
ସୋସିଆଲ ମିଡିଆରେ ଏକ ଚିତ୍ର ବହୁତ ସେୟାର କରାଯାଉଛ। ଏଥିରେ ଜଣେ ଝିଅ ହାତରେ ରିକ୍ସା ଟାଣୁଥିବାର ଦେଖାଯାଉଛୁ। ଜଣେ ବୃଦ୍ଧ ବ୍ୟକ୍ତି ରିକ୍ସାରେ ବସିଛନ୍ତି। ଚିତ୍ର ସହିତ ବାର୍ତ୍ତା ଏପରି ଯେ ଯେକେହି ଏହାକୁ ପଢ଼ନ୍ତି ତାଙ୍କ ହୃଦୟକୁ ସ୍ପର୍ଶ କରେ। ପୋଷ୍ଟରେ ଲେଖାଅଛି ଯେ,ଜଣେ ଆଇଏଏସ୍ ଟପ୍ପର ଝିଅ ତାଙ୍କ ପିତାଙ୍କୁ ରିକ୍ସାରେ ବସାଇ ବଜାର ବୁଲାଉଛନ୍ତି। ଏହି ପୋଷ୍ଟକୁ Bobal odisha ନାମକ ଫେସବୁକ୍ ପେଜରେ ସେୟାର କରାଯାଇଛି। ଅଧିକାଂଶ ଲୋକ ଏହି ପୋଷ୍ଟକୁ ସେୟାର କରୁଛନ୍ତି। ଏହି ରିପୋର୍ଟ ଲେଖିବା ସମୟରେ, 26ରୁ ଅଧିକ ଲୋକ ଏହି ପୋଷ୍ଟ ସେୟାର କରିଛନ୍ତି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-Facebook । Archive
ତେବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଏହି ଫୋଟୋର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଭାଇରାଲ ଫୋଟୋରେଥିବା ଝିଅ କଣ ଆଇଏସ ଟପ କରି ତା ବାପାକୁ ରିକ୍ସାରେ ପଛରେ ବସାଇ ବୁଲଉ ଥିବାର ଫୋଟୋ ଅଟେ। ସତ୍ୟତା ଜାଣିବା ପାଇଁ ଆମ ଅନୁସନ୍ଧାନ ପଢନ୍ତୁ।
ଆମ ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫୋଟୋକୁ ଗୁଗୁଲରେ ରିଭର୍ସ ଇମେଜ କରିଲୁ। ସର୍ଚରେ ଆମେ ପାଇଲୁ ଯେ, ଭାଇରାଲ ଫୋଟୋକୁ ପୂର୍ବରୁ ମଧ୍ୟ ଅନୁସନ୍ଧାନ କରାସରିଛି। ଭାଇରଲା ଫୋଟୋ ଦୁଇ ବର୍ଷ ପୁରୁଣା ଅଟେ। ସର୍ଚ୍ଚରେ ଆମକୁ mishit and meat ଇନସ୍ଟାଗ୍ରାମ ପେଜରେ ପାଇଲୁ। ପୋଷ୍ଟରେ ଆମେ ଦେଖିଲୁ ଯେ, ଭାଇରାଲ ଫୋଟୋରେଥିବା ଝିଅର ଇନସ୍ଟାଗ୍ରାମ ପେଜରେ ଅନେକ ଫୋଟୋ ଥିବାର ପାଇଲୁ। ଏହା ଛଡ଼ା ଭାଇରାଲ ଫୋଟୋର ଥିବା ପୋଷ୍ଟରେ ସେ ଲେଖିଛନ୍ତି ଯେ. ପିଲାଦିନରୁ, ଯେତେବେଳେ ବି ମୁଁ କଲିକତାର ଉତ୍ତର ଏବଂ କେନ୍ଦ୍ରୀୟ ଅଂଶ ପରିଦର୍ଶନ କରୁଥିଲି, ମୁଁ ପ୍ରତିଥର ସହାନୁଭୂତି ଅନୁଭବ କରେ। ଯେତେବେଳେ ମୁଁ ଏକ ହାତ ଟାଣା ରିକ୍ସା ଦେଖେ ସେଗୁଡିକ ବ୍ୟବହାର ନକରିବାକୁ ପସନ୍ଦ କରେ। କାରଣ ଯାତ୍ରୀଙ୍କୁ ବସାଇ ଟାଣୁଥିବା ରାକ୍ସାବାଲାକୁ ଏଥିରେ ଅଧିକ କଷ୍ଟ ହେଇଥାଏ। କିନ୍ତୁ ପରେ ଯେତେବେଳେ ମୋର ସହାନୁଭୂତି ହୃଦୟଙ୍ଗମ ସହିତ ସମକକ୍ଷ ହେଲା ତ ଜାଣିଲି ଆମେ କେବଳ ଯାତ୍ରା କରିବା ସମୟରେ ସେମାନଙ୍କ ରୁଟି ଏବଂ ବଟା ରୋଜଗାର କରିବାରେ ସାହାଯ୍ୟ କରିଥାଉ।
ଗତଥର ମୁଁ କଲିକତାରେ ଥିଲି, ମୋ ଭିତରେ ମୁଁ ଏକ ହ୍ୟାଣ୍ଡପୁଲ୍ ରିକ୍ସା ଟାଣିବାକୁ ସ୍ଥିର କଲି। ଏହା ପ୍ରକୃତରେ କେତେ କଷ୍ଟଦାୟକ ଏବଂ କଠିନ ତାହା ଦେଖିବା ପାଇଁ । ମୁଁ ରିକ୍ସା ବାଲାଙ୍କୁ ରିକ୍ସାରେ ବସିବା ପାଇଁ କହିଥିଲି। ଯେତେବେଳେ ମୁଁ ତାଙ୍କୁ ଶୋବାବାଜାର ରାସ୍ତାରେ ଟାଣି ନେଇଥିଲି, ଅନ୍ତରାଳରେ ଘଣ୍ଟି ଟିକ୍ କରୁଥିଲି ଯେତେବେଳେ ପୁରା ରାସ୍ତା ଠିଆ ହୋଇ ଆଶ୍ଚର୍ଯ୍ୟ ହୋଇ ଦେଖୁଥିଲା।
ମୁଁ ଅନୁଭବ କଲି ଯଦିଓ ସେଠାରେ ଅନେକ ଯାନ୍ତ୍ରିକ ପ୍ରଣାଳୀ ଅଛି। ମୋର ସମସ୍ତ ବର୍ଷର ଅନୁସନ୍ଧାନର ଚରମ ସଠିକତା ଏବଂ ନିରନ୍ତର ପ୍ରୟାସ ପାଇଁ ଅଭିବାଦନକୁ ସ୍ଥାନାନ୍ତରିତ ହୋଇଥିଲା ଯାହା ପ୍ରତ୍ୟେକ ଯାତ୍ରା ସମୟରେ ଯାଇଥାଏ। ତଥାପି ପ୍ରତ୍ୟେକ ଦିନ ସେମାନେ ସମାନ ଉତ୍ସାହ ସହିତ ଜାଗ୍ରତ ହୁଅନ୍ତି। ଏହା ହିଁ ମୋତେ ଜୀବନରେ ସବୁକିଛି କରିବାକୁ ପ୍ରେରଣା ଦେଇଥିଲା। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-Instagram । Archive
ଏହା ପରେ ଆମକୁ ଭାଇରାଲ ଫୋଟୋରେ ଥିବା ଝିଅର ନାଁ Shramona podder ଅଟେ। ତାଙ୍କ ଫୋସବୁକ ଆକାଉଣ୍ଟ ଆମକୁ ମିଳିଲା। ଯେଉଁଥିରେ ସେ 5 ଅକ୍ଟୋବର 2018ରେ ସ୍ପଷ୍ଟ କରିଛନ୍ତି ଯେ, ସେ ଆଇଏସ ପରିକ୍ଷାରେ ଟୋପ କରିନଥିଲେ କି ତାଙ୍କ ବାପାଙ୍କୁ ରିକ୍ସାରେ ବସାଇ ବଜାରରେ ବୁଲାଇ ନଥିଲେ। ଭାଇରାଲ ଫୋଟୋ ମୋର କୋଲକତା ଯାଇଥିବା ସମୟର ଅଟେ। ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ, ମୁଁ ଗୋଆର ଏକ ଇଭେଣ୍ଟରୁ ଫେରି ଜାଣିବାକୁ ପାଇଲି ଯେ ମୋର ଏକ ଫଟୋଗ୍ରାଫ୍ ମିଥ୍ୟା ଦାବିରେ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି। ମୁଁ ପ୍ରଥମେ ଏହା ଦେଖି ହସିବାକୁ ଲାଗିଲି। ଜଣେ ରାଜନେତା ଟ୍ୱିଟ୍ କରିବା ପରେ ଏବଂ ଶଶି ଥରୁରଙ୍କ ଦ୍ୱରା ତାଙ୍କର ଲକ୍ଷ ଲକ୍ଷ ଅନୁସରଣକାରୀଙ୍କୁ ରିଟ୍ୱିଟ କରିବା ପରେ ପ୍ରତିଛବିଟି ଜାତୀୟ ସ୍ତରରେ ଚାଲିଛି।
ସୋସିଆଲ ମିଡ଼ିଆରେ ମୋ ଫୋଟୋ ଭୁଲ ଦାବିରେ ଭାଇରାଲ ହେବାରୁ ମୁଁ ହଇରାଣରେ ପଡ଼ିଛି। ଶହ ଶହ କଲ୍, ମିଡିଆ ମେଲ୍, ବାର୍ତ୍ତା, ସେୟାର, ଟ୍ୟାଗ୍ ଏବଂ ମନ୍ତବ୍ୟ ସହିତ ମୁକାବିଲା କରିବାକୁ ପଡୁଛି ଏବଂ ମୁଁ ଆଶା କରୁଛି ଯେ ଏହି ପୋଷ୍ଟଟି ସତ୍ୟକୁ ସ୍ପଷ୍ଟ କରିବ। ଯେତେବେଳେ ମୁଁ କ୍ଲିକ୍ କରି ପୋଷ୍ଟ କରିବି ମୋର ଭାବନା ଏବଂ ଚିନ୍ତାଧାରା ସେହି ଇନଷ୍ଟାଗ୍ରାମ ପୋଷ୍ଟରେ ସ୍ପଷ୍ଟ ହୋଇଛି ଏବଂ ସେଥିରୁ କୌଣସି ପରିବର୍ତ୍ତନ ନାହିଁ। ମୁଁ ଏହା ମଧ୍ୟ ସ୍ପଷ୍ଟ କରିବାକୁ ଚାହେଁ ଯେ ଏହା ୱାଇଲ୍ଡକ୍ରାଫ୍ଟ ସହଯୋଗରେ ଏକ ପୋଷ୍ଟ ଥିଲା। ଏହାକୁ ଭୁଲ ଦାବିରେ ଭାଇରାଲ କରନ୍ତୁ ନାହିଁ।
ଯଦି ଗଣମାଧ୍ୟମରୁ କେହି ଏହି ପୋଷ୍ଟ ସମ୍ପର୍କରେ ଜାଣିବାକୁ ଚାହନ୍ତି, ଦୟାକରି ଏହି ପୋଷ୍ଟର ବିଷୟବସ୍ତୁକୁ ମୋର ବିବୃତ୍ତି ଭାବରେ ବିବେଚନା କରନ୍ତୁ ଏବଂ ମୁଁ ଆପଣଙ୍କୁ ଅନୁରୋଧ କରିବି ଦୟାକରି ଚେଷ୍ଟା କରନ୍ତୁ ଅନ୍ୟ କୌଣସି ମନ୍ତବ୍ୟ ପାଇଁ ମୋ ସହିତ ଯୋଗାଯୋଗ କରନ୍ତୁ ନାହିଁ। ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ଏହା ପରେ ଆମେ ଭାଇରଲ ଫୋଟୋ ଏବଂ ଆମକୁ ମିଳିଥିବା ଫୋଟୋ କୁ ବିଶ୍ଳେଷଣ କରିଲୁ। ଯେଇଁଥିରେ ସ୍ପଷ୍ଟ ହେଲୁଯେ, ଆମକୁ ମିଳିଥିବା ଝିଅର ଫୋଟୋ ଭାଇରାଲ ଫୋଟୋ ସହ ସମାନ। ଝିଅଟିର ନାମ ଶର୍ମୋନା ପୋଡଦାର ଅଟେ। ସେ ଜଣେ ଟ୍ରାଭଲର ବ୍ଲୋଗର ଅଟନ୍ତି। ତଳେ ଫୋଟୋ ଦେଖନ୍ତୁ।

ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ଭାଇରାଲ ଫୋଟୋରେଥିବା ଝିଅ କୌଣସି ଆଇଏସ ଟପ କରି ତାଙ୍କ ବାପାଙ୍କୁ ରିକ୍ସାରେ ବସାଇ ବଜାର ବୁଲଉଥିବା ଦାବି ମିଥ୍ୟା ଅଟେ। ଭାଇରାଲ ଫୋଟୋ ପ୍ରକୃତରେ ଶର୍ମୋନା ପୋଡଦାର ନାମକ ଏକ ଟ୍ରାଭେଲ ବ୍ଲଗରର ଅଟେ। ସେ କୋଲକାତାରେ ବୁଲିବା ସମୟରେ ରିକ୍ସା ଚାଳଙ୍କୁ ଅନୁରୋଧ କରି ଏହି ଫଟୋ ଉଠାଇଥିଲେ।
Title:ଏହି ଝିଅଟି ଯେତେବେଳେ IAS ଟପ୍ପର ହେଲା ସେତେବେଳେ ତାଙ୍କ ପିତାଙ୍କୁ ରୁକ୍ସାରେ ବସାଇ ସହର ବୁଲିଥିଲେ କି? ଜାଣନ୍ତୁ ଭାଇରଲା ଫୋଟୋର ସତ୍ୟତା।
Fact Check By: Saritadevi SamalResult: False

