ସ୍କୁଲରେ ଭୋଜପୁରୀ ଫିଲ୍ମ ସୁଟିଂ ର ଭିଡିଓକୁ ପାଟନା ହାଇସ୍କୁଲରେ ଗୁଳିକାଣ୍ଡ ଘଟଣା ଦାବି ସହିତ ଭାଇରାଲ ହେଉଛି। 

False Social

ଏକ ସ୍କୁଲ କ୍ୟାମ୍ପସରେ ଅନେକ ସଶସ୍ତ୍ର ବ୍ୟକ୍ତି ଦୌଡ଼ୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ଅନେକ ଗୁଳି ଫୁଟିବାର ଶବ୍ଦ ମଧ୍ୟ ରହିଛି। ଦାବି କରା ଯାଉଛି ଯେ ଏହା ବିହାରର ପାଟନାର ଏକ ସ୍କୁଲରେ ଘଟିଥିବା ଗୁଳିଚାଳନାର ଘଟଣା। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଏହା ଏକ ଭୋଜପୁରୀ ଫିଲ୍ମ ସୁଟିଂର ଭିଡିଓ ଯାହା ପାଟନାର ଗର୍ଦାନୀବାଗ ଉଚ୍ଚବିଧୟାଳୟରେ ସୁଟ୍ ହୋଇଥିଲା। 

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଭିଡିଓ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ଏହି ଘଟଣା ଟି ବିହାର ର ପାଟଣା ର, ଯେଉଁଠି କିଛି ଖଳ ପ୍ରକୃତି ର ଲୋକ ସ୍କୁଲ ରେ ପଶି ଗୁଣ୍ଡା ଗର୍ଦି ଆରମ୍ଭ କରିଛନ୍ତି

Facebook | Archive

ଆମ ଅନୁସନ୍ଧାନ:

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ଫେସବୁକରେ ପୋଷ୍ଟ ହେଇଥିବା ମିଳିଲା। ୟୁଜର ଏହି ଫୁଟେଜକୁ ପାଟନାର ଗର୍ଦ୍ଦାନିବାଗ ହାଇସ୍କୁଲରେ ଚାଲିଥିବା ଏକ ୱେବ୍ ସିରିଜ୍ ସୁଟିଂ ବୋଲି ଚିହ୍ନଟ କରିଛନ୍ତି।

ଅଧିକ ସର୍ଚ୍ଚ କରିବା ପରେ ଆମକୁ ଏକ ୟୁଟ୍ୟୁବ ଭିଡିଓ ମିଳିଲା ଯେଉଁଥିରେ ରିପୋର୍ଟ କରାଯାଇଛି ଯେ ଭୋଜପୁରୀ ଚଳଚ୍ଚିତ୍ର ‘ସମ୍ରାଟ’ର ଦୃଶ୍ୟଗୁଡ଼ିକ ଗର୍ଦ୍ଦାନିବାଗ ପାଟନା ହାଇସ୍କୁଲରେ ସୁଟିଂ କରାଯାଉଛି।

ଯେତେବେଳେ ଭିଡିଓଟି ସୋସିଆଲ ମିଡିଆରେ ଲୋକପ୍ରିୟ ହେଲା, ପାଟନା ପୋଲିସର ସରକାରୀ ହ୍ୟାଣ୍ଡେଲ ଏକ ସାର୍ବଜନୀନ ସ୍ପଷ୍ଟୀକରଣ ଜାରି କରି ନିଶ୍ଚିତ କରିଛି ଯେ ଫୁଟେଜ୍ ସ୍କୁଲ ପରିସରରେ ଏକ ଅନୁମୋଦିତ, ପୂର୍ବ-ଅନୁମୋଦିତ ଚଳଚ୍ଚିତ୍ର ସେଟ୍ ସମୟରେ ରେକର୍ଡ କରାଯାଇଥିଲା। ପୋଲିସ ଏହା ମଧ୍ୟ କହିଛି ଯେ ଭିଡିଓଟି ଭ୍ରାମକ ଦାବି ସହିତ ସେୟାର କରାଯାଉଛି, ଯାହା ଜନସାଧାରଣଙ୍କ ମଧ୍ୟରେ ଅନାବଶ୍ୟକ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି। ଏହା ନାଗରିକମାନଙ୍କୁ ସୋସିଆଲ ମିଡିଆରେ ପ୍ରସାରିତ ଅଣଯାଞ୍ଚିତ ସୂଚନା ଉପରେ ନିର୍ଭର ନ କରିବାକୁ ଅନୁରୋଧ କରିଛି ଏବଂ ଆତଙ୍କ ସୃଷ୍ଟି କରିବା ପାଇଁ ମିଥ୍ୟା ଦାବି ପ୍ରସାରଣ କରୁଥିବା ଲୋକଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛି।

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ହା ଏକ ଭୋଜପୁରୀ ଫିଲ୍ମ ସୁଟିଂର ଭିଡିଓ ଯାହା ପାଟନାର ଗର୍ଦାନୀବାଗ ଉଚ୍ଚବିଧୟାଳୟରେ ସୁଟ୍ ହୋଇଥିଲା। 

Result Stamp

Title: ସ୍କୁଲରେ ଭୋଜପୁରୀ ଫିଲ୍ମ ସୁଟିଂ ର ଭିଡିଓକୁ ପାଟନା ହାଇସ୍କୁଲରେ ଗୁଳିକାଣ୍ଡ ଘଟଣା ଦାବି ସହିତ ଭାଇରାଲ ହେଉଛି।

Fact Check By: Siddharth Sahu

Result: False

Leave a Reply

Your email address will not be published. Required fields are marked *