
ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାରେ ଏବେ ସମସ୍ତ ବର୍ଗର ଲୋକୋଙ୍କୁ ମିଲିବ ମାଗଣାରେ ଗ୍ୟାସ ସିଲିଣ୍ଡର। ଏପରି ଏକ ଗୁଜବ ଓଡ଼ିଆ ଘର ପରିବାର ୟୁଟ୍ୟୁବର ନିଜ ପୋଷ୍ଟରେ ଦାବି କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ନରେଦ୍ର ମୋଦିଙ୍କର ଉଜ୍ୱଳା ଯୋଜନା ରେ ଏବେ ଧନୀ ,ଗରିବ , ମଧ୍ୟମ ବର୍ଗ ସମେତ ସରକାରି ଚାକିରିୟା ଲୋକଙ୍କୁ ମଧ୍ୟ ସାମିଲ କରା ଯାଇଛି। ସବୁ ବର୍ଗର ଲୋକୋକଙ୍କୁ ମାଗଣାରେ ଏଲପିଜି ଗ୍ୟାସ ସିଲିଣ୍ଡର ମିଳିବ। ଏହି ଭିଡିଓଟି 16 ନଭେମ୍ବର ରେ ପୋଷ୍ଟ କରାଯାଇଛି। କେବଳ ସେତିକି ନୁହଁ ପୋଷ୍ଟରେ କୁହା ଯାଇଛି ଯେ, 30 ନଭେମ୍ବର ପୁର୍ବରୁ ଓନ ଲାଇନ ଫୋର୍ମ ଭରି ମାଗଣା ଗ୍ୟାସ ସିଲିଣ୍ଡର ପାଇପରିବେ।
ତଳେ ଦିୟା ଯାଇଥଇବା ଲିଙ୍କରେ କ୍ଲିକ କରି ଭିଡିଓ ଦେଖନ୍ତୁ-
ଏଣୁ କରାଯାଇଥିବା ଦାବି କେତେ ଦୁର ସତ୍ୟ ସେ ବିଷୟରେ ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ।
ପୋଷ୍ଟର ସତ୍ୟତା ଯାଣିବା ପାଇଁ ଆମ ଅନୁସନ୍ଧାନ ପଢ଼ନ୍ତୁ।
ଆମ ଅନୁସନ୍ଧାନ
ଭିଡିଓର ସତ୍ୟତା ଜାଣିବା ପାଇଁ ଆମେ ଭିଡିଓଟିକୁ ପୁରା ଦେଖିଲୁ। ଏବଂ ଭିଡିଓରେ କରାଯାଇଥିବା ଦାବି ବିଷୟରେ ଜାଣିବା ପାଇଁ ଆମେ ଗୁଗୁଲରେ ସର୍ଚ କରିଲୁ। ଗୁଗୁଲ ସର୍ଚରେ ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନା ବିଷୟରେ ଅନେକ ସୂଚନା ମିଳିଳା। ଉଜ୍ୱଳା ଯୋଜନାର ସମ୍ପୁର୍ଣ୍ଣ ବିବରଣି ଜାଣିବା ପାଇଂ ଗୁଗୁଲରେ ଉଜ୍ୱଳା ଯୋଜନା ଡିଟେଲ ଲେଖିଲୁ। ଏଥିରେ ଆମକୁ ଅନେକ ନ୍ୟୁଜ ପେଜରେ ଉଜ୍ୱଳା ଯୋଜନା ବିଷୟରେ ଅନୁଛେଦ ମିଳିଳା। ET wealth हिन्दी ନ୍ୟୁଜ ପେଜରେ 14 ନଭେମ୍ବରକୁ ଏକ ଅନୁଛେଦରେ ପ୍ରକାସିତ କରାଯାଉଥିଲା। ଯେଉଁଥିରେ ଲେଖା ଯାଇଥିଲା ଯେ,ଉଜ୍ୱଳା ଯୋଜନା କେଉଁ ବର୍ଗର ଲୋକେମାନେ ପାଇ ପାରିବେ ଓ କିପରି।

ଅନୁଛେଦରେ ଲେଖା ଜାଇଛି ଯେ, 1 ମେ 2016 ରେ ଉତ୍ତର ପ୍ରଦେଶର ବଲିୟା ଗାଁରୁ ଏହି ଯୋଜନା ଆରମ୍ଭ କରାଯାଇଥିଲା। ଯୋଜନାରେ କେବଳ ବିପିଏଲ ଧାରି ଏବଂ ଗରିବ ସିମା ରେଖାରେ ଥିବା ଲୋକମାନଙ୍କୁ ଏହି ଯୋଜନାରେ ମାଗଣାରେ ଗ୍ୟାସ ସିଲିଣ୍ଡର ମିଳି ପାରିବ। ଏହି ମାଗଣା ଗ୍ୟାସ ପ୍ରତି ଘରର ଜଣେ ମହିଳାକୁ ମିଳିବ। ଏହା ଛଡ଼ା ଯୋଜନାରେ ସାମିଲ ହେବା ପରିବାର ଘରେ ଆଗରୁ କୌଣସି ଗ୍ୟାସ କନେକ୍ସନ ହୋଇନଥିବ ଦରକାର। 2011 ମସିହାର ଜନଗଣନାରେ ଯେଉଁ ପରିବାର ବିପିଏଲ କାଟାଗରିରେ ଅଛନ୍ତି କେବଳ ସେମାନଙ୍କୁ ଏହି ମାଗଣା ଗ୍ୟାସ ମିଳିବ।
ସେହିପରି Indian govt.in ରେ କୋଉଁ ମାନଙ୍କୁ ଏହି ଯୋଜନାରେ ମାଗଣାରେ ଗ୍ୟାସ ମିଳିବ ତାହା ସ୍ପଷ୍ଟ ଲେଖା ଯାଇଛି। ଏଥିରୁ ସ୍ପଷ୍ଟ ଯେ, ସବୁ ବର୍ଗର ମିହିଳା ଅଥବା ଲୋକଙ୍କୁ ଏହି ଗ୍ୟାସ ମିଳିବ ନାହିଁ।

ସେହିପରି हिन्दुस्तान.com ପେଜର ଅନୁଛେଦରେ ଲେଖା ଯାଇଛି ଯେ, ଏହି ଯୋଜନା 2020 ଭିତରେ 10 କୋରଡ଼ ହିତାଧାରିଙ୍କ ପାଖକୁ ପହଁଚାଇବାର ଲକ୍ଷ୍ୟ ରଖାଯାଇଛି। ଏହି ଯୋଜନାରେ ପ୍ରାନମନ୍ତ୍ରୀ ଅନ୍ୟ କିଛି ବର୍ଗର ଲୋକ ମାଙ୍କୁ ମଧ୍ୟ ସାମିଲ କେରିଛନ୍ତି, ଯେପରିକି ଏସସି ଏସଟି ପିରବାର ବର୍ଗ,ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଲାଭାର୍ଥୀ ଏବଂ ଆଦିବାସି ବର୍ଗର ଲୋକ ମାଙ୍କୁ ସାମିଲ କରାଯାଇଛି। କିନ୍ତୁ ଏହି ବର୍ଗର ଲୋକଙ୍କୁ ଏହି ଯୋଜନାର ଲାଭ ତେବେ ମିଳିବ ଯଦି ଆଗରୁ ଏମାଙ୍କ ଘରେ ଗ୍ୟାସ କନେକ୍ସନ ଆଗରୁ ନଥିବା ଦରକାର।

ଏହା ଛଡ଼ା ଅମର ଉଜାଲା ହିନ୍ଦୀ ନ୍ୟୁଜ ପେଜରେ ଏହା ସ୍ପଷ୍ଟ ଲେଖା ଯାଇଛି ଯେ, କୋଉଁ ମାନଙ୍କୁ ଏହି ସୁବିଧା ମିଳିବ।

ଅନୁଛେଦର ଶେଷରେ ଲେଖା ଜାଇଛି ଯେ, ଲ୍ୟାଣ୍ଡ ଫୋନ,ଫ୍ରିଜ, ତିନି ବଖରାରୁ ଅଧିକ ଘର, ବାଇକ, ଦେଢ଼ ଏକର ଜମିରୁ ଅଧିକା ଥିଲେ,କୃଷକ କ୍ରେଡିଟ୍ କାର୍ଡ, 10 ହଜାରରୁ ଅଧିକ ମାସିକ ଆୟ ,ସରକାରି ଚାକିରିୟା ଇତ୍ୟାଦି ଥିଲେ ଏହି ଯୋଜନାରି ମାଗଣା ଗ୍ୟାସ ମିଳିବ ନାହିଁ।
ଆମେ ପୁରା ସତ୍ୟ ଜାଣିବା ପାଇଁ ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାର ହେଲ୍ପ ଲାଇନ ସେଣ୍ଟରର ଟୋଲ ଫ୍ରି ନମ୍ବର 1800-266-6696 ଫୋନ କରିଲୁ। ଏହି ଦାବି ବିଷୟରେ ପଚିରି ବାରୁ ହେଲ୍ପଲାଇନର କର୍ମଚାରି ଏହି ଦାବି କୁ ସମ୍ପୁର୍ଣ୍ଣ ଖଣ୍ଡନ କରିଛନ୍ତି। ଏଣୁ ଏହି ୟୁଟ୍ୟୁବର କରିଥିବା ଦାବି ସମ୍ପୁର୍ଣ୍ଣ ମିଥ୍ୟା ଅଟେ।
ଶେଷକାଥା
ଭିଡିଓରେ କାରାଯାଇଥିବା ଦାବି ସମ୍ପୁର୍ଣ୍ଣ ମିଥ୍ୟା ଅଟେ। ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାରେ ସବୁ ବର୍ଗର ଲୋକଙ୍କୁ ଫ୍ରିରେ ଗ୍ୟାସ ଦେବା ପାଇଁ କୌଣସି ସୂଚନା ଦେଇ ନାହାନ୍ତି। ଏହା ଛଡ଼ା ନଭେମ୍ବର 30 ପଯ୍ୟନ୍ତ ଉଜ୍ୱଳା ଯୋଜନାରେ ମାଗଣା ଗ୍ୟାସ ଆଣିବା ପାଇଁ କୌଣସି ବିଜ୍ଞପ୍ତି ବାହାରି ନାହିଁ।

Title:କ’ଣ ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାରେ ସବୁ ଧନୀ ଓ ଗରିବ ବର୍ଗର ଲୋଙ୍କୁ ମିଳିବ ମାଗଣା ଗ୍ୟାସ ସିଲିଣ୍ଡର ?
Fact Check By: Saritadevi SamalResult: False