କ’ଣ ଭିଡିଓରେ ବର୍ତ୍ତମାନ ଚାଲୁ ଥିବା କୃଷି ଆନ୍ଦୋଳନର କୃଷକ ମାନଙ୍କୁ ମଦବଣ୍ଟା ଯାଉଛି? ଜାଣନ୍ତୁ ସତ୍ୟ।

False Social

ଦେଶରେ ଚାଲିଥିବା କୃଷକ ଆନ୍ଦୋଳନର ଫୋଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ପ୍ରସାରିତ ହେବାରେ ଲାଗିଛି। ଏହି ଘଟଣା ଜଡ଼ିତ ଗୋଟିଏ ଭିଡିଓ ଗତ କିଛି ଦିନରୁ ଭାଇରାଲ ହେଉଛି। ଏହି ଭିଡିଓରେ ଲୋକ ମାନେ ଗୋଟିଏ ଗାଡ଼ି ଭିତରେ ଛୋଟ ବାସନ ବଢେଇ ଥିବା ସମୟରେ ଗାଡ଼ି ଭିତରେ ବସି ଥିବା ବ୍ୟକ୍ତି ତାଙ୍କ ବାସନରେ ମଦ ବାଣ୍ଟୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ପୋଷ୍ଟ କରି ଦାବି କରା ଯାଇଅଛି ଯେ ଆନ୍ଦୋଳନ ସମୟରେ କୃଷକ ମାନଙ୍କୁ ମଦ ଦିଆ ଯାଉଅଛି। 

ଫେକ୍ଟ କୃସେଣ୍ଡୋ ଏହି ଦାବିକୁ ମିଥ୍ୟା ବୋଲି ପାଇଲା। 

Archive Link

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ହେଉଥିବା ଭିଡିଓକୁ ଇନଭିଡ ୱି ଭେରିଫାଇ ଏକ୍ସଟେନସନ ଟୁଲ୍ ସାହାଜ୍ଯତାରେ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ରିଭର୍ସ ଇମେଜ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୧୧ ଏପ୍ରିଲ ୨୦୨୦ ମସିହାରେ ୟୁଟ୍ୟୁବରେ ଏହି ଭିଡିଓ ପ୍ରସାରିତ ହେଇଥିବା ଦେଖିବାକୁ ମିଳିଲା। ଅନୁମାନ କରା ଯାଉଅଛି ଯେ ଏହି ଭିଡିଓ ପଞ୍ଜାବର ଭାଇଓରା ଜିଲାର ଭିଡିଓ ଅଟେ। 

https://youtu.be/0BzOqH2KeZA

ଏହି ଭିଡିଓ ନେଇ ବର୍ତ୍ତମାନ କୌଣସି ସୂଚନା ନାହିଁ ଯେ ଏହି ଭିଡିଓ ପ୍ରକୃତରେ କେଉଁଠି ଓ କେବେ ସୂଟ୍ କରା ଯାଇଅଛି। ଅଧିକ ସୂଚନା ମିଳିଲା ପରେ ଆମେ ତାହାକୁ ଏହି ଅନୁଛେଦରେ ଯୋଗ କରିବୁ। ତଥାପି ଉପରୋକ୍ତ ପ୍ରମାଣ ଯାଞ୍ଚ କରିଲା ପରେ ଏହା ସ୍ପଷ୍ଟ ହେଉଛି ଯେ ଏହି ଭିଡିଓ ଏପ୍ରିଲ ୨୦୨୦ ମସିହାରୁ ଭାଇରାଲ ହେଉଛି ଏବଂ ଏହାର ବର୍ତ୍ତମାନ ଚାଲୁ ଥିବା କୃଷକ ଆନ୍ଦୋଳନ ସହିତ କୌଣସି ସମ୍ବନ୍ଧ ନାହିଁ। 

ଶେଷକଥା

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ହେଉଥିବା ଭିଡିଓ ଏପ୍ରିଲ ୨୦୨୦ ମସିହାରୁ ଇଣ୍ଟର୍ନେଟ୍ ରେ ଉପଲବ୍ଧ ଅଛି। ଏହି ଭିଡିଓର କୃଷକ ଆନ୍ଦୋଳନ ସହିତ କୌଣସି ସମ୍ବନ୍ଧ ନାହିଁ।

Avatar

Title:କ’ଣ ଭିଡିଓରେ ବର୍ତ୍ତମାନ ଚାଲୁ ଥିବା କୃଷି ଆନ୍ଦୋଳନର କୃଷକ ମାନଙ୍କୁ ମଦବଣ୍ଟା ଯାଉଛି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *