କ’ଣ ହିନ୍ଦୁ ମାନଙ୍କର ପୂଜାପାଠ ସାମଗ୍ରୀ ଉପରେ ଜିଏସଟି ଲାଗୁ ହେଇନଥିବାରୁ କଂଗ୍ରେସ ନେତା ସୁପ୍ରିୟା ଶ୍ରୀନେଟ ନିଜ ନିରାଶା ବ୍ୟକ୍ତ କରୁଛନ୍ତି?

False Political

କଂଗ୍ରେସର ଜାତୀୟ ମୁଖପାତ୍ର ସୁପ୍ରିୟା ଶ୍ରୀନେଟଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ସୁପ୍ରିୟା ଶ୍ରୀନେଟ୍ ପୂଜା ସାମଗ୍ରୀ ଉପରେ ଜିଏସ୍ଟି ବିଷୟରେ କହୁଛନ୍ତି। ଏହାକୁ ନେଇ ସୋସିଆଲ ମିଡିଆ ୟୁଜର ମାନେ କଂଗ୍ରେସକୁ କଡ଼ା ସମାଲୋଚନା କରୁଛନ୍ତି। ଏହି ଭିଡିଓ ସହିତ ହିନ୍ଦୁମାନଙ୍କର ପୂଜା ସାମଗ୍ରୀ ଉପରେ କୌଣସି ଜିଏସଟି ନ ଥିବାରୁ କଂଗ୍ରେସ ଅସନ୍ତୁଷ୍ଟ ବୋଲି ଦାବି କରାଯାଉଛି।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ସୁପ୍ରିୟା ଶ୍ରୀନେଟଙ୍କ ଭାଇରାଲ କ୍ଲିପକୁ ଭୁଲ ଦାବି ସହିତ ସେୟାର କରା ଯାଉଛି।

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଗୁଗୁଲରେ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ଅନେକ ମିଡିଆ ରିପୋର୍ଟ ମିଳିଲା ଯେଉଁଥିରେ ଭାଇରାଲ ଭିଡିଓକୁ ଦେଖା ଯାଇ ପାରିବ। ୧୭ ଅକ୍ଟୋବର ୨୦୨୩ ରେ ଲାଇଭ୍ ହିନ୍ଦୁସ୍ତାନର ୟୁଟ୍ୟୁବ ଚ୍ୟାନାଲରେ ଭାଇରାଲ ଭିଡିଓର ଲାମ୍ବା ଭର୍ସନ୍ ପ୍ରସାରିତ ହେଇଥିବା ମିଳିଲା।

ସୂଚନାନୁସାରେ, ୧୭ ଅକ୍ଟୋବର ୨୦୨୪ ରେ କଂଗ୍ରେସ କହିଥିଲା ଯେ ଭାରତୀୟ ଜନତା ପାର୍ଟି ସରକାର ଗଙ୍ଗା ମାତାଙ୍କୁ ମଧ୍ୟ ସୁରକ୍ଷା କରିପାରିନାହାଁନ୍ତି ଏବଂ ଗଙ୍ଗାଜଳ ଉପରେ ୧୮% ଜିଏସଟି ଲାଗୁ କରିଥିଲେ। କିନ୍ତୁ, କଂଗ୍ରେସ ଏହା ଉପରେ ଚାପ ପକାଇବା ପରେ ସରକାରକୁ ଏହି କର ପ୍ରତ୍ୟାହାର କରିବାକୁ ପଡିଲା।

କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେଟ୍ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ଯେତେବେଳେ କଂଗ୍ରେସ ଜାଣିବାକୁ ପାଇଥିଲା ଯେ ଗଙ୍ଗା ମାତା ମଧ୍ୟ ଏଥିରୁ ରକ୍ଷା ପାଇ ନାହାଁନ୍ତି ଏବଂ ଗଙ୍ଗାଜଳ ଉପରେ ଜିଏସଟି ଲାଗୁ କରାଯାଉଛି, ସେତେବେଳେ କଂଗ୍ରେସ ଏହାକୁ ଦୃଢ ବିରୋଧ କରିଥିଲା ଯେଉଁଥିପାଇଁ ସରକାରକୁ ଚାପରେ ଏହି ନିଷ୍ପତ୍ତି ବଦଳାଇବାକୁ ପଡିଥିଲା। ଏହିପରି ଭାବରେ କଂଗ୍ରେସ ପୁଣି ଥରେ ମୋଦୀ ସରକାରଙ୍କୁ ବାଧ୍ୟ କରିଥିଲା ଏବଂ ବିଜେପିକୁ ଏହି ଭୁଲ ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ପଡିଥିଲା।

ସୁପ୍ରିୟା ଶ୍ରୀନେଟ୍ କହିଥିଲେ, “ଜିଏସଟି CBIC ଅଧୀନରେ ଆସେ ଏବଂ CBIC ୱେବସାଇଟରେ ଉଲ୍ଲେଖ କରା ଯାଇଛି ଯେ- ରୁଦ୍ରାକ୍ଷ ମାଳା, ରୋଲି, ବିଭୁତି, କଳାବା, ବିନା ବ୍ରାଣ୍ଡର ମହୁ, କାଠ ଷ୍ଟାଣ୍ଡ, ଚରଣାମୃତ, ଚନ୍ଦନ ତିଲକ ଏବଂ ଦୀପ ଉପରେ ଜିଏସଟି ନାହିଁ। ଏହା ଛଡା ଅନ୍ୟ ସମସ୍ତ ସାମଗ୍ରୀ ଉପରେ ଜିଏସଟି ଅଛି।ଗଙ୍ଗା ଜଳ ଉପରେ ଜିଏସଟି ଲାଗୁ ନକରିବା ବିଷୟରେ ୱେବସାଇଟରେ କୌଣସି ଉଲ୍ଲେଖ ନାହିଁ। ହିନ୍ଦୁ ଧର୍ମରେ ଗର୍ଭଧାରଣ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ୧୬ ଟି ରୀତିନୀତି ରହିଛି ଏବଂ ଏହି ସମସ୍ତରେ ଗଙ୍ଗା ଜଳ ବାଧ୍ୟତାମୂଳକ ଅଟେ। ମୋଦୀ ସରକାର ମଧ୍ୟ ଗଙ୍ଗା ଜଳ ଉପରେ ୧୮% ଜିଏସଟି ଆଦାୟ କରୁଥିଲେ ଏବଂ ଯେତେବେଳେ ଆମେ ଏହାକୁ ଡକ୍ୟୁମେଣ୍ଟ ସହିତ ପ୍ରକାଶ କରିଥିଲୁ, ସେମାନେ ଟ୍ୟାକ୍ସ ହଟାଇଲେ।“

ସୁପ୍ରିୟା ଶ୍ରୀନେଟ୍ ଆଗକୁ ମଧ୍ୟ କହିଥିଲେ,“ଆମେ ସେମାନଙ୍କୁ ପଚାରିବା ଉଚିତ ଯେ ଯେତେବେଳେ ଆମେ ଆପଣଙ୍କୁ ପ୍ରକାଶ କରିଥିଲୁ, ଆପଣ କହିଥିଲେ ଯେ ଗଙ୍ଗାଜଳ ଉପରେ ଜିଏସ୍ଟି ଲାଗୁ ହେବ ନାହିଁ। ନଚେତ୍ ଆପଣ ଗଙ୍ଗା ଜଳ ଉପରେ ମଧ୍ୟ 18 ପ୍ରତିଶତ ଟିକସ ଲାଗୁ କରୁଥିଲେ। ବର୍ତ୍ତମାନ ଆପଣ ଭାବୁଥିବେ ଯେଉଁମାନେ ଧର୍ମର ସ୍ୱ-ନିଯୁକ୍ତ କଣ୍ଟ୍ରାକ୍ଟର ଅଟନ୍ତି ସେମାନେ ଧର୍ମର ଅନୁଗାମୀମାନଙ୍କୁ ଅଧିକ ପ୍ରତାରଣା କରନ୍ତି।“

ନିମ୍ନରେ ଆପଣ ମାନେ ତୁଳନାତ୍ମକ ଭିଡିଓ ଦେଖି ପାରିବେ।

ଏହି ସାମ୍ବାଦିକ ସମ୍ମିଳନୀର ଏକ ଭିଡିଓ କଂଗ୍ରେସର ୟୁଟ୍ୟୁବ ଚ୍ୟାନାଲରେ ମଧ୍ୟ ପ୍ରକାହିତ ହେଇଥିବା ମିଳିଲା।

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରେ ଭାଇରାଲ ଦାବି ମିଥ୍ୟା ପ୍ରମାଣିତ ହେଲା। ମୂଳ ଭିଡିଓରେ ଗଙ୍ଗାଜଳ ଉପରେ ଜିଏସଟି ସମ୍ପର୍କରେ ସୁପ୍ରିୟା ଶ୍ରୀନେଟ୍ କହିଥିଲେ ଯେ ଯେତେବେଳେ ଅନ୍ୟ ପୂଜା ସାମଗ୍ରୀ ଉପରେ ଜିଏସଟି ଲାଗୁ କରାଯାଏ ନାହିଁ, ତେବେ ଗଙ୍ଗାଜଳ ଉପରେ ଜିଏସ୍ଟି କାହିଁକି ଲାଗୁ କରାଯାଇଛି

Avatar

Title:କ’ଣ ହିନ୍ଦୁ ମାନଙ୍କର ପୂଜାପାଠ ସାମଗ୍ରୀ ଉପରେ ଜିଏସଟି ଲାଗୁ ହେଇନଥିବାରୁ କଂଗ୍ରେସ ନେତା ସୁପ୍ରିୟା ଶ୍ରୀନେଟ ନିଜ ନିରାଶା ବ୍ୟକ୍ତ କରୁଛନ୍ତି?

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *