
ଲକଡାଉନ ହେବା ସମୟଠାରୁ ପରିବେଷ କିଛି ମାତ୍ରାରେ ପ୍ରଦୁଷିତ ହେବା କମ ହୋଇଛି। ସୋସିଆଲ ମିଡ଼ିଆରେ ଏପରି କିଛି ଭିଡ଼ିଓ ଏବଂ ଫୋଟୋ ସାମ୍ନାକୁ ଆସିଛି ଯେଉଁଥିରେ ଲକଡାଉନ ସମୟରେ ପଶୁ ପକ୍ଷୀ ବାହାରେ ବୁଲୁଥିବା ଦାବିରେ ଭାଇରାଲ କରାଯାଇଛି। ସେହିପରି 2 ମେ ରେ News Odisha ନାମକ ଜଣେ ଫେସବୁକ ୟୁଜର ଏକ ଭିଡ଼ିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ବହୁ ସଂଖ୍ୟାରେ ହାତି ଏକ ଗାଁରେ ପ୍ରବେଶ କରୁଥିବାର ଦୃଶ୍ୟ ଦେଖା ଯଆଉଛି। ଏତେ ସଂଖ୍ୟାରେ ହାତୀମାନଙ୍କୁ ଦେଖୀ ଲୋକମାନେ ଚିତ୍କାର କରୁଥିବାର ଦେଖା ଯାଉଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ହାତୀଙ୍କର ଲମ୍ବା ଧାଡ଼ି ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଲକ୍ ଡାଉନ୍ ଯୋଗୁଁ ସମସ୍ତେ ଘରେ ଥିବା ବେଳେ ହାତୀମାନେ ଏକତ୍ରିତ ହୋଇ ଆସାମ ରୁ ମେଘାଳୟ ଯିବାର ହାତୀଙ୍କ ଦୃଶ୍ୟ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 14 ଥର ସେୟାର କରାଯାଇଛି। ଯେତେବେଳେ କି ଭିଡ଼ିଓକୁ ହଜାର ଥରରୁ ଅଧିକ ଥର ଦେଖା ଯାଇଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତ।
ଏଠାରେ ଭାଇରାଲ ପୋଷ୍ଟର Archive ଲିଙ୍କ ଦେଖନ୍ତୁ। ତେବେ କଣ ବହ ସଂଖ୍ୟାରେ ବୁଲୁଥିବା ଏହି ଭିଡ଼ିଓ ଲକଡାଉନ୍ ସମୟର ଅଟେ। ଭିଡ଼ିଓରେ କଣ ହାତୀମାନେ ଆସାମରୁ ମେଘାଳୟ ଯାଉଥିବାର ଦୃଶ୍ୟ ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡ଼ିଓକୁ ଇନବିଡ଼ରେ ପକାଇ ଫୋଟୋରେ ଭାଙ୍ଗିଲୁ। ଏହା ପରେ ମିଳିଥିବା ଫୋଟୋ କୁ Yandex ରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚରେ ଆମକୁ ଭାଇରାଲ ଭିଡ଼ିଓର ଅନେକ ଲିଙ୍କ ମିଳିଲା। Hk devit Samir ୟୁଟ୍ୟୁବ ଚ୍ୟାନେଲରେ ଭାଇରାଲ ଭିଡ଼ିଓ ପାଇଲୁ । ଯେଉଁଥିରେ ପାଇଯେ, ଭାଇରାଲ ଭିଡ଼ିଓ 29 ନଭେମ୍ବର 2017 ରେ ପୋଷ୍ଟ କରାଯାଇଥିଲା। ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଭିଡ଼ିଓ ଲକଡାଉନ ସମୟର ନୁହେଁ ବରଂ ତିନି ବର୍ଷ ପୁରୁଣା ଅଟେ। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- you tube 1 । you tube 2
ଏହା ପରେ ଆମକୁ ଭାଇରାଲ ଭିଡ଼ିଓ ଏକ twitter ଆକାଉଣ୍ଟରେ ମିଳିଲା। ଭିଡ଼ିଓଟି କେଉଁଠିକାର ତାହା ଆମକୁ ସ୍ପଷ୍ଟ ସୂଚନା ମିଳିଲା। ନାହିଁ। ଏହି ଭିଡ଼ିଓ 31 ଅକ୍ଟୋବର 2017ରେ ପୋଷ୍ଟ କରାଯାଇଥିଲା। ପୋଷ୍ଟରେ ଭାଇରାଲ ଭିଡ଼ିଓ ଭାରତର ବୋଲି କୁହା ଯାଉଛି। କିନ୍ତୁ ତାହା ସ୍ପଷ୍ଟ ନୁହେଁ। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
When herds of pachyderms cross your path – A scene from rural #India #Elephant #nonruminant #ungulates pic.twitter.com/G6ZNtiLNqp
— Common Sense (@AmarBantwal) October 31, 2017
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ବହୁ ସଂଖ୍ୟାରେ ହାତୀ ଲକଡାଉନରେ ଏକ ଗାଁ କୁ ପ୍ରବେଷ କରିଥିବା ଦାବିରେ ଭାଇରାଲ କରାଯାଉଥିବା ଭିଡ଼ିଓ 2017 ମସିହାର ଅଟେ। ଅର୍ଥାତ୍ ତିନି ବର୍ଷ୍ ପୁରୁଣା। ଭିଡ଼ିଓର ଲକଡାନ ସହ କୌଣସି ସମ୍ପର୍କ ନାହିଁ।

Title:ତିନି ବର୍ଷ ପୁରୁଣା ଭିଡ଼ିଓକୁ ଲକଡାଉନରେ ବହୁ ସଂଖ୍ୟାରେ ହାତୀ ଆସାମ ରୁ ମେଘାଳୟ ଯାଉଥିବା ଦାବିରେ ଭାଇରାଲ ହେଉଛି।
Fact Check By: Saritadevi SamalResult: False