
Photo Credit: Livemint
୧ ମେ ରେ ଓଡ଼ିଶା ଏକ୍ସକ୍ଲୁସିଭ ନାମକ ପେଜରେ ଗୋଟିଏ ଭିଡିଓ ପୋଷ୍ଟ କରି ଏହା କୁହା ଯାଇଅଛି ଯେ ମାହାମାରୀ ସମୟରେ ପୁଅ କୁ ଟିଉସନ ପଠେଇଲେ ବୋଲି ସେହି ପୁଅ ନିଜ ଘରକୁ ପୋଲିସ ଡାକି ଆଣିଲା। ଏହି ପୋଷ୍ଟରେ ଏହା ମଧ୍ୟ ଦାବି କରା ଯାଇଅଛି ଯେ ଏହି ଭିଡିଓ ପାକିସ୍ତାନ ଦେଶର। ଏହି ଭିଡିଓରେ ଆମେ ଦେଖି ପାରିବା ଯେ ଗୋଟିଏ ପିଲା ପୋଲିସକୁ ନିଜ ଘରକୁ ଡାକି ନେଉଛି। ଘରେ ପହଞ୍ଚିଲା ପରେ ପୋଲିସ ଘର ଦ୍ଵାର ବାଡେଇ ଘର ଲୋକଙ୍କୁ ଡାକି ତାଙ୍କ ସହ କଥା ହେଉଛନ୍ତି। ଟାକ କଥାରୁ ମଧ୍ୟ ଏହା ସ୍ପଷ୍ଟ ହେଇଛି ଯେ ପୋଲିସ ଘର ଲୋକଙ୍କୁ ଚୋଟ ପିଲା କୁ ଟିୟୁସନ ପଠାଇବା କଥା କୁ ନେଇ କିଛି କହୁଛନ୍ତି।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ଆମେ ଏହା ଖୋଜି ବାହାର କରିଲୁ ଯେ ଏହି ଭିଡିଓ ପ୍ରକୃତରେ କେଉଁ ଦେଶର। ଆମ ଅନୁସନ୍ଧାନରେ ଆମେ ପ୍ରଥମେ ଏହି ଭିଡିଓ କୁ ଇନଭିଡ ଗୁଗୁଲ କ୍ରୋମ ଏକ୍ସଟେନସନ ଟୁଲ ସାହାଜ୍ଯତାରେ ଏହି ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ରିଭର୍ସ ଇମେଜ ସର୍ଚ କରିଲୁ। ରିଭର୍ସ ଇମେଜ ସର୍ଚ କରିଲା ପରେ ଆମକୁ ପୋଷ୍ଟ କର ଯାଇଥିବା ଭିଡିଓ ବିଷୟରେ କିଛି ତଥ୍ୟ ମିଳିଲା।
୨୬ ଏପ୍ରିଲ ରେ ନ୍ୟୁଜ ୧୮ ପତ୍ରିକାରେ ପ୍ରକାଶିତ ହେଇ ଥିବା ଗୋଟିଏ ଅନୁଛେଦରେ ଏହା ଲେଖା ଯାଇଅଛି ଯେ ପଞ୍ଜାବ ରାଜ୍ୟର ଗୁରୁଦାସପୁର ଜିଲାର ଗୋଟିଏ ପିଲା କୁ ତା ଘର ଲୋକେ ଏବଂ ତାହାର ଅଧ୍ୟାପକ ତାକୁ ଟିୟୁସନ ଯିବା ପାଇଁ ବାଧ୍ୟ କରିଥିବାରୁ ସେ ଘରକୁ ପୋଲିସ ଡାକି ଆଣି ଥିଲା। ଦେଶରେ କୋରୋନା ଭାଇରସ ବ୍ୟାପୁ ଥିବା ରୁ ତାଲାବନ୍ଦ ଲାଗୁ କରା ଯାଇଅଛି ଏବଂ ଲୋକଙ୍କୁ ଘରୁ ବାହାରିବାକୁ ମନା କରା ଯାଇଅଛି ଓ ସାମାଜିକ ଦୂରତା ପାଳନ କରିବା ଆଦେଶ ମଧ୍ୟ ଦିଆ ଯାଇଅଛି। ଏହି ଭିଡିଓରେ ପିଲା ଟି ପୋଲିସକୁ ନିଜ ଘର କୁ ଡାକି ଆଣିବା ଦେଖିବାକୁ ମିଳିଛି।
୨୬ ଏପ୍ରିଲରେ ପି.ଟି.ଭି ନ୍ୟୁଜ ଅନଲାଇନ ନାମକ ୟୁଟ୍ୟୁବ ଛେନାଲରେ ଏହି ଘଟନାର ପୁରା ଭିଡିଓ ପୋଷ୍ଟ କରା ଯାଇଅଛି। ଏହି ଭିଡିଓରେ ଏଖିବାକୁ ମିଳିଛି ଯେ ପୋଲିସ ରାସ୍ତାରେ ଗୋଟିଏ ବ୍ୟକ୍ତିଙ୍କ ସହିତ ପଚରାଉଚରା କରୁଛି। ପୋଲିସ ପଚାରୁଛି ଯେ ଯେତେବେଳେ ସ୍କୁଲ ଏବଂ କଲେଜ ବନ୍ଦ କରା ଯାଇଅଛି ତ ପିଲା କୁ ଟିୟୁସାନ କାହିଁକି ପଠାଉଛନ୍ତି। ଯେତେବେଳେ ଲୋକଙ୍କୁ ଏକାଠି ହେବା ମନା କରା ଯାଇଅଛି ଏବଂ ଘରୁ ବାହାରିବା ପାଇଁ ମନା କରା ଯାଇଅଛି ସେତେବେଳେ ତୁମେ କେଉଁ ଭାବେ ଟିୟୁସନ ସେଣ୍ଟର ଖୋଲା ରଖିଛ। ପୋଲିସ କହୁଛନ୍ତି ଯେ ଆମେ ଏତେ ପରିଶ୍ରମ କରି ଜଗୁଛୁ ଯେ କେହି ଲୋକ ଘରୁ ବାହାରନ୍ତୁ ନାହିଁ କିନ୍ତୁ ତୁମେ ଏପରି ଟିୟୁସନ ସେଣ୍ଟର ଚଲଉଛ।
ଏହି ଘଟଣାକୁ ନେଇ ବିଜେପି ଲିଡର ସମ୍ବିତ ପାତ୍ର ମଧ୍ୟ ୩୦ ଏପ୍ରିଲ ରେ ଟୁଇଟ କରି କହିଛନ୍ତି ଯେ ଯେଉଁ କଥା ବୟସ୍କ ଲୋକେ ବୁଝି ପାରିଲେଣି, ସେହି କଥା ଏହି ପିଲା ବୁଝି ଗଲା।
ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଜାଣିବାକୁ ପାଇଲୁ ଯେ ଏହି ଘଟଣା ପାକିସ୍ତାନର ନୁହେଁ, ଏହା ପଞ୍ଜାବ ର ଗୁରଦାସପୁର ଜିଲାର ଅଟେ। ଏହି ଭିଡିଓର ପାକିସ୍ତାନ ସହିତ କୌଣସି ସମ୍ବନ୍ଧ ନାହିଁ।

Title:କ’ଣ ତାଲାବନ୍ଦ ସମୟରେ ପାକିସ୍ତାନର ଗୋଟିଏ ପରିବାର ନିଜ ପିଲାକୁ ଟିୟୁସନ ପଠେଇଲେ ବୋଲି ସେ ପିଲା ଘରକୁ ପୁଲିସ ଡାକି ଆଣିଲା? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False