
Photo Credit : NIAID
କରୋନା ଭାଇରସ ଚିକିତ୍ସାରେ ବ୍ୟବହୃତ ହେଉଥିବା ଗିଲିଆଡ୍ ସାଇନ୍ସର ଆଣ୍ଟିଭାଇରାଲ୍ ଔଷଧ ରେମଡେସିଭର୍ ମାଙ୍କଡମାନଙ୍କ ଉପରେ ଭଲ ପ୍ରଭାବ ପକାଇଥିବାର ଦେଖାଯାଇଛି। ଏକ ନୂତନ ଅଧ୍ୟୟନ ଅନୁଯାୟୀ, ଏହି ଔଷଧ କରୋନା ଭାଇରସ ସଂକ୍ରମିତ ମାଙ୍କଡ଼ରେ ଫୁସଫୁସ ରୋଗକୁ ରୋକିଥାଏ। ଏହି ଅଧ୍ୟୟନ ମଙ୍ଗଳବାର ଦିନ ଜର୍ନଲ ନେଚରରେ ପ୍ରକାଶିତ ହୋଇଛି। ଆମେରିକାର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍ (NIH) ପ୍ରାମାଣିକ ପତ୍ରିକାରେ ପ୍ରକାଶ ପାଇବା ପୂର୍ବରୁ ଏପ୍ରିଲ୍ ମାସରେ ପ୍ରଥମ ଥର ପାଇଁ ଏହି ଅଧ୍ୟୟନର ଫଳାଫଳ ଉପରେ ଏକ ରିପୋର୍ଟ ପ୍ରକାଶ କରିଛି। ଜୁନ୍ ୧ ରେ, ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ରେମଡେଭିଭର୍ ବ୍ୟବହାରକୁ ଅନୁମୋଦନ କରିଥିଲେ। ଗୁରୁତର ଅସୁସ୍ଥ କରୋନା ରୋଗୀଙ୍କୁ ଡାକ୍ତରମାନେ ଏହି ଔଷଧ ଦେଉଛନ୍ତି। ରେମଡେସିଭର୍ ହେଉଛି କରୋନା ଭାଇରସର ପ୍ରଥମ ଔଷଧ ଯାହା ମାନବ ପରୀକ୍ଷଣରେ ସମ୍ପୂର୍ଣ୍ଣ ପ୍ରଭାବଶାଳୀ ହୋଇପାରିଛି। ଏହି ଔଷଧ ଉପରେ କରାଯାଉଥିବା ଅନ୍ୟାନ୍ୟ କ୍ଲିନିକାଲ୍ ଅଧ୍ୟୟନଗୁଡ଼ିକ ମଧ୍ୟ ତୀକ୍ଷ୍ଣ ନଜର ରଖାଯାଉଛି। ଗତ ମାସରେ ଜାପାନରେ ରେମଡେସିଭର୍ ଭେକ୍ଲୁରି ବ୍ରାଣ୍ଡ ନାମରେ ଅନୁମୋଦିତ ହୋଇଥିଲା। ଆମେରିକା, ଭାରତ ଏବଂ ଦକ୍ଷିଣ କୋରିଆରେ କରୋନା ଭାଇରସ ଗୁରୁତର ରୋଗରେ ଆକ୍ରାନ୍ତ ରୋଗୀଙ୍କୁ ଏହି ଔଷଧ ଦିଆଯାଉଛି। କେତେକ ୟୁରୋପୀୟ ଦେଶ ମଧ୍ୟ ଏହି ଔଷଧ ବ୍ୟବହାର କରୁଛନ୍ତି।
Facebook | Archive Odia Scraps | Archive
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ରେମ୍ଡିସିଭିର ଟୀକା ବିଷୟରେ ଜ୍ଞାନ ଏକତ୍ର କରିଲୁ। ଆମେ ୟୁଟ୍ୟୁବରେ ଯାଇ ରେମ୍ଡେସିଭିର ଟାଇପ କରି ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ କାଲିଫୋର୍ନିୟା ସାନଫ୍ରାନସିସ୍କୋ ବିଶ୍ୱବିଦ୍ୟାଳୟ ଦ୍ଵାରା ପ୍ରସାରିତ ଗୋଟିଏ ଭିଡିଓରେ ଏହି ବିଷୟରେ ଜାଣିବାକୁ ମିଳିଲା। ଏହି ଭିଡିଓରେ କୁହା ଯାଇଅଛି ଯେ କୋରୋନା ରୋଗୀ ସୁସ୍ଥ କରିବା ପାଇଁ ଦୁଇଟି ପ୍ରକ୍ରିୟା ଅଛି – ପ୍ରଥମେ ଆଣ୍ଟିଭାଇରାଲ ଓ ଦୁଇତୀୟ ହେଲା ଆଣ୍ଟି ଇନଫ୍ଲାମାଟୋରୀ। ଏହା ୨ରୁ ୩ ସପ୍ତାହର ପ୍ରକ୍ରିୟା ଅଟେ। ଏହି ସମୟରେ ଶରୀରରେ ଭୂତାଣୁ ସଂଖ୍ୟା ଅତ୍ଯାଧିକ ଥାଏ। ରେମ୍ଡେସିଭିର ଗୋଟିଏ ଆଣ୍ଟି ଭାଇରାଲ ଟୀକା ଅଟେ ଯେଉଁଟା RNA ଉପରେ ପ୍ରଭାବ ପକାଏ। ଭୂତାଣୁ RNA ସାହାଜ୍ଯରେ ନିଜକୁ ବିସ୍ତାର କରନ୍ତି। ରେମ୍ଡେସିଭିର ଏହି ସାମୀରେ ଭୂତାଣୁଙ୍କ ସଂଖ୍ୟା ବୃଦ୍ଧିରେ ବାଧା ସୃଷ୍ଟି କରି ଥାଏ। NIH କହିବା ଅନୁଯାୟୀ ରେମ୍ଡେସିଭିର ଟୀକା ନେଇ ଥିବା ଲୋକଙ୍କ ମଧ୍ୟରେ ୩୦% ତକ ରୋଗ ସୁସ୍ଥ ହେବା ଦେଖିବା କୁ ମିଲିଛି। ଏହି ଟୀକା ସମ୍ପୂର୍ଣ ଭାବେ କୋରୋନା ସୁସ୍ଥ କରି ପାରିବ ନାହିଁ କିନ୍ତୁ ବର୍ତମାନ ସମୟରେ ଏହା କୋରୋନା ବିରୁଦ୍ଧ ରେ ସବୁ ଠାରୁ ସଫଳ ଟୀକା ଅଟେ।
୧୬ ମେ ରେ ଲାନସେଟ ନିଜ ସାଇଟରେ ରେମ୍ଡେସିଭିର ଟୀକା ବିଷୟରେ କହିଛି। ଲାନସେଟ କହିବା ଅନୁଯାୟୀ ରେମ୍ଡେସିଭିର ଟୀକା ଦ୍ଵାରା କୋରୋନା ରୋଗୀର ସୁସ୍ଥ ହେବା ସମୟରେ କିଛି ପାର୍ଥକ୍ୟ ଆସେ ନାହିଁ। ପୂର୍ବରୁ ହେଇ ଥିବା ଅନୁସନ୍ଧାନ ତୁଳନା ରେ ବର୍ତମାନ ଅନୁସନ୍ଧାନ ସମୟରେ ଯଥେଷ୍ଟ ରୋଗୀଙ୍କ ନମୁନା ମିଳି ନାହିଁ। ଯେଉଁ ପରି ଆଶା ଥିଲା ସେ ପରି ଫଳାଫଳ ବାହାରିଲା ନାହିଁ ବୋଲି ଲାନସେଟ କହିଲା। ହସ୍ପିଟାଲରେ ଦାଖଲ ହେଇଥିବା ବୟସ୍କ ସାଂଘାତିକ କୋରୋନା ରୋଗୀଙ୍କ ମଧ୍ୟରେ କରା ଯାଇ ଥିବା ଅନୁସନ୍ଧାନ ରୁ ଜଣା ପଡ଼ିଛି ଯେ ଗମ୍ଭୀର ରୋଗୀଙ୍କ ପାଇଁ ଏହି ଟୀକାର ଏତେଟି ଲାଭ ନାହିଁ। ରୋଗ ଆରମ୍ଭ ହେଇଥିବା ସମୟରେ ଏହି ଟୀକାର ବ୍ୟବହାର କରିଲେ ଏହା ସୁସ୍ଥ ହେବା ସମୟ କୁ କଣ କରି ଥାଏ।
୧ ଜୁନ ୨୦୨୦ ରେ ରେମ୍ଡେସିଭିର ର ନିର୍ମାତା ଗିଳିୟାଡ଼ ନିଜ ସାଇଟରେ କହିଛି ଯେ ରେମ୍ଡେସିଭିର ଟୀକାର ବ୍ୟବହାର କରିବା ପାଇଁ କେବଳ ଜାପାନ କୁ ଅନୁମତି ଦିଆ ଯାଇଅଛି। ଜାପାନ ଛଡ଼ା ଅନ୍ୟ ଦେଶରେ ଏହି ଟୀକା କୁ ନେଇ ଅନୁସନ୍ଧାନ ଜାରି ରହିଛି ଏବନ ଏହା ଏକ ଅନୁମାଦିତ ଟୀକା ଅଟେ। ଖାଦ୍ୟ ଏବଂ ଔଷଧ ପ୍ରଶାସନ ରେମ୍ଡେସିଭିର କୁ ଗୋଟିଏ ଅନ୍ତ୍ୟନ୍ତ ଜରୁରୀକାଳିନ ଟୀକା ଭାବେ ସାଂଘାତିକ ରୋଗୀଙ୍କ ପାଇଁ ବ୍ୟବହାର କରିବାର ଅନୁମତି ଦେଇଛି। ଏହି ଅନୁମତି ଅସ୍ଥ୍ଯାୟୀ ଅଟେ। ହସ୍ପିଟାଲରେ ଦାଖଲ ହେଇଥିବା କୋରୋନା ରୋଗୀଙ୍କୁ ୫ ରୁ ୧୦ ଦିନ ପର୍ଯ୍ୟନ୍ତ ରେମ୍ଡେସିଭିର ଟୀକା ଡେନବର ଅନୁମତି ଦିଆ ଯାଇଅଛି।
୧ ମେ ୨୦୨୦ ରେ ଖାଦ୍ୟ ଏବଂ ଔଷଧ ପ୍ରଶାସନ (FDA) ନିଜ ୱେବସାଇଟରେ ଏହା କହିଛି ଯେ ଏହି ଟୀକା କୋରୋନା ରୋଗୀଙ୍କ ପାଇଁ କେବଳ ଜରୁରୀକାଳିନ ଟୀକା ଭାବେ ବ୍ୟବହାର କରା ଜୀବ। ବର୍ତମାନ ସୁଧା ଏହି ଟୀକାର ପାର୍ଶ୍ଵ ପ୍ରଭାବ ବିଷୟରେ ଯଥେଷ୍ଟ ଜ୍ଞାନ ନାହିଁ। ଏହାର ପାର୍ଶ୍ଵ ପ୍ରଭାବ ହେଲା ଯକୃତ ଖ୍ଯାତି ହେବା, ରକ୍ତ ଚାପ ବଢିବା, ଝାଳ ବହିବା, ବାନ୍ତି ହେବା ଇତିଯାଦୀ।
ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଜାଣିବାକୁ ପାଇଲୁ ଯେ ରେମ୍ଡେସିଭିର ଟୀକା କୋରୋନା ରୋଗୀକୁ ସମ୍ପୂଇର୍ଣ ଭାବେ ସୁସ୍ଥ କରିବା କୌଣସି ପ୍ରମାଣ ମିଳି ନାହିଁ। ଜରୁରୀକାଳିନ ସ୍ଥିତିରେ ଏହି ଟୀକାର ବ୍ୟବହାର କରିବା ଅନୁମତି ମିଳିଛି। ଜାପାନ ବାବଦ ଅନ୍ୟ ଦେଶରେ ଏହା ବର୍ତମାନ ମଧ୍ୟ ଟ୍ରାଏଲ ରେ ଅଛି।

Title:କ’ଣ ରେମ୍ଡେସିଭିର ଟୀକା ସମ୍ପୂର୍ଣ ଭାବରେ କୋରୋନା ସୁସ୍ଥ କରି ପାରିବ? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: Partly False