
ରାମ ମନ୍ଦିର ଭୂମି ପୂଜନ ପାଇଁ ସମଗ୍ର ଦେଶରେ ଉତ୍ସାହର ବାତାବରଣ ଅଛି। ସୋସିଆଲ ମିଡିଆରେ ଦେଶ ବାହାରୁ ମଧ୍ୟ ଭୁମି ପୂଜନ ପାଇଁ ଅନେକ ପୋଷ୍ଟ କରାଯାଉଛି। ରାମ ମନ୍ଦର ଭୁମି ପୂଜନର ସିଧା ପ୍ରସାରଣ ଆମେରିକା ଟାଇମ୍ସ ସ୍କୋୟାରରେ ଦେଖା ଯିବା ସହ ଏହି ଉତ୍ସବ ସେଠାରେ ମଧ୍ୟ ଆୟୋଜନ କରାଯିବ। ଏହାର ଅନେକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। 1 ଅଗଷ୍ଟରେ Balabhadra Rout ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଟାଇମ୍ସ ସ୍କୋୟାରର କିଛି ଫୋଟୋ ପୋଷ୍ଟ କରିଛନ୍ତି। ଯେଉଁଥିରେ ଭଗବାନ ରାମଙ୍କ କିଛି ଫୋଟୋ ବଡ଼ ସ୍କ୍ରିନରେ ଦେଖା ଯାଉଛି। ପୋଷ୍ଟରେ ଦାବି କରାଯାଇଛି ଯେ, ଆମେରିକାର ଟାଇମ୍ସ ସ୍କୋୟାରରେ ଭଗବାନ ରାମଙ୍କ ଫୋଟୋ ପ୍ରଦର୍ଶନ କରାଯାଇଛି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 151 ଲାଇକ୍ ଏବଂ ଅଧିକରୁ ଅଧିକ ସେୟାର କରାଯାଇଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ ଏହା ଆମେରିକା ଟାଇମ୍ସ ସ୍କୋୟାରରେ ଭଗବାନ ରାମଙ୍କ ଫୋଟୋ ପ୍ରକାଶିତ କରାଯାଇଛି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ହୋଇଥିବା ପ୍ରଥମ ଫୋଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଭାଇରାଲ ଫୋଟୋର କିଛି ଲିଙ୍କ ମିଳିଲା। 30 ନଭେମ୍ବର 2019ରେ Nydailynews ପେଜରେ ପ୍ରକାଶିତ ହୋଇଥିବା ଖବରରେ ଆମେ ଭାଇରାଲ ଫୋଟୋ ପାଇଲୁ। ଖବର ଅନୁସାରେ ଭାଇରାଲ ଫୋଟୋ ଏଡିଟିଙ୍କ କରାଯାଇଛି। ପ୍ରକୃତ ଫୋଟୋରେ ଡଲଭିନ୍ ଚିତ୍ରଥିବା ବେଳେ ଭାଇରାଲ ଫୋଟୋରେ ଭଗବାନ ରାମଙ୍କ ଫୋଟୋ ଲଗା ଯାଇଛି। ପ୍ରକୃତ ଫୋଟୋ 2019ର ଅଟେ ଯାହାକୁ ଏଡିଟ କରି ଭାଇରାଲ କରାଯାଉଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ପୋଷ୍ଟର ଲିଙ୍କ ଦେଖନ୍ତୁ– Nydailynews । Archive
ତଳେ ଫୋଟୋର ବିଶ୍ଳେଷଣ ଦେଖନ୍ତୁ । ଲାଲି ରଙ୍ଗଥିବା ଫୋଟୋକୁ ଏଡିଟ କରାଯାଇ ଭଗବାନ ରାମଙ୍କ ଫୋଟୋ ଲଗା ଯାଇଛି। ସବୁଜ ରଙ୍ଗ କରାଯାଇଥିବା ଫୋଟୋ ସମାନ ଅଛି। ପ୍ରକୃତ ଫୋଟୋକୁ ଏଡିଟ କରି ଭାଇରାଲ କରାଯାଇଛି।

ଫୋଟୋ-2
ଦ୍ୱିତିୟ ଫୋଟୋ ଆମକୁ Arabnews ପେଜରେ ମିଳିଲା। ଯାହାକି 13 ନଭେମ୍ବର 2019ରେ ପୋଷ୍ଟ କରାଯାଇଛି। ଆମକୁ ମିଳିଥିବା ପୋଷ୍ଟରରେ Amr Diab ଫୋଟୋ ଲାଗିଥିବାର ପାଇଲୁ। ଏହି ଫୋଟୋକୁ ଏଡିଟ କରି ଭଗବାନ ରାମଙ୍କ ଫୋଟୋ ଲଗା ଯାଇଛି। ଏଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Arabnews । Archive
ତଳେ ଫୋଟୋର ବିଶ୍ଳେଷଣ ଦେଖନ୍ତୁ। ପ୍ରକୃତ ଫୋଟୋକୁ ଏଡିଟ କରାଯାଇଛି। ଦୁଇଟି ଫୋଟୋରେ ଦଳେ ଠିଆ ହୋଇଥିବା ଆଖ ପୋଖ ଲୋକ ସମାନ ଅଟନ୍ତି। ପ୍ରକୃତ ଫୋଟୋକୁ ଏଡିଟ କରି ଭଗବାନ ରାମଙ୍କ ଫୋଟୋ ଲଗା ଯାଇଛି।

ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ଭାଇରାଲ ଫୋଟୋ ଏଡିଟ୍ କରି ପୋଷ୍ଟ କରାଯାଇଛି। ପ୍ରକୃତ ଫୋଟୋରେ ଭଗବାନ ରାମଙ୍କ ଫୋଟୋ ଲଗାଇ ଆମେରିକାର ଟାଇମ୍ସ ସ୍କୋୟାରରେ ରାମଙ୍କ ଫୋଟୋ ପ୍ରସାରଣ ଦାବିରେ ଭାଇରାଲ କରାଯାଇଛି।

Title:ଏଡିଟ୍ ଫୋଟୋକୁ ଆମେରିକାର ଟାଇମ୍ସ ସ୍କୋୟାରରେ ଭଗବାନ ରାମଙ୍କ ଫୋଟୋ ଲାଗିଥିବା ଦାବିରେ ଭାଇରାଲ କରାଯାଇଛି।
Fact Check By: Saritadevi SamalResult: False