ଇସଲାମାବାଦ ଏବଂ ଲାହୋରରେ ହେଇଥିବା ଆକ୍ରମଣ ଦାବିରେ ଭାଇରାଲ ହେଉଥିବା ଭିଡିଓ ପୁରୁଣା ଅଟେ। 

False Satyameva Jayate

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଶୀର୍ଷରେ ପହଞ୍ଚିଛି। ପାକିସ୍ତାନ ପକ୍ଷରୁ ନିରନ୍ତର ଉତ୍ତେଜନାମୂଳକ କାର୍ଯ୍ୟ କରାଯାଉଛି। ଏହା ସୀମାବର୍ତ୍ତୀ ଅଞ୍ଚଳରେ ନିରନ୍ତର ପ୍ରବଳ ଗୁଳିମାଡ଼, ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ କରୁଛି, ଯାହାକୁ ଭାରତୀୟ ସେନା ବିଫଳ କରୁଛି। ଏହି ସମୟରେ, ରାତିରେ ରାସ୍ତାରେ ଏକ ବଡ଼ ଅଗ୍ନିକାଣ୍ଡର ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଉଛି। ଭିଡିଓଟି ଦୁଇ ଦେଶ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଭାରତୀୟ ସେନା ଦ୍ୱାରା ପାକିସ୍ତାନରେ ହୋଇଥିବା ଆକ୍ରମଣର ଦାବି ସହିତ ସେୟାର କରାଯାଉଛି।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ନୁର ଖାଁନ ଏୟାରବେସ୍ ନିକଟରେ ଗ୍ୟାସ ଟେଙ୍କର ରେ ବିସ୍ଫୋରଣ ହେଇଥିବାର ପୁରୁଣା ଭିଡିଓକୁ ଭାରତ ଦ୍ଵାରା ପାକିସ୍ତାନ ଉପରେ ଆକ୍ରମଣର ଦୃଶ୍ୟ ବୋଲି ଦାବି କରା ଯାଉଛି। 

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ୟେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ସମାନ ଭିଡିଓ ୭ ଡିସେମ୍ବର ୨୦୨୩ ରେ ଏକ ୟୁଟ୍ୟୁବ ଚ୍ୟାନାଲରେ ଅପ୍ଲୋଡ ହେଇଥିବା ମିଳିଲା। ଏହା ଦ୍ଵାରା ସ୍ପଷ୍ଟ ହେଲା ଯେ ଭାଇରାଲ ଭିଡିଓ ଭାରତ-ପାକିସ୍ତାନ ମଧ୍ୟରେ ଚାଲୁଥିବା ଯୁଧ୍ୟର ଘଟଣା ନୁହେଁ। 

ସୂଚନା ଅନୁଯାୟୀ, ଏହା ନୁର ଖାନ ଏୟାରବେସ ନିକଟରେ ଏକ ଟ୍ୟାଙ୍କର୍ ଧକ୍କା ସହିତ ଜଡିତ ଦୁର୍ଘଟଣା। 

ଏହା ବ୍ଯତୀତ ଆମକୁ ସମାନ ଭିଡିଓ ଏକ ଫେସବୁକ ପେଜରେ ମଧ୍ୟ ପୋଷ୍ଟ ହେଇଥିବା ମିଳିଲା। ଏଥିରେ ମଧ୍ୟ ଭିଡିଓ ଟି ୭ ଡିସେମ୍ବର ୨୦୨୩ ରେ ଅପ୍ଲୋଡ କରା ଯାଇଥିଲା। ଏହା ସହିତ ସୂଚନା ଦିଆଯାଇଛି – “ନୁର ଖାନ ଏୟାରବେସ୍ – ପୁରୁଣା ବିମାନବନ୍ଦର ସମ୍ମୁଖରେ ଟ୍ୟାଙ୍କର୍ ଧକ୍କା ହୋଇଥିଲା। ସବୁଠି ନିଆଁ ଲାଗିଛି।

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରେ ଭାଇରାଲ ଦାବି ମିଥ୍ୟା ପ୍ରମାଣିତ ହେଇଛି। ନୁର ଖାଁନ ଏୟାରବେସ୍ ନିକଟରେ ଗ୍ୟାସ ଟେଙ୍କର ରେ ବିସ୍ଫୋରଣ ହେଇଥିବାର ପୁରୁଣା ଭିଡିଓକୁ ଭାରତ ଦ୍ଵାରା ପାକିସ୍ତାନ ଉପରେ ଆକ୍ରମଣର ଦୃଶ୍ୟ ବୋଲି ଦାବି କରା ଯାଉଛି। 

Avatar

Title:ଇସଲାମାବାଦ ଏବଂ ଲାହୋରରେ ହେଇଥିବା ଆକ୍ରମଣ ଦାବିରେ ଭାଇରାଲ ହେଉଥିବା ଭିଡିଓ ପୁରୁଣା ଅଟେ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *