
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଏକ ବାଇକ୍ ରେ ପେଟ୍ରୋଲ ଭାରୁଥିବା ସମୟରେ ତାହା ଆଖ-ପାଖରେ ମହୁମାଛି ବୁଲୁଥିବା ଦେଖିବାକୁ ମିଇଛି। ଭିଡିଓ ସେୟାର କରି ୟୁଜର ମାନେ ଦାବି କରିଛନ୍ତି ଯେ ନୂତନ ଇଥାନଲ ପେଟ୍ରୋଲ ଏପରି ମହୁମାଛିକୁ ଆକର୍ଷିତ କରୁଛି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଏହା ପ୍ରକୃତ ଘଟଣା ନୁହେଁ। ଏହା AI ଦ୍ଵାରା ପ୍ରସ୍ତୁତ କରା ଯାଇଛି।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଭିଡିଓ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ପେଟ୍ରୋଲ କି ଆଖୁରସ। ଆଉ ପେଟ୍ରୋଲ ଟାଙ୍କି ଯିବାର ଆଉ ଆବଶ୍ୟକତା ନାହିଁ। ସିଧା ଆଖୁରସ ଠେଲା କୁ ଯାଇ ଆଖୁରସ ଢାଳି ଗାଡି ଚଳାନ୍ତୁ , କିନ୍ତୁ ଗାଡି ଖରାପ ହେଲେ ସରକାର ଦାୟୀ ନୁହଁନ୍ତି”
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ଗଭୀରତା ସହିତ ଦେଖିଲୁ। ସେଥିରେ ଆମକୁ Google Gemini ଲୋଗୋ ଦେଖିବାକୁ ମିଳିଲା। ଏହା ବ୍ୟତୀତ, ଆମେ ଏକ YouTube ଚ୍ୟାନେଲରେ ସମାନ ଫଟୋର ଏକ ଭାଇରାଲ ଭିଡିଓର ଆଉ ଏକ ସଂସ୍କରଣ ପାଇଲୁ, ଯେଉଁଠାରେ ଆମେ Google Gemini ଲୋଗୋ ଦେଖିଲୁ।

ଏହା ସୂଚାଇ ଦେଉଛି ଯେ ଭିଡିଓଟି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଦ୍ୱାରା ସୃଷ୍ଟି ହୋଇଥାଇପାରେ।
ଗୁଗୁଲ୍ ଜେମିନି ଅନୁଯାୟୀ, “ଏହି ଭିଡିଓଟି ଗୁଗୁଲ୍ ଏଆଇ ବ୍ୟବହାର କରି ସୃଷ୍ଟି କିମ୍ବା ସମ୍ପାଦିତ ହୋଇଛି।”
ଏହି ଟୁଲ୍ ଭିଡିଓର ଭିଜୁଆଲ୍ରେ 0:00 ଏବଂ 0:10 ମଧ୍ୟରେ ଏକ ଡିଜିଟାଲ୍ ୱାଟରମାର୍କ ଚିହ୍ନଟ କରିଛି। ଏହି ପ୍ରକାରର ଅଦୃଶ୍ୟ ୱାଟରମାର୍କ ବିଶେଷ ଭାବରେ ଆପଣ ଯାହା ଦେଖନ୍ତି କିମ୍ବା ଶୁଣନ୍ତି ତାହା ପରିବର୍ତ୍ତନ ନକରି AI-ଜେନେରେଟେଡ୍ କିମ୍ବା ସଂଶୋଧିତ ବିଷୟବସ୍ତୁ ଚିହ୍ନଟ କରିବା ପାଇଁ ଡିଜାଇନ୍ କରାଯାଇଛି।


ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଏହା ପ୍ରକୃତ ଘଟଣା ନୁହେଁ। ଏହା AI ଦ୍ଵାରା ପ୍ରସ୍ତୁତ କରା ଯାଇଛି।

