1963 ଅଭିନେତ୍ରୀ ଉର୍ସୁଲା ଆଣ୍ଡ୍ରେସଙ୍କ ଫୋଟୋକୁ ସୋନିଆ ଗାନ୍ଧୀ କହି ସେୟାର କରାଯାଉଛି।

False Political

ଦିଲ୍ଲିପ ପାଟକୁରା ନିର୍ବାଚନ ମଣ୍ଡଳି ନାମକ ଜଣେ ଫେସବୁକ ୟୁଜର 5 ଜୁଲାଇରେ ସୋନିଆ ଗାନ୍ଧୀ ସହ ଅନ୍ୟ ଏକ ମହିଳାର  ଫୋଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରିଛନ୍ତଚି ଯେ, ବାମ ପାର୍ଶ୍ୱରେ ଥିବା ଫଟୋରେ ଥିବା ମହିଳଆ ସୋନିଆ ଗାନ୍ଧୀ ଅଟନ୍ତି। 

ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, ପ୍ରଧାନମନ୍ତ୍ରୀ #ନରେନ୍ଦ୍ର_ମୋଦୀ କାହାର ନାଁ ନନେଇ କହିଲେ:- “ଏବେ କୌଣଷି ବିସ୍ତାରବାଦୀ ମାନଙ୍କର ଉଦେଷ୍ୟ ସାଧିତ ହେବନି….”କିନ୍ତୁ ବଡ ଆଶ୍ଚର୍ଯ୍ୟର କଥା #ଖାଁଙ୍ଗ୍ରେସିଆ ମାନଙ୍କର #ସ୍ଥାନବିସେଷରେ ପ୍ରବଳ #କଣ୍ଡୁ ହେଲା ଓ ଖାଁଙ୍ଗ୍ରେସିଆ କହିବାକୁ ଲାଗିଲେ କି। ହାଫ ପ୍ୟାଣ୍ଟରୁ ଫୁଲ ପ୍ୟାଣ୍ଟ ହେବା ବିସ୍ତାରବାଦୀ …!”ଅର୍ଥାତ , ଯଦି #ନମୋ #ଚେମେଣିଆ_ଚୀନକୁ ସମାଲୋଚନା କରୁଛନ୍ତି ତେବେ #ଖାଁଙ୍ଗ୍ରେସି ଗୁଡାକର #ସ୍ଥାନବିଷେସ କାହିଁକି କଣ୍ଡୁରେ ଜଳାପୋଡାପୋଡା ହେଉଛି ❓❓
ଏହାର ଅର୍ଥ ଖାଁଙ୍ଗ୍ରେସିଆ #ଚେମେଣିଆ ଠାରୁ ଦଲାରି କରିବା ପାଇଁ ଯେଉଁ ଧନ ଖାଇଛନ୍ତି , ତାହାର ପ୍ରତିକ୍ରିୟାରେ ହିଁ ବକବକ କରୁଛନ୍ତି !!!!ତେବେ #ଇଟାଲୀ_ନାଚବାଲୀ ର ବିକିନୀ ପିନ୍ଧା ରଙ୍ଗିଲା ପୋଶାକରୁ ଶାଢୀ ପିନ୍ଧା ବର୍ତ୍ତମାନର ରାକ୍ଷାସୁଣି ରୁପି ସାଜସଜ୍ଜାଟା କଣ ବିସ୍ତାରବାଦୀ ହେବନି କି।

ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର ଏବଂ କମେଣ୍ଟ ମଧ୍ୟ କରାଯାଇଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ। 

ଏଠାରେ ପୋଷ୍ଟର ଲିଙ୍କ ଦେଖନ୍ତୁ- Facebook Archive

ତେବେ ପୋଷ୍ଟର ବାମ ପାର୍ଶ୍ୱ ଫୋଟୋରେଥିବା ମହିଳା ସୋନିଆ ଗାନ୍ଧୀ ଅଟନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ। 

ଅନୁସନ୍ଧାନ-

ଅନୁସନ୍ଧାନ ଆମ୍ଭରେ ଆମେ କୋଲାଜରେ ବାମ ପାର୍ଶ୍ୱ ଭାଇରାଲ ଫୋଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। Getty Images ପେଜରେ ଭାଇରାଲ ଫୋଟୋ ପାଇଲୁ। ପେଜର ଫୋଟୋରେ ଲେଖା ଯାଇଥିଲା ଯେ, “1963: Actors Ursula Andress and Sean Connery in a scene from ‘Dr. No’ directed by Terence Young”.  ଅର୍ଥାତ୍ ‘ଡ। ନା ’1963 ରେ ମୁକ୍ତିଲାଭ କରିଥିବା ଏକ ହଲିଉଡ ଚଳଚ୍ଚିତ୍ର ଏବଂ ସଚିନ କନେରୀ ଏବଂ ଉର୍ସୁଲା ଆଣ୍ଡ୍ରେସ୍ ଯଥାକ୍ରମେ ମୁଖ୍ୟ ଅଭିନେତା ଏବଂ ଅଭିନେତ୍ରୀ ଥିଲେ। ଏଥିରୁ ସ୍ପଷ୍ଟ ହେଉଛି ଯେ, ଫୋଟୋର ବାମ ପାର୍ଶ୍ୱରେ ଥିବା ହେଉଛି ଅଭିନେତ୍ରୀ ‘ଉର୍ସୁଲା ଆଣ୍ଡ୍ରେସ୍’ ଅଟନ୍ତି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Getty Images Archive

ଏହା ପରେ ଆମକୁ Newsweek ପେଜରେ ଭାଇରାଲ ଫୋଟୋ ପାଇଲୁ। ସେଠାରେ ମଧ୍ୟ ସ୍ପଷ୍ଟ କରାଯାଇଛି ଯେ, ଭାଇରାଲ ଫୋଟୋରେଥିବା ମହିଳା ହଲିଉଡ ଅଭିନେତ୍ରୀ ଉର୍ସୁଲା ଆଣ୍ଡ୍ରେସ୍ ଅଟନ୍ତି। ଅଧିକ ସୂଚନା ପାଇଁ ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- Newsweek Archive

ଶେଷକଥା-

ଆମ ଅନୁସନ୍ଧାନରୁ ପାଇଲୁ ଯେ, ସୋନିଆ ଗାନ୍ଧୀ ନାମରେ ଭାଇରାଲ କରାଯାଉଥିବା ମହିଳାର ଫୋଟୋ ହଲିଉଡ ଅଭିନେତ୍ରୀ  ଉର୍ସୁଲା ଆଣ୍ଡ୍ରେସ୍ ଅଟନ୍ତି। 

Avatar

Title:1963 ଅଭିନେତ୍ରୀ ଉର୍ସୁଲା ଆଣ୍ଡ୍ରେସଙ୍କ ଫୋଟୋକୁ ସୋନିଆ ଗାନ୍ଧୀ କହି ସେୟାର କରାଯାଉଛି।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *