
ଭାରତକୁ ଆସିଲା ପେର ସୋସିଆଲ ମିଡିଆରେ ଏହାର କିଛି ଭିଡିଓ ଭାଇରାଲ ହେବାରେ ଲାଗିଛି। 30 ଜୁଲାଇରେ MSnews live ନାମକ ଫେଜପୁକ ପେଜରେ ଭାରତ ରାଫେଲ ଆସିଲା ପରର ଦୃଶ୍ୟ ଦାବିରେ ଏକ ଭିଡିଓ ଭାଇରାଲ ହେଉଛି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 6 ହଜାରରୁ ମଧ୍ୟ ଅଧିକ ଲୋକ ଦେଖିବା ସହ ସେୟାର ମଧ୍ୟ କରିଛନ୍ତି।
ଭାଇରାଲ ଭିଡିଓରେ ବିମାନଟି ଆକାଶ ମାର୍ଗରେ ଘୁରି ବୁଲୁଥିବାର ଦେଖା ଯାଉଛି। ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, ଭାରତରେ ରାଫେଲ ପହଁଚିଲା ପରର ଦୃଶ୍ୟ। ତଳେ ପୋଷ୍ଟ ଦେଖନ୍ତୁ।
ତେବେ କଣ ଏହି ଭାଇରାଲ ଭିଡିଓ ଭାରତରେ ରାଫେଲ ପହଁଞ୍ଚିଲା ପରର ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡରେ ପକାଇ ଫୋଟୋରେ ଭାଙ୍ଗିଲୁ। ପରେ ମିଳିଥିବା ଫୋଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ Paddypatrone ନାମକ ଏକ ୟୁଟ୍ୟୁବ ଚ୍ୟାନେଲରେ ଭାଇରାଲ ଭିଡିଓ ମିଳିଲା। ଏହି ଭିଡିଓ ଚ୍ୟାନେଲରେ 30 ସେପ୍ଟେମ୍ବର 2016ରେ ପୋଷ୍ଟ କରାଯାଇଥିଲା। ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଭିଡିଓ ଏବେର ନୁହେଁ ଏହା 4 ବର୍ଷ ପୁରୁଣା ଅଟେ। ଆମେ ସ୍ପଷ୍ଟ କରୁଛୁ ଯେ, ଭାରତକୁ ପ୍ରଥମ ରାଫେଲ ଅକ୍ଟୋବର 2019ରେ ଆସିଥିଲା। ଅଧିକ ସୂଚନା ପାଇଁ ଲିଙ୍କରେ କ୍ଲିକ କରନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Paddypatrone
ପୋଷ୍ଟର ତଳେ ଆମେ ଦେଖିବାକପ ପାଇଲୁ ଯେ, ଭାଇରାଲ ଭିଡିଓ ୟୁଟ୍ୟୁବ ଚ୍ୟାନେଲର ବ୍ୟକ୍ତି ଜଣକ ନେଇଥିଲେ। ସୋ ପୋଷ୍ଟର ଶିର୍ଷକରେ ଲେଖିଛନ୍ତି ଯେ, ଏହି ଭିଡିଓ ଅଷ୍ଟ୍ରିଆର 2016ରେ ଜେଲଟୱେଗରେ ହୋଇଥିବା ବାୟୁ ଶକ୍ତି ପ୍ରଦର୍ଶନର ଅଟେ। ସେ ସ୍ପଷ୍ଟ ମଧ୍ୟ କରିଛନ୍ତି ଯେ, ଭାଇରାଲ ଭିଡିଓ ତାଙ୍କ ଦ୍ୱାରା ହି ନିଆଯାଇଥିଲା।
Zseraldin Komlosi ୟୁଟ୍ୟୁବ ଚ୍ୟାନେଲରେ ମଧ୍ୟ ଭାଇରାଲ ଭିଡିଓ 5 ସେପ୍ଟେମ୍ବର 2016ରେ ପୋଷ୍ଟ କରାଯାଇଥିଲା। ପୋଷ୍ଟରେ ଲେଖା ଯାଇଛି ଯେ, AirPower 16 ZELTWEG – Dassault RAFALE. ତଳେ ଭିଡିଓ ଦେଖନ୍ତୁ।
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ଭାରତକୁ ରାଫେଲ ଆସିବା ପରର ଦୃଶ୍ୟ ଦାବିରେ ଭାଇରାଲ ହେଉଥିବା ଭିଡିଓ 2016 ମସିହାର ଅଟେ। ଏହା ଅଷ୍ଟ୍ରିଆର 2016ରେ ଜେଲଟୱେଗରେ ହୋଇଥିବା ବାୟୁ ଶକ୍ତି ପ୍ରଦର୍ଶନର ଭିଡିଓ ଅଟେ।

Title:ଭାରତକୁ ରାଫେଲ ଆସିବା ପରର ଦୃଶ୍ୟ ଦାବିରେ ଭାଇରାଲ ହେଉଥିବା ଭିଡିଓ 2016 ମସିହାର ଅଟେ ।
Fact Check By: Saritadevi SamalResult: False