
ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ପତ୍ରିକାର ଅଂଶ ଭାଇରାଲ ହେଉଛି। ଏହି ପତ୍ରିକାରେ ଅମିତ ଶାହ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫୋଟୋ ସହ ରାମ ମନ୍ଦିର ନେଇ ଏବଂ ମୁସ୍ଲିମ ଲୋକଙ୍କୁ ନେଇ ବ୍ବିବାଦୀୟ ବୟାନ ପ୍ରକାଶିତ ହେଇଛି। ଅମିତ ଶାହଙ୍କ ବିଷୟରେ କୁହା ଯାଇଅଛି ଯେ ସେ ବୟାନ ଦେଇଥିଲେ ଯେ ରାମ ମନ୍ଦିର କେବେ ମଧ୍ୟ ନିର୍ମାଣ ହେଇ ପାରିବ ନାହିଁ। ଏହା ସତେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନେଇ କୁହା ଯାଇଅଛି ଯେ ସେ ବୟାନ ଦେଇଛନ୍ତି ଯେ ହିନ୍ଦୁଙ୍କ ଭାରୋଷା ଜିତିବା ମୁସଲିମ ସମୁଦାଯ ଲୋକଙ୍କୁ ମାରିବା ଆବଶ୍ୟକ ଥିଲା।
ଫେକ୍ଟ କୃସେଣ୍ଡୋ ଏହି ପୋଷ୍ଟକୁ ମିଥ୍ୟା ବୋଲି ପାଇଲା।

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ପୋଷ୍ଟ ହେଇଥିବା ଫୋଟୋର ୟାଣ୍ଡେକ୍ସ ରିଭର୍ସ ଇମେଜ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ଏହି ବିଷୟ ଜଡ଼ିତ ୨୮ ଅଗଷ୍ଟ ୨୦୧୮ ମସିହାର ଗୋଟିଏ ଟୁଇଟ ମିଳିଲା। ଏହି ଟୁଇଟରେ କୁହା ଯାଇଅଛି ଯେ ଏହି ମିଥ୍ୟା ଖବର କଂଗ୍ରେସ ଦ୍ଵାରା ଭାଇରାଲ କରା ଯାଇଅଛି। ଅସଲି ଖବରରେ ମୂଲାଯମ ସିଂହ ୟାଦବ କହିଥିଲେ , “ମୁସଲମାନଙ୍କ ଭାରୋଷା ଜିତିବା ପାଇଁ ହିନ୍ଦୁଙ୍କ ଉପରେ ଗୁଳି ଚଳାଇବା ଆବଶ୍ୟକ ଥିଲା।“
ଏହି ବିଷୟ ନେଇ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲା ପରେ ଆମକୁ ୨୭ ଅଗଷ୍ଟ ୨୦୧୬ ମସିହାରେ ନବଭାରତ ଟାଇମ୍ସ ପତ୍ରିକାରେ ପ୍ରକାଶିତ ହେଇଥିବା ଗୋଟିଏ ଅନୁଛେଦ ମିଳିଲା। ଏହି ଅନୁଛେଦରେ କୁହା ଯାଇଅଛି ଯେ ମୁଲାୟମ ସିଂହ ୟାଦବ କହିଛନ୍ତି ଯେ ଦେଶରେ ଏକତା ବନେଇ ରଖିବା ପାଇଁ ତାଙ୍କୁ ଅଜୋଧ୍ୟାରେ କାରସେବକଙ୍କ ଉପରେ ଗୁଳିଚାଳନା କରିବାକୁ ପଡ଼ି ଥିଲା। ତାଙ୍କ କହିବା ଅନୁଯାୟୀ ଯଦି ସେହି ସମୟରେ ଗୁଳି ଚାଳନା କରା ଯାଇ ନଥାନ୍ତା ତାହାଲେ ମୁସଲମାନ ମାନଙ୍କ ଦେଶ ଉପରୁ ଭସୋରା ଭାଙ୍ଗି ଯାଇଥାନ୍ତା।

ଏହି ସଂଶୋଧନ ସମୟରେ ଆମେ ଗୋଟିଏ ଟୁଇଟ ମଧ୍ୟ ପାଇଲୁ ଯେଉଁଥିରେ ମୁଲାୟମ ସିଂହ ଯାଦବଙ୍କ ସହ ଉପରୋକ୍ତ ପୋଷ୍ଟରେ ଦେଖା ଯାଇଥିବା ଫୋଟୋର ଅନ୍ୟ ଏକ ବର୍ଣନା ମିଳିଛି।
ଏହା ପରେ ଆମେ ଟୁଇଟରେ ମିଳିଥିବା ଫୋଟୋ ଏବଂ ଭାଇରାଲ ହେଉଥିବା ଫୋଟୋର ତୁଳନା କରିଲୁ। ତୁଳନା କରିଲା ପରେ ଆମେ ଜାଣିବାକୁ ପାଇଲୁ ଯେ ଟ୍ୟାମ୍ପରିଙ୍ଗ କେବଳ ହେଡିଙ୍ଗ ଏବଂ ଫୋଟୋଗ୍ରାଫ୍ ସହିତ କରା ଯାଇଅଛି। ଏହି ପତ୍ରିକାରେ ପ୍ରକାଶିତ ହେଇଥିବା ଅନ୍ୟ ସମ୍ବାଦ ଭାଇରାଲ ଫୋଟୋ ଏବଂ ଅସଲି ଫୋଟୋରେ ସମାନ ଅଛି।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଉଓରୋକ୍ତ ପୋଷ୍ଟରେ ଦିଆ ଯାଇଥିବା ଦାବି ମିଥ୍ୟା ଅଟେ। ଅମିତ ଶାହ “ରାମ ମନ୍ଦିର କେବେ ମଧ୍ୟ ନିର୍ମାଣ ହେବ ନାହିଁ” ଏବଂ ନରେନ୍ଦ୍ର ମୋଦୀ “ହିନ୍ଦୁ ମାନଙ୍କର ବିଶ୍ଵାସ ଜିତିବା ପାଇଁ ମୁସଲମାନ ଚାଷୀଙ୍କୁ ହତ୍ୟା କରିବା ଆବଶ୍ୟକ ଥିଲା” ବୋଲି କହି ନାହାନ୍ତି। ନରେନ୍ଦ୍ର ମୋଦୀଙ୍କ ନାମରେ କରା ଯାଇଥିବା ଦାବି ମୁଲାୟମ ସିଂହ ଯାଦବଙ୍କ ବିବ୍ରୁତି ଅଟେ ଏବଂ ଅମିତ ଶାହ ମଧ୍ୟ ଏପରି କିଛି କହି ନାହାନ୍ତି।
Title:କ’ଣ ରାମ ମନ୍ଦିର ନେଇ ଅମିତ ଶାହ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ମୁସଲିମ ବିରୋଧୀ ବୟାନ ଦେଇଛନ୍ତି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False

