କ’ଣ ଏହି ଭିଡିଓରେ ଅଯୋଧ୍ୟା ରାମ ମନ୍ଦିର ପାଇଁ ୨୧୦୦ କେଜି ଘଣ୍ଟି ନିର୍ମାଣ ତାମିଲନାଡ଼ୁରେ କରା ଯାଉଅଛି? ଜାଣନ୍ତୁ ସତ୍ୟ।

Partly False Religious

ବର୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ କିଛି କାରିଗର ମାନେ ମିଶି ଗୋଟିଏ ବିଶାଳ ଘଣ୍ଟି ନିର୍ମାଣ କରୁଛନ୍ତି। ଏହି ଘଣ୍ଟିର ନିର୍ମାଣ ତାମିଲନାଡ଼ୁରେ ହେଇଥିବା ଦାବି ସହିତ କୁହା ଯାଇଅଛି ଯେ ଏହା ଓଜଣ ୨୧୦୦ କେଜି ଅଟେ। 

ଫେକ୍ଟ କୃସେଣ୍ଡୋ ଭିଡିଓରେ ଥିବା ଦାବିର ଅନୁସନ୍ଧାନ କରି ଏହାକୁ ମିଥ୍ୟା ବୋଲି ପାଇଲା। 

କ’ଣ ଦାବି ଏହି ପୋଷ୍ଟର?

ଶ୍ରୀରାମ ମନ୍ଦିର ପାଇଁ ଘଣ୍ଟି ପ୍ରସ୍ତୁତ.. ଏକକ କାଷ୍ଟ ଖଣ୍ଡ, ସର୍ବ ବୃହତ, 6 ’X 5’, ଓଜନ 2,100 କିଲୋଗ୍ରାମରେ ନିର୍ମିତ, * “ଅଷ୍ଟାଧାତୁ” * 8 ଧାତୁର ମିଶ୍ରଣ: ସୁନା, ରୂପା, ତମ୍ବା, ଜିଙ୍କ, ଲିଡ୍, ଟିଣ, ଲୁହା, & ପାରଦ ..

ଘଣ୍ଟି ତାମିଲନାଡୁର ଟୁଟିକୋରିନ ନିକଟ ଇରାଲର ରାମକୃଷ୍ଣ ନାଦର ଜାହାଜ ଦୋକାନରୁ ଅଯୋଧ୍ୟାରେ ଥିବା ଶ୍ରୀ ରାମ ମନ୍ଦିରକୁ ଯାଉଛି ..

Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ଯାଇ ରାମକୃଷ୍ଣ ନାଦର ନାମ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ଜଷ୍ଟ ଦାଏଲ୍ ୱେବସାଇଟରେ ତାଙ୍କ ଫୋନ ନମ୍ବର ମିଳିଲା। ଆମେ ଫୋନ ଲଗାଇ ମାଲିକ ସହ କଥା ହେଳୁ। ତାଙ୍କ କହିବା ଅନୁଯାୟୀ ସେ ଅଜୋଧ୍ୟା ରାମ ମନ୍ଦିର ପାଇଁ ଗୋଟିଏ ଘଣ୍ଟିର ନିର୍ମାଣ କରିଥିଲେ କିନ୍ତୁ ସେହି ଘଣ୍ଟି ପ୍ରାୟ ୬୦୦ କେଜି ଓଜନର ହେବ। ସେ କୌଣସି ୨୧୦୦ କେଜି ଘଣ୍ଟିର ନିର୍ମାଣ କରି ନାହାନ୍ତି ବୋଲି ସ୍ପଷ୍ଟ ରୂପରେ କହିଛନ୍ତି। ଏହି ଘଣ୍ଟିର ନିର୍ମାଣ ୩ ମାସ ପୂର୍ବରୁ କରା ଯାଇଥିଲା। ଏହି ଘଣ୍ଟି ନିର୍ମାଣ ହେଲା ପରେ ଏହାକୁ ତାମିଲନାଡ଼ୁର ମଦୁରାଇ ସହରକୁ ପରିବହନ କରା ଯାଇଥିଲା ଓ ଅଜୋଧ୍ୟାରୁ ଗୋଟିଏ ଦଳ ଘଣ୍ଟିକୁ ମଦୁରାଇରୁ ଅଜୋଧ୍ୟା ନେଇ ଯାଇଥିଲେ। ଏହି ଘଣ୍ଟିର ମୁଖ୍ୟ ଅଙ୍କ୍ଷ ତମ୍ବା ପଦାର୍ଥ ବ୍ୟବହାର କରି ନିର୍ମାଣ କରା ଯାଇଥିଲା। 

ଏହା ପରେ ଆମେ ଗୁଗୁଲରେ ଯାଇ ବିଭିନ୍ନ ମୌକ୍ୟଶବ୍ଦ ବ୍ୟବହାର କରି ଏହି ବିଷୟରେ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୭ ଅକ୍ଟୋବର ୨୦୨୦ ମସିହାରେ ଇଣ୍ଡିଆ ଟିଭି ପତ୍ରିକାରେ ପ୍ରକାଶିତ ହେଇଥିବା ଗୋଟିଏ ସମ୍ବାଦ ମିଳିଲା। ଇଣ୍ଡିଆ ଟିଭି କହିବା ଅନୁଯାୟୀ ୧୭ ସେପ୍ଟେମ୍ବରରେ ତାମିଲନାଡ଼ୁର ରାମେଶ୍ଵରମ ସହରରୁ ଅଜୋଧ୍ୟା ତକ ୬୦୦ କେଜି ଓଜନ ଥିବା ଗୋଟିଏ ବିଶାଳ ଘଣ୍ଟି ଅଣାଯାଇଥିଲା। ଏହି ଘଣ୍ଟିର ଉଚ୍ଚତା ୪.୧ ଫିଟ୍ ଅଟେ ଏବଂ ଏହା ଦେହରେ ଜୟ ଶ୍ରୀ ରାମ ଲେଖା ଯାଇଅଛି। 

india tv.jpg

India Tv | Archive

କ’ଣ ୨୧୦୦ କେଜି ଘଣ୍ଟାର  ପ୍ରକୃତରେ ନିର୍ମାଣ କରା ଯାଇଥିଲା?

୧୩ ନଭେମ୍ବର ୨୦୧୯ ମସିହାରେ ନ୍ୟୁଜ ୧୮ ନାମକ ପତ୍ରିକାରେ କୁହା ଯାଇଅଛି ଯେ ସୁପ୍ରିମ କୋର୍ଟ ହିନ୍ଦୁଙ୍କୁ ଅଜୋଧ୍ୟା ଜମି ଦେଲା ପରେ ରାମ ମନ୍ଦିର ନିର୍ମାଣ କାମ ଆରମ୍ଭ ହେଇ ଯାଇଅଛି। ଏହା ପାଇଁ ଗୋଟିଏ ୨୧୦୦ କେଜି ଘଣ୍ଟିର ନିର୍ମାଣ ମଧ୍ୟ କରା ଯାଉଅଛି। ଏହି ଘଣ୍ଟି ପିତଳ ପଦାର୍ଥ ବ୍ୟବହାର କରି ନିର୍ମାଣ କରା ଯାଇଥିଲା। ଉତ୍ତରପ୍ରଦେଶର ଜଳେସର ଇକବାଳ ନାମକ ଅଞ୍ଚଳର ଜଣେ ମୁସ୍ଲିମ କାରିଗର ଏହି ଘଣ୍ଟି ନିର୍ମାଣ କରିଥିଲେ।ଏହି ଘଣ୍ଟିର ମୂଲ୍ୟ ୧୦ ରୁ ୧୨ ଲକ୍ଷ ଟଙ୍କା ଅଟେ। ଲୋକଙ୍କ ଜ୍ଞାନ ପାଇଁ ଏହି ଘଣ୍ଟିରେ ଜଳେସର ଅଞ୍ଚଳ ନାମ ଲେଖା ହେବ ଯାହାଫଳରେ ସମସ୍ତେ ଜାଣିବେ ଯେ ଏହି ଘଣ୍ଟିର ନିର୍ମାଣ ଜଳେସରରେ ହେଇଛି। 

N18.jpg

News 18 | Archive

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣ ହେଲା ଯେ ଅଯୋଧ୍ୟା ପାଇଁ 2100 କେଜି ଘଣ୍ଟିର ନିର୍ମାଣ ଉତ୍ତରପ୍ରଦେଶର ଜଳେସର ଅଞ୍ଚଳ ରେ ହୋଇଥିଲା। ଭିଡିଓରେ କରା ଯାଇଥିବା ଦାବିଯେ ଏହି ଘଣ୍ଟାର ନିର୍ମାଣ ତାମିଲନାଡ଼ୁରେ ହୋଇଥିବା କଥା ସମ୍ପୂର୍ଣଭାବେ ମିଥ୍ୟା ଅଟେ। ରାମେଶ୍ଵରମରେ ଘଣ୍ଟି ନିର୍ମାଣ କରିଥିବା କମ୍ପାନୀ ମାଲିକ ପୋଷ୍ଟରେ କରା ଯାଇଥିବା ଦାବିକୁ ନିଜେ ଖାଣ୍ଡଣ କରି କହିଛନ୍ତି ଯେ ରାମେଶ୍ଵରମରେ ନିର୍ମାଣ ହେଇଥିବା ଘଣ୍ଟି ଓଜନ 600 କେଜି ଅଟେ।

Avatar

Title:କ’ଣ ଏହି ଭିଡିଓରେ ଅଯୋଧ୍ୟା ରାମ ମନ୍ଦିର ପାଇଁ ୨୧୦୦ କେଜି ଘଣ୍ଟି ନିର୍ମାଣ ତାମିଲନାଡ଼ୁରେ କରା ଯାଉଅଛି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: Partly False

Leave a Reply

Your email address will not be published. Required fields are marked *