କ’ଣ ଫୋଟୋରେ ହେଲିକପ୍ଟରଟି ଉତ୍ତରାଖଣ୍ଡ ଭୂଷ୍କଳନ ଉଦ୍ଧାର କାର୍ଯ୍ୟ ପାଇଁ ଏକ ଜେସିବି କୁ ନେଉଛି? ଜାଣନ୍ତୁ ସତ୍ୟତା। 

Altered Social

ବର୍ତ୍ତମାନ ସୋସିଆଲ ମିଡିଆରେ ଉତ୍ତରକାଶୀର ଏକ ଫୋଟୋରେ ଗୋଟିଏ ହେଲିକପ୍ଟର ଜେସିବି କୁ ଉଠେଇ ନେଉଥିବା ନଜର ଆସିଛି। ସୋସିଆଲ ମିଡିଆ ୟୁଜର ମାନେ ଦାବି କରୁଛନ୍ତି ଯେ ନିକଟରେ ଉତ୍ତରାଖଣ୍ଡର ଉତ୍ତରକାଶୀରେ ଭୂଷ୍କଳନ ହେବା ପରେ ଉଦ୍ଧାର କାର୍ଯ୍ୟ ପାଇଁ ଏହି ହେଲିକପ୍ଟରଟି ଏକ ଜେସିବି କୁ ନେଉଛି।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଏକ ଏଡିଟେଡ୍ ଫୋଟୋ

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଫୋଟୋ ସେୟାର କରି ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, “ଏଇ ଫଟୋ ରେ ଦେଖ ଆର୍ମି ହେଲିକାପଟର ଦ୍ୱାରା ଜେସିବି ମେସିନକୁ ନିଆଯାଉଛି, ଉତ୍ତରାଖଣ୍ଡ ରେ ହୋଇଥିବା ଭୂଷ୍କଳନ ଯୋଗୁଁ ରାସ୍ତା ବନ୍ଦ ହେଇଯାଇଥିବାରୁ ଆକାଶ ମାର୍ଗ ରେ ଜେସିବି ନିଆଗଲା”

Facebook | Archive

ଆମ ଅନୁସନ୍ଧାନ: 

ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିବା ପରେ ଆମେ ଜାଣିବାକୁ ପାଇଲୁ ଯେ ଭାରତୀୟ ବାୟୁସେନା (IAF) ଉତ୍ତରକାଶୀ ଜିଲ୍ଲାର ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ କରିବା ପାଇଁ ଚିନୁକ୍ ହେଲିକପ୍ଟରଗୁଡ଼ିକୁ ନିୟୋଜିତ କରିଥିଲା, କାରଣ ଧରାସୁ ଅଞ୍ଚଳ ନିକଟରେ ଏକ ପ୍ଭୂସ୍ଖଳନ ଯୋଗୁଁ ଅନେକ ଲୋକ ଫସି ରହିଥିଲେ। 

ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିବା ପରେ ଆମକୁ ଏକ ଫୋଟୋ Z News ୱେବସାଇଟରେ ୬ ମଇ ୨୦୨୨ ରେ ପ୍ରକାଶିତ ହେଇଥିବା ମିଳିଲା। କିନ୍ତୁ ଏହି ଫୋଟୋରେ ହେଲିକପ୍ଟର ଜେସିବି ନୁହେଁ ଏକ ତୋପ ନେଉଛି। 

ଅଧିକ ତଦନ୍ତ ପରେ ଆମେ ୫ ଅଗଷ୍ଟ ୨୦୨୫ ରେ ହିନ୍ଦୁସ୍ତାନ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ପାଇଲୁ ଯେଉଁଥିରେ ଭାଇରାଲ୍ ଫଟୋରେ ଦେଖାଯାଇଥିବା ଫଟୋ ସହିତ ସମାନ ସ୍ଥାନର ଏକ ଚିତ୍ର ଥିଲା। ରିପୋର୍ଟ ଅନୁସାରେ, ଏହି ସ୍ଥାନ ବନ୍ୟା ପରେ ଧରାଳି ବଜାର ଅଞ୍ଚଳର ଦୃଶ୍ୟ ଅଟେ।

ନିମ୍ନରେ ଆପଣ ମାନେ ଦୁଇଟି ଫୋଟୋର ତୁଳନା ଦେଖି ପାରିବେ। 

ଏହା ବ୍ୟତୀତ, ଉତ୍ତରାଖଣ୍ଡ ପୋଲିସ ସେମାନଙ୍କର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଭାଇରାଲ୍ ଦାବିକୁ ଖଣ୍ଡନ କରିଛି। ସେମାନେ ଭାଇରାଲ୍ ଫଟୋଟି ନକଲି ବୋଲି ଉଲ୍ଲେଖ କରିଛନ୍ତି।

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଏହା ଏକ ଏଡିଟେଡ୍ ଫୋଟୋ ଯାହାକୁ ମିଥ୍ୟା ଦାବି ସହିତ ସୋସିଆଲ ମିଡିଆରେ ସେୟାର କରା ଯାଉଛି।

Avatar

Title:କ’ଣ ଫୋଟୋରେ ହେଲିକପ୍ଟରଟି ଉତ୍ତରାଖଣ୍ଡ ଭୂଷ୍କଳନ ଉଦ୍ଧାର କାର୍ଯ୍ୟ ପାଇଁ ଏକ ଜେସିବି କୁ ନେଉଛି? ଜାଣନ୍ତୁ ସତ୍ୟତା।

Fact Check By: Siddharth Sahu 

Result: Altered

Leave a Reply

Your email address will not be published. Required fields are marked *