

ନରେନ୍ଦ୍ର ମୋଦିଙ୍କ ନାମର ଏହି ଫେସବୁକ ପେଜରେ କିଛି ଦିନ ପୂର୍ବରୁ ଗୋଟିଏ ଏହି ମୁଦ୍ରାର ଛବି ପୋଷ୍ଟ କରା ଯାଇଥିଲା। ଏହି ଛବିରେ ମୁଦ୍ରାର ଗୋଟିଏ ପାର୍ଶ୍ଵ ରେ ଓଁ ସହିତ ଏକ ପଦ୍ମ ଫୁଲ ଅଛି ଏବଂ ଆଉ ଗୋଟିଏ ପାର୍ଶ୍ଵ ରେ ଭଗବାନ ଶ୍ରୀ ରାମ ଓ ସିତାଙ୍କ ପ୍ରତିଛବି ଅଛି। ଏହି ପୋଷ୍ଟରେ ଏହା ଦାବି କରାଯାଇଅଛି ଯେ ୧୮୧୮ ମସିହାରେ ମଧ୍ୟ ଲୋକେ ଜାଣି ଥିଲେ ଯେ ଭାରତରେ ବିଜେପି ଶାସନ ହେବ ଏବଂ ରାମ ମନ୍ଦିର ମଧ୍ୟ ତିଆରି ହେବ।
ଏହି ମୁଦ୍ରାର ପୋଷ୍ଟ ୨ ନଭେମ୍ବର ୨୦୧୮ ମସିହାରେ ଟୁଇଟରରେ ମଧ୍ୟ କରାଯାଇଥିଲା। ଏହି ପୋଷ୍ଟରେ ଏହା କୁହାଯାଇଅଛି ଯେ ସେହି ସମୟରେ ଏହି ମୁଦ୍ରାର ଦୁଇ ପାର୍ଶ୍ଵରେ ପଦ୍ମ ଫୁଲ ଓ ଭଗବାନ ରାମର ପ୍ରତିଛବି ଗୋଟିଏ ଆଶ୍ଚର୍ଯ୍ୟଜନକ କଥା।

ଏହି ମୁଦ୍ରାକୁ ୧୧ ମାସ ପୂର୍ବରୁ ଶେୟାର ଚାଟରେ ମଧ୍ୟ ପୋଷ୍ଟ କରାଯାଇଅଛି।

ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଜାଣନ୍ତୁ ଆମ ଅନୁସନ୍ଧାନ ବିଷୟରେ ବିସ୍ତାର ରେ।
ଆମ ଅନୁସନ୍ଧାନ:
ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମେ ଗୁଗଲରେ ଯାଇ ବିଜେପି ଦଳର ଗଠନ କେବେ ହୋଇଥିବାର ଖୋଜ କରିଲୁ। ବ୍ରିଟାନିକା ଏନସାଇକ୍ଲୋପିଡିୟାରୁ ଆମେ ଏହା ଜାଣି ପାରିଲୁ ଯେ ବିଜେପି ଦଳ ଭାରତୀୟ ଜନସଂଘ ଦଳର ଗୋଟିଏ ଭାଗ ଯେଉଁଟା ୧୯୫୧ ମସିହାରେ ଗଠନ ହୋଇଥିଲା। ଏହି ପୋଷ୍ଟରେ ଦାବି କରା ଯାଇଥିବା କଥା ଯେ ୧୮୧୮ ମସିହାରୁ ଲୋକେ ଜାଣି ସାରିଥିଲେ ଯେ ଭାରତରେ ବିଜେପି ଶାସନ ହେବ ବୋଲି କେବେ ମଧ୍ୟ ସମ୍ଭବ ନୁହେଁ।
୬ ଡିସେମ୍ବର ୨୦୧୮ ମସିହାରେ ବି.ବି.ସି ମରାଠି ପତ୍ରିକାରେ ଏହା ଖବର ଛପି ଥିଲା ଯେ ୧୭ ଶତାବ୍ଦୀ ରେ ଇଷ୍ଟ ଇଣ୍ଡିଆ କମ୍ପାନି ସେହି ସମୟର ହିନ୍ଦୁ ଲୋକଙ୍କ ଆଦର ପାଇଁ ଅନେକ ହିନ୍ଦୁ ଦେବୀ ଓ ଦେବତା ମାନଙ୍କର ପ୍ରତିଛବି ମୁଦ୍ରାରେ ବ୍ୟବହାର କରୁଥିଲେ।

ଶେଷକଥା:
ଆମ ଅନୁସନ୍ଧାନରୁ ଆମକୁ ଏହା ଜଣା ପଡିଲା ଯେ ପୋଷ୍ଟ ରେ କରାଯାଇଥିବା ଦାବି “୧୮୧୮ ମସିହାର ଲୋକେ ଜାଣିଥିଲେ ଯେ ବିଜେପି ଶାସନ ଆସିଲେ ରାମ ମନ୍ଦିର ତିଆରି ହେବ” ଗୋଟିଏ ମିଥ୍ୟା କାହାଣୀ। ଏହାର ସତ୍ୟ ସହିତ କୌଣସି ସମ୍ପର୍କ ନାହି। ଏହି ମୁଦ୍ରା ଇଂରେଜ ମାନେ ସେହି ସମର ହିନ୍ଦୁ ମାନଙ୍କ ଆଦର କରିବା ପାଇଁ ମୁଦ୍ରାରେ ବିଭିନ୍ନ ହିନ୍ଦୁ ଦେବୀ ଓ ଦେବତାଙ୍କ ପ୍ରତିଛବି କରିଥିଲେ।

Title:ଆଶ୍ଚର୍ଯ୍ୟ କରି ଦେଉଅଛି ଏହି ପୋଷ୍ଟ। କ’ଣ ଯୁଗ ଆଗରୁ ଲୋକେ ଜାଣିଥିଲେ ଯେ ଭାରତରେ ବି.ଜେ.ପି ଶାସନ ଆସିବା? କଣ ସତ ଏହି ପୋଷ୍ଟ ବିଷୟରେ? ଜାଣନ୍ତୁ।
Fact Check By: Siddharth SahuResult: False