
କୋରୋନା ସଂକ୍ରମଣ ପାଇଁ ସାରା ବିଶ୍ୱ ଚିନ୍ତାରେ ଅଛି। କୋରୋନା ସଂକ୍ରମଣ ରୋକିବା ପାଇଁ ସରକାର ଲକଡାଉନ କରିଛନ୍ତି। ଏହା ସହ ଲୋକଙ୍କୁ ସଚେତନ କରିବା ପାଇଁ ପଦକ୍ଷପ ମଧ୍ୟ ନେଉଛନ୍ତି। ଏଥି ମଧ୍ୟରେ 24 ଏପ୍ରିଲରେ ଦିଲ୍ଲୀପ ପାଟକୁରା ନିର୍ବାଚନ ମଣ୍ଡଳି ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଜଣେ କନେଷ୍ଟବଳ କର୍ମଚାରି ଦୌଡ଼ି ଦୌଡ଼ି ଆସୁଛନ୍ତି ଏବଂ ଛିଙ୍କିବା ଆରମ୍ଭ କରି ଦେଉଛନ୍ତି। ଦାବି କରାଯାଇଛି ଯେ, କନେଷ୍ଟବଳ କୋରୋନା ସଂକ୍ରମଣରେ ସଂକ୍ରମିତ ହୋଇଛନ୍ତି। ସେଥିପାଇଁ ଏପରି ବ୍ୟବହାର କରୁଛନ୍ତି। ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, ହାଜିପୁର ଜେଲ ର କନେଷ୍ଟବଳ ଙ୍କର ଅବସ୍ଥା ଦେଖନ୍ତୁ।ଯେଉଁମାନେ କୋରୋନା ଭାଇରସ୍ କୁ ହେୟ ମନେକରୁଛନ୍ତି ସେଇମାନେ ଟିକେ ଧ୍ୟାନ ଦିଅନ୍ତୁ। କୋରୋନା କୁ ନେଇ ଆମ ସରକାର ଏତେ ପ୍ରତିବନ୍ଧକ କରିଲା ପରେ ମଧ୍ୟ ଲୋକମାନେ ନିୟମ ମାନୁନାହାନ୍ତି, ବିନା କାରଣରେ ଘରୁ ବାହାରକୁ ଯାଉଛନ୍ତି,ପ୍ରତ୍ୟକ ଦିନ ମାର୍କେଟରେ ଏତେ ଭିଡ କଣପାଇଁ କରୁଛନ୍ତି ଆପଣମାନେ?କଣ ଏମିତି ବିପଦ ସମୟରେ ଆମେ ସପ୍ତାହରେ ଗୋଟିଏ ଦିନ ମାର୍କେଟ ଗଲେ ଚଳନ୍ତା ନାହିଁକି ?ଆମମାନଙ୍କ ସୁରକ୍ଷା ଦେବାକୁ ଯାଇଁ ଆମ ପୋଲିସ ଭାଇମାନଙ୍କୁ ଆଜି ଏ ଅବସ୍ତା ଭୋଗିବାକୁ ପଡୁଛି। ସମସ୍ତଙ୍କୁ ଅନୁରୋଧ ଘରେ ରହି ନିଜେ ସୁରକ୍ଷିତ ରୁହନ୍ତୁ ଏବଂ ଅନ୍ୟମାନଙ୍କୁ ମଧ୍ୟ ସୁରକ୍ଷିତ ରହିବାକୁ ଦିଅନ୍ତୁ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 150 ଥର ସେୟାର କରାଯାଇଛି। ଏହା ସହ ପୋଷ୍ଟକୁ 13 କମେଣ୍ଟ ଏବଂ 140 ଲାଇକ୍ ମିଳିଛି। ତଳେ ଲିଙ୍କ ଦେଖନ୍ତୁ।
ତେବେ କଣ ଭାଇରାଲ ଭିଡିଓରେ କନେଷ୍ଟବଳ କୋରୋନା ସଂକ୍ରମିତ ହୋଇଥିବାରୁ ଏପରି ହେଉଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଆମ ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ପ୍ରଥମେ ଭାଇରାଲ ଭିଡିଓକୁ ଇନବିଡ଼ରେ ପକାଇ ରିଭର୍ସ ଇମେଜ କରି ଫୋଟୋରେ ଭାଙ୍ଗିଲୁ। ଏହା ପରେ ଫୋଟୋ ମଧ୍ୟରୁ କିଛି ଫୋଟୋକୁ ଗୁଗୁଲରେ ରିଭର୍ସ ଇମେଜ କରିଲୁ। ସର୍ଚରେ ଆମକୁ Activistved ୟୁଟ୍ୟୁବ ଚ୍ୟାନେଲରେ ଭାଇରାଲ ଭିଡ଼ିଓ ମିଳିଲା। ଭିଡ଼ିଓଟି 13 ଏପ୍ରିଲରେ ଅପଲୋଡ୍ କରାଯାଇଥିଲା। ଖବର ଅନୁସାରେ ଏହା ଏକ ମକ୍ ଡ୍ରିଲ ଭିଡ଼ିଓ ଅଟେ। ୟୁଟ୍ୟୁବ ଭିଡିଓଗୁଡିକର ଟାଇଟଲରେ ଉଲ୍ଲେଖ କରାଯାଇଛି ଯେ ଏହା ହାଜିପୁର ଜେଲରେ ମକ୍ ଡ୍ରିଲ୍ ଭିଡ଼ିଓ ଅଟେ। ତଳେ ପୋଷ୍ଟ ଦେଖନ୍ତୁ।
ଏହା ପରେ ଆମକୁ ଭାଇରାଲ ଭିଡ଼ିଓ Vaishali news ନାମକ ୟୁଟ୍ୟୁବ ଚ୍ୟାନେଲରେ ମିଳିଲା। 12 ଏପ୍ରିଲରେ ଭିଡ଼ିଓ ଅପଲୋଡେ କରାଯାଇଥିଲା। ଭିଡ଼ିଓର ଶିର୍ଷକରେ ଲେଖା ଯାଇଛି ଯେ, ବିହାରର ହାଜିପୁର ଜିଲ୍ଲାରେ କୋରୋନା ସଂକ୍ରମିତ ଲୋକଙ୍କୁ କିପରି ନିୟନ୍ତ୍ରଣ କରାଯିବ ତାକୁ ନେଇ ମକ୍ ଡ୍ରିଲ ପ୍ରସ୍ତୁତ କରାଯାଇଛି। ଏଥିରୁ ସ୍ପଷ୍ଟ ହେଇଛି ଯେ, ଭାଇରାଲ ଭିଡ଼ିଓରେ ଥିବା କନେଷ୍ଟବଳ କୋରୋନା ସଂକ୍ରମିତ ନାହାନ୍ତି। ଭାଇରାଲ ଭିଡ଼ିଓ ଏକ ମକ୍ ଡ୍ରିଲ ଅଟେ। ତଳେ ଭିଡ଼ିଓ ଦେଖନ୍ତୁ।
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ଭାଇରାଲ ଭିଡ଼ିଓରେ ପୋଲିସ କର୍ମି କୋରୋନା ସଂକ୍ରମଣରେ ସଂକ୍ରମିତ ନାହାନ୍ତି। ଭାଇରାଲ ଭିଡ଼ିଓ ବିହାରର ହାଜିପୁର ଜିଲାରେ କୋରୋନା ସଂକ୍ରମିତ ଲୋକଙ୍କୁ କିପରି ନିୟନ୍ତ୍ରଣ କରାଯିବ ତାକୁ ନେଇ ମକ୍ ଡ୍ରିଲ ପ୍ରସ୍ତୁତି ଭିଡ଼ିଓ ଅଟେ।

Title:ବିହାର ହାଜିପୁର ଜେଲ ମକ୍ ଡ୍ରିଲରେ ପୋଲିସ କର୍ମି ଅସୁସ୍ଥ ହେବାର ଅଭିନୟକୁ କୋରୋନା ରୋଗୀ ଦାବିରେ ଭାଇରାଲ କରାଯାଉଛି।
Fact Check By: Saritadevi SamalResult: False