମିଡିଆ ୱିଙ୍ଗର ଦାୟିତ୍ୱ ମଧ୍ୟ ଦିଆଯାଇଥିଲା। ଏଠାରେ ଅଧିକ ସୂଚନା ପଢନ୍ତୁ। 

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ବିଭ୍ରାନ୍ତକାରୀ ଅଟେ। ଭିଡିଓ ଟି ୭ ବର୍ଷ ପୁରୁଣା ଅଟେ ଯେତେବେଳେ ଶେହଜାଦ ପୁନାୱାଲା କଂଗ୍ରେସ ଦଳରେ ଥିଲେ। ସେ ୨୦୨୧ ମସିହାରେ ବିଜେପି ରେ ଯୋଗ ଦେଲେ। 

Avatar

Title:କ’ଣ ଭିଡିଓରେ ଜଣେ ବିଜେପି ମୁଖପାତ୍ର ନିଜ ପାର୍ଟି ବିରୁଦ୍ଧରେ କହୁଛନ୍ତି ଯେ ବିଜେପି ଏବଂ ଆରଏସଏସ ହିନ୍ଦୁ ନୁହଁନ୍ତି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: Misleading

Leave a Reply

Your email address will not be published. Required fields are marked *