କ’ଣ ଶୟଦ ଶବ୍ବିରଙ୍କୁ ମୃତ ଲୋକଙ୍କ ମର ଶରୀରରକୁ ନିଜ ପଇସାରୁ ସଂସ୍କାର କରିବା ପାଇଁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରା ଯାଇଅଛି? ଜାଣନ୍ତୁ ସତ୍ୟ।

Partly False Social

ଭାରତ ରତ୍ନ, ପଦ୍ମବିଭୂଷଣ ଏବଂ ପଦ୍ମଭୂଷଣ ପରେ ପଦ୍ମଶ୍ରୀ ପୁରସ୍କାର ଭାରତର ଚତୁର୍ଥ ସର୍ବଶେଷ୍ଠ ପୁରସ୍କାର ମାନା ଯାଏ। ପ୍ରତିବର୍ଷ ଭାରତ ଗଣତନ୍ତ୍ର ଦିବସରେ ଏହାକୁ ଭାରତ ସରକାର ପ୍ରଦାନ କରିଥାଏ। ଏହି ବର୍ଷ ଗଣତନ୍ତ୍ର ଦିବସ ଦିନ ଭାରତର ରାଷ୍ଟ୍ରପଟି ରାମନାଥ କୋଭିନ୍ଧଙ୍କ ଦ୍ଵାରା ଶୟଦ ଶବ୍ବିର ନାମକ ଜଣେ ବ୍ୟକ୍ତିଙ୍କୁ ଏହି ପୁରସକାରରେ ସମାନୀତ କରା ଯାଇଅଛି। ଏହି ବିଷୟରେ ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଅଛି ଯେ ଶବ୍ବିର ଶୟଦ ନିଜ ପଇସା ବ୍ୟବହାର କରି ଅସହାୟ ମୃତ ଲୋକଙ୍କ ମର ଶରୀରର ସଂସ୍କାର କରନ୍ତି ଯାହା ଫଳରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମାନୀତ କରିଛି। 

ଫେକ୍ଟ କୃସେଣ୍ଡୋ ଏହି ପୋଷ୍ଟର ଦାବିକୁ ମିଥ୍ୟା ବୋଲି ପାଇଲା। 

fb.jpg

Facebook | Archive

ଆମ ଅନୁସନ୍ଧାନ:

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ପୋଷ୍ଟରେ ଥିବା ଫୋଟୋର ରିଭର୍ସ ଇମେଜ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୧୬ ମାର୍ଚ ୨୦୧୯ ମସିହାରେ ଭାରତ ରାଷ୍ଟ୍ରପଟିଙ୍କ ଅଫିସିଆଲ ଟୁଇଟର ହେଣ୍ଡେଲରେ ଏହି ବିଷୟ ନେଇ ଗୋଟିଏ ଟୁଇଟ ମିଳିଲା। ଏହି ଟୁଇଟ ଅନୁଯାୟୀ ରାଷ୍ଟ୍ରପତି ରାମନାଥ କୋଭିନ୍ଧ ଶ୍ରୀ ଶୟଦ ଶବ୍ବିରଙ୍କୁ ସାମାଜିକ କାର୍ଯ୍ୟ ପାଇଁ ପଦ୍ମଶ୍ରୀ ପୁରସ୍କାରରେ ସମାନୀତ କରିଛନ୍ତି।  ସେ ମାହାରାଷ୍ଟ୍ରର ଜଣେ ସାମାଜିକ କାର୍ଯ୍ୟକର୍ତ୍ତା ଅଟନ୍ତି। ସେ ପଶୁ ମାନଙ୍କ କଲ୍ୟାଣ ଏବଂ ଗୌ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟ କରନ୍ତି। 

Archive

ଏହା ପରେ ଆମକୁ ୨୭ ଜାନୁଆରୀ ୨୦୧୯ ମସିହାରେ ଫେସବୁକରେ ଏଏନଆଇ ଦ୍ଵାରା ପ୍ରସାରିତ ହେଇଥିବା ଗୋଟିଏ ଭିଡିଓ ମିଳିଲା। ଏହି ଭିଡିଓରେ କୁହା ଯାଇଅଛି ଯେ ମାହାରାଷ୍ଟ୍ରର ବିଡ ଅଞ୍ଚଳରେ ଗୌ ରକ୍ଷା ଏବଂ କଲ୍ୟାଣ ପାଇଁ ଶବ୍ବିର ଶୟଦଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମାନୀତ କରା ଯାଇଅଛି। ଗୋଟିଏ କଷାୟ ପରିବାରରୁ ଆସିଥିବା ପରେ ମଧ୍ୟ ସେ ତାଙ୍କ ୧୦୨ ଗୌଙ୍କ ସେବା ଗତ ଅନେକ ବର୍ଷରୁ କରି ଆସୁଛନ୍ତି। 

Archive

ଗୁଗୁଲରେ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲା ପରେ ଆମକୁ ୟୋର ଷ୍ଟୋରି ନାମକ ଗୋଟିଏ ୱେବସାଇଟରେ ଶବ୍ବିର ଶୟଦଙ୍କ ସଂକ୍ଷିପ୍ତ ଜୀବନୀର ବର୍ଣନା କରା ଯାଇଅଛି। ଏହି ୱେବସାଇଟ ଅନୁଯାୟୀ ମରୁଡ଼ି କାରଣରୁ ଅନେକ କୃଷକ ନିଜର ପଶୁ ବିକ୍ରିୟ କରିଥିବାବେଳେ ମରାଠାୱାଡ଼ା ଅଞ୍ଚଳର ମରୁଡ଼ି ପ୍ରଭାବିତ ବିଡ୍ ଜିଲ୍ଲାର ଏକ ଗ୍ରାମରୁ ଆସିଥିବା ଶବ୍ବିର ଶୟଦ ଗତ ୩୦ ବର୍ଷ ଧରି ସହ-ସହ ଗାଈଙ୍କ ସୁରକ୍ଷା କରିଆସୁଥିଲେ। ଗୌ କଲ୍ୟାଣ ଦିଗରେ ତାଙ୍କର ଅବଦାନକୁ ସସ୍ଵୀକୃତ କରି ଶୟଦଙ୍କୁ ଚଳିତ ବର୍ଷ ଭାରତର ରାଷ୍ଟ୍ରପତିଙ୍କ ଦ୍ଵାରା ପଦ୍ମଶ୍ରୀ ପ୍ରଦାନ କରା ଯାଇଥିଲା। 

your story.jpg

Your Story | Archive

ଶେଷକଥା:

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଶବବିତ ଶୟଦଙ୍କୁ ୨୦୧୯ ମସିହାରେ ଗୌ କଲ୍ୟାଣ ଏବଂ ରକ୍ଷା ପାଇଁ ପଦ୍ମଶ୍ରୀ ପୁରସ୍କାରରେ ସମାନୀତ କରା ଯାଇଥିଲା। ଅସହାୟ ଲୋକଙ୍କ ମର ଶରୀରର ସଂସ୍କାର କରିବା ଦାବି ମିଥ୍ୟା ଅଟେ।

Avatar

Title:କ’ଣ ଶୟଦ ଶବ୍ବିରଙ୍କୁ ମୃତ ଲୋକଙ୍କ ମର ଶରୀରରକୁ ନିଜ ପଇସାରୁ ସଂସ୍କାର କରିବା ପାଇଁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରା ଯାଇଅଛି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: Partly False

Leave a Reply

Your email address will not be published. Required fields are marked *