
କୋରୋନା ଭାଇରସ ଟୀକା ଆବିଷ୍କାର କରିବା ପାଇଁ ଅନେକ ଦେଶ ଅନୁସନ୍ଧାନ କରୁଛନ୍ତି। କିନ୍ତୁ ବର୍ତମାନ ପର୍ଯ୍ୟନ୍ତ କୌଣସି ଟୀକା ସମ୍ପୂର୍ଣ ଭାବେ ସଫଳ ହେଇ ନାହିଁ। ଏହି ସମୟରେ ପ୍ଲାଜମା ଥେରାପି ନାମକ ଗୋଟିଏ ଚିକିତ୍ସା ପ୍ରଣାଲି ସାମନା କୁ ଆସିଛି। ଗତ କାଲୀ ୧୬ ଜୁନରେ ଜେନ ଫେସବୁକ ୟୁଜର ଗୋଟିଏ ଭିଡିଓ ପୋଷ୍ଟ କରିଚନ୍ତି। ଏହି ଭିଡିଓରେ କୁହା ଯାଇ ଅଛି ଯେ ପ୍ଲାଜମା ଥେରାପି ସାହାଯ୍ୟରେ କୋରୋନା ରୋଗୀଙ୍କୁ ମୃତ୍ୟୁରେ ବଞ୍ଚାଇବା ସମ୍ଭବ ହେଉଛି। ଏହି ଥେରାପିରେ ସଂକ୍ରାମକ ରୋଗରେ ଆରୋଗ୍ୟ ହେଇଥିବା ବ୍ୟକ୍ତିଙ୍କ ରକ୍ତ ରୁ ସେହି ରୋଗର ସଂକ୍ରମଣ ପ୍ରତିରୋଧକ ଶକ୍ତି ସୃଷ୍ଟି କରା ଯାଏ। ସେହି ରୋଗରେ ପୀଡ଼ିତ ଅନ୍ୟ ରୋଗୀଙ୍କୁ ଏହା ଦିଆ ଗଲେ ସେମାନଙ୍କର ଶରୀର ର ପ୍ରତିରୋଧକ ଶକ୍ତି ଏହି ରୋଗ ର ଭୂତାଣୁ କୁ ନଷ୍ଟ କରିବାରେ ସଫଳ ହେଇଥାଏ। ଏହି ଥେରାପି ପାଇଁ ରକ୍ତ ସେମାନେ ଦାନ କରି ପାରିବେ ଯେ ମାନେ ୧୮ ରୁ ୬୦ ବୟସ ର ଥିବେ, ତାଙ୍କ ଓଜନ ୫୫ ରୁ ଅଧିକ ହୋଇଥିବ, ପୁରୁଷ ହେଇଥିବେ ବା ମହିଳା ହେଇଥିଲେ ସେ କେବେ ମଧ୍ୟ ଗର୍ଭବତୀ ହେଇ ନ ଥିବେ।
ଏହି ଭିଡିଓ ଫେସବୁକରେ ପୋଷ୍ଟ କରି ଦାବି କରା ଯାଇଅଛି ଯେ ଓଡ଼ିଶା ରେ ନବୀନ ସରକାର ଭାରତର ପ୍ରଥମ ପ୍ଲାଜମା ବ୍ୟାଙ୍କ ରାଜ୍ୟ ରେ ସ୍ଥାପନା କରିଚନ୍ତି।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ଯାଇ ମୁଖ୍ୟ ଶବ୍ଦ ବ୍ୟବହାର କରି ଏହି ବିଷୟରେ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୧୬ ଜୁଲାଇ ୨୦୨୦ ରେ ଏକୋନୋମିକ୍ସ ଟାଇମ୍ସ ପତ୍ରିକାରେ ପ୍ରକାଶିତ ହେଇଥିବା ଗୋଟିଏ ଅନୁଛେଦ ମିଳିଲା। ଏହି ଅନୁଛେଦ ରେ କୁହା ଯାଇଅଛି ଯେ ଓଡ଼ିଶା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ବୁଧୁବାର ଦିନ କୋରୋନା ରୋଗୀଙ୍କ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲ ରେ କୋଭିଡ ପ୍ଲାଜମା ବ୍ୟାଙ୍କ ର ଉଦ୍ଘାଟନ କରିଛନ୍ତି। ଦିଲ୍ଲୀ ଏବଂ ମାହାରାଷ୍ଟ୍ର ପରେ ଓଡ଼ିଶା ଦେଶର ତୃତୀୟ ରାଜ୍ୟ ଯିଏ ପ୍ଲାଜମା ବ୍ୟାଙ୍କ ସ୍ଥାପନା କରିଛି। ଉଦଘାତନ ପରେ ନବୀନ ପଟନାୟକ କହିଛନ୍ତି ଯେ ତାଙ୍କ ଏବଂ ତାଙ୍କ ସରକାରଙ୍କ ପାଇଁ ରାଜ୍ୟର ପ୍ରତ୍ଯେକ ଲୋକଙ୍କ ଜୀବନ ମୁଲ୍ୟବାନ ଅଟେ ଓ ସେ ଲୋକଙ୍କ ଜୀବନ ରକ୍ଷା କରିବା ପାଇଁ ସବୁ ସମ୍ଭବ ପଦକ୍ଷେପ ନେବେ। ସେ ଘୋଷଣା କରିଛନ୍ତି ଯେ ରାଜ୍ୟର ଲୋକଙ୍କ ପାଇଁ ପ୍ଲାଜମା ସେବା ବିନା ମୁଲ୍ୟ ରେ ଉପଲବ୍ଧ ହେବ। ରାଜ୍ୟର ଲୋକଙ୍କ ପାଇଁ ସରକାର ଉଛ ସ୍ତରୀୟ ସ୍ୱାସ୍ଥ୍ୟ ସେବା ଦେବା ଦେବା ପାଇଁ ପ୍ରତିବଦ୍ଧ ଅଛନ୍ତି।
ଏହା ପରେ ଆମକୁ ୨ ଜୁଲାଇ ରେ ଏନ.ଡି.ଟି.ଭି ପତ୍ରିକାରେ ପ୍ରକାଶିତ ହେଇ ଥିବା ଗୋଟିଏ ଅନୁଛେଦରେ କୁହା ଯାଇଅଛି ଯେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିବାଳ ଆଜି ଅପରାହ୍ନ ରେ ଦିଲ୍ଲୀ ରେ ଦେଶର ପ୍ରଥମ ପ୍ଲାଜମା ବ୍ୟାଙ୍କର ଉଦଘାଟନ କରି ଲୋକଙ୍କୁ ସାମନା କୁ ଆସି ପ୍ଲାଜମା ଦାନ କରିବା ପାଇଁ ଅନୁରୋଧ କରିଛନ୍ତି। ଦିଲ୍ଲୀ ସରକାର ଆଇ.ଏଲ.ବି.ଏସ ହସ୍ପିଟାଲ ରେ ଦେଶର ପ୍ରଥମ ପ୍ଲାଜମା ବ୍ୟାଙ୍କ ଉଦଘାଟନ କରିଛି। ଆମ୍ ଆଦମି ପାର୍ଟି ଟୁଇଟ କରି କହିଛି ଯେ ବର୍ତମାନ ପର୍ଯ୍ୟନ୍ତ ଲୋକଙ୍କୁ କୋରୋନା ଚିକିତ୍ସା ପାଇଁ ପ୍ଲାଜମା ଖୋଜିବା ପାଇଁ ସଂଘର୍ଷ କରିବା କୁ ପଡ଼ୁଥିଲା। ପ୍ଲାଜମା ବ୍ୟାଙ୍କ ଉଦଘାଟନ ପରେ ଏହି ସଂଘର୍ଷ କମ ହେଇ ଜୀବ।
ଏହା ପରେ ଆମେ ଟୁଇଟର ରେ ଯାଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିବାଳଙ୍କ ଟୁଇଟର ଏକାଉଣ୍ଟରେ ଏହି ବିଷୟରେ ସର୍ଚ କରିଲୁ। ସର୍ଚ କରିଲୁ। ସର୍ଚ କରିଲା ପରେ ୨ ଜୁଲାଇ ୨୦୨୦ ରେ ଅରବିନ୍ଦ କେଜ୍ରିବାଳ ଟୁଇଟ କରି କହିଛନ୍ତି ଯେ ସେ ଦିଲ୍ଲୀର ପ୍ଲାଜମା ବ୍ୟାଙ୍କ ସମୀକ୍ଷା କରିଛନ୍ତି। ଏହାର ଇରମାନ ଆଧୁନିକ ସ୍ତର ର ହେଇଛି। ଯେଉଁ ମାନେ ପ୍ଲାଜମା ଦାନ ଦେବା ପାଇଁ ଆସିଛନ୍ତି, ସ୍ୱାସ୍ଥ୍ୟକର୍ମୀ ମାନେ ସେମାନଙ୍କର ଭଲ ସେ ଯତ୍ନ ନେଉଛନ୍ତି। ସେ ଏହା ମଧ୍ୟ ଅନୁରୋଧ କରିଛନ୍ତି ଯେ ଯେଉଁ କୋରୋନା ରୋଗୀ ସୁସ୍ଥ ହେଇ ସାରିଛନ୍ତି ସେମାନେ ଏଠାରେ ଆସି ପ୍ଲାଜମା ଦାନ କରନ୍ତୁ।
ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଜାଣିବାକୁ ପାଇଲୁ ଯେ ଓଡ଼ିଶା ପ୍ଲାଜମା ବ୍ୟାଙ୍କ ସ୍ଥାପନା କରିବା ଦେଶର ପ୍ରଥମ ରାଜ୍ୟ ନୁହେଁ। ଓଡ଼ିଶା ପୂର୍ବରୁ ଦିଲ୍ଲୀ ଓ ମାହାରାଷ୍ଟ୍ର ପ୍ଲାଜମା ବ୍ୟାଙ୍କ ସ୍ଥାପନା କରି ସାରିଛି।

Title:କ’ଣ ଭାରତର ପ୍ରଥମ ପ୍ଲାଜମା ବ୍ୟାଙ୍କ ନବୀନ ସରକାର ଓଡ଼ିଶାରେ ସ୍ଥାପିତ କରିଲେ? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False